ଜାଣନ୍ତୁ! ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ଶୁଭ ରଙ୍ଗ, ରତ୍ନ, ଅଙ୍କ ଓ ସହଯୋଗୀ ରାଶି ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ।

ମିଥୁନ ରାଶିରେ ଚନ୍ଦ୍ରଥିଲେ ଜାତକ ମିଥୁନ ରାଶି ହେବ। ଯାହାଫଳରେ ଜାତକ ଚତୁର, ବୁଦ୍ଧିମାନ, ବାକ୍‌ପଟ୍ଟୁ, ନିର୍ମୋହୀ, କୁଶଳ ବ୍ୟବସାୟୀ, ଆତ୍ମକେନ୍ଦ୍ରିତ, ନିଷ୍ଠୁର, ମାତୃୁଭକ୍ତ, କୃତଜ୍ଞ, ଦୟାଳୁ, ସାହସୀ, କ୍ରୋଧଯୁକ୍ତ, ପରୋପକାରୀ, ଯିଦ୍‌ଖୋର, ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, କ୍ଷଣକୋପି ହେଲେମଧ୍ୟ ହାସ୍ୟପ୍ରିୟ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<<Vastu>>> | <<< Jataka Bichara >>>

ଅକ୍ଷରରୁ ଜାଣନ୍ତୁ ନିଜର ନକ୍ଷତ୍ର:-

କ, କି – ମୃଗଶିରା ନକ୍ଷତ୍ର। କୁ, ଘ, ଙ, ଛ – ଆର୍ଦ୍ରା ନକ୍ଷତ୍ର। କେ, କୋ, ହ – ପୁନର୍ବସୁ  ନକ୍ଷତ୍ର। ଯାହାର ଡାକନାମ ଏହି ଅକ୍ଷରମାନଙ୍କ ମଧ୍ୟରୁ ମୂଳ ଅକ୍ଷର ହୋଇଥିବ, ସେହିମାନେ ମିଥୁନ ରାଶିର ଗୋଚରଫଳ ସଂପୂର୍ଣ୍ଣ ଅନୁଭବ କରିପାରିବେ।

ସହଯୋଗୀ ରାଶି-

ମେଷ, ସିଂହ, କନ୍ୟା, ତୁଳା, ଧନୁ, କୁମ୍ଭ, ଓ ମୀନରାଶିର ବ୍ୟକ୍ତିଙ୍କ ସହ କୌଣସି ପ୍ରକାର ବ୍ୟବସାୟ ଅଥବା ବିଶ୍ଵାସ ରଖିଲେ ଆପଣ ଶୁଭଫଳ ଓ ଲାଭ ପାଇବେ।

ମିଥୁନ ରାଶିର ଶୁଭ ଅଙ୍କ-

୧, ୫, ୬ ଓ ୮। ଏହି ଅଙ୍କକୁ ଉପଯୋଗ କଲେ ଆଶାନୁରୂପ ଲାଭପ୍ରାପ୍ତ ହେବେ।

ଆହୁରି ପଢନ୍ତୁ: ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।

ଆପଣଙ୍କର ଭାଗ୍ୟଶାଳୀ ବର୍ଷ ଓ ତାରିଖ –

୧, ୫, ୬, ୮, ୧୦, ୧୪, ୧୫, ୨୩। ଏହି ଅଙ୍କ ଆପଣଙ୍କ ପାଇଁ ଭାଗ୍ୟଶାଳୀ ଓ ଶୁଭଦାୟକ ହେବ।

ଆପଣଙ୍କର ଶୁଭ ରଙ୍ଗ-

ସବୁଜ, ଧଳା, ଲାଲ୍ ନୀଳ ଓ ମାଟିଆ ରଙ୍ଗ। ଏହି ରଙ୍ଗକୁ ସବୁଜାଗାରେ ଉପଯୋଗ କଲେ ଆପଣଙ୍କୁ ସଫଳତା ମିଳିବ। ଏହି ରଙ୍ଗ ସମ୍ବନ୍ଧିତ ବସ୍ତୁର ବ୍ୟବସାୟ କଲେ ଆପଣ ଉଚିତ୍ ଲାଭ ପାଇବେ।

ଆପଣଙ୍କର ଶୁଭ ରତ୍ନ-

ହୀରା, ପାନ୍ନା ଓ ନୀଳା ଅଟେ। ଏହାକୁ ଧାରଣ କରିଲେ ଗ୍ରହର ଅନୁକୂଳ ପ୍ରଭାବ ପଡିଥାଏ ଏବଂ ପ୍ରତି କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବେ। ଯଦି ପାରୁଛନ୍ତି ତେବେ ପାନ୍ନା ଧାରଣ କରିବେ। ଏହା ବହୁତ ଲାଭକାରୀ ହେବ।

ଆହୁରି ପଢନ୍ତୁ: ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭତ୍ଵ ଆଣିଥାଏ ଏହି ୭ଟି ଚିତ୍ର। କ’ଣ ଆପଣ ବି ଲଗାଇଛନ୍ତି କି ଏହା ମଧ୍ୟରୁ କିଛି? No.6 ନିଶ୍ଚୟ ଦେଖନ୍ତୁ।

ଆପଣଙ୍କର ଭାଗ୍ୟଶାଳୀ ଉପରତ୍ନ-

ମୁନ୍ ଷ୍ଟୋନ୍, ପେରିଡଟ୍, ସୁଲେମାନୀ ପଥର ଓ ଲାଲ୍ ହକିକ୍ ଅଟେ। ଏହା ମଧ୍ୟ ଲାଭକାରୀ ଓ ସିଦ୍ଧି ଅଟେ।

ଶୁଭ ଆରାଧ୍ୟ ଦେବା ଦେବୀ ଓ ପ୍ରଭାବଶାଳି ପ୍ରତିକାର-

ବିଷ୍ଣୁ ଓ ଧନପତି କୁବେରଙ୍କୁ ପୂଜା ଅର୍ଚ୍ଚନା କଲେ ସୁଖସମୃଦ୍ଧି ଏବଂ ଐସ୍ଵର୍ଜ୍ୟ ଲାଭ ହେବେ। ପ୍ରତିକ୍ଷେତ୍ରରେ ସଫଳତା ନିଶ୍ଚିତଭାବେ ପାଇବେ। ଶୁଭ ଆରାଧ୍ୟ ଦେବତା ଅନୁସାରେ ଲକ୍ଷ୍ମୀଙ୍କର ଯନ୍ତ୍ର ବୁଧଯନ୍ତ୍ର ଓ କୁବେରଙ୍କ ଯନ୍ତ୍ରକୁ ସ୍ଥାପନ କରି ଏହାର ମନ୍ତ୍ର ଜପ କରିଲେ ଆପଣଙ୍କ ପାଇଁ ଅତି ଉତ୍ତମ ହେବ।

ଜୀବନମନ୍ତ୍ର

୧- ବାମ ହାତରେ ଯୋଡା ହୋଇଥିବା ରୂପା ବଳା ଧାରଣ କରିବେ।

୨ – କଳା କୁକୁରର ସେବା କରିବେ। ଏହାଦ୍ଵାରା କେତୁଗ୍ରହର ଅଶୁଭତା ଦୂର ହେବ।

୩ – ଭିଜା ମୁଗଡାଲିକୁ ପକ୍ଷୀମାନଙ୍କୁ ଖାଇବାକୁ ଦେବେ।

୪ – ବିଭିନ୍ନ ରଙ୍ଗର ବୋତଲରେ ଗଙ୍ଗାଜଳ ରଖିବେ ଓ ବୁଧବାର ଦିନ ନିର୍ଜନ ସ୍ଥାନରେ ନେଇ ଢାଳିବେ।

ଆହୁରି ପଢନ୍ତୁ: ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଚାହୁଁଛନ୍ତି କି? ତେବେ ଏହି ଶ୍ରାବଣ ମାସରେ ନିଜ ରାଶି ଅନୁସାରେ ଏମିତି କରନ୍ତୁ ଶିବଙ୍କ ଅଭିଷେକ, ମିଳିବ ଶୁଭ ଫଳ। ଶ୍ରାବଣ ମାସ ପ୍ରଥମ ସୋମବାର- ୩୦ ଜୁଲାଇ ୨୦୧୮।

୫ – ବିଭିନ୍ନ ରଙ୍ଗର ରୁମାଲ ପାଖରେ ରଖିବେ।

୬- କଂସା କିମ୍ବା ରୂପାର ତାବିଜ ପକେଟରେ ରଖିବେ।

୭ – ଅଟାରେ ଗୋଲି ତିଆରି କରି ମାଛମାନଙ୍କୁ ଖାଇବାକୁ ଦେବେ।

୮ – କଂସାଥାଳିରେ ହଳଦିଆ ମୁଗଡାଲି ଘରେ ରଖିବେ।

୯ – ପ୍ରତ୍ୟେକ ରବିବାର, ମଙ୍ଗଳବାର ଓ ଗୁରୁବାର ଆମିଷ ଭୋଜନକୁ ତ୍ୟାଗ କରିବେ।

ସମସ୍ୟା ସମାଧାନ-

ପର୍ଯ୍ୟାପ୍ତ ପରିମାଣରେ ଧନ ଉପାର୍ଜନ ଓ ସଞ୍ଚୟ କରିବାକୁ ଚାହୁଁଥିଲେ ଶୁକ୍ରବାର ଦିନ ଭୋଜନ ପୂର୍ବରୁ ନିଜପାଇଁ ବଢାହୋଇଥିବା ଖାଦ୍ୟରୁ ଗାଈପାଇଁ କିଛିଖାଦ୍ୟ ବାହାର କରିବା ପରେ ଭୋଜନ କରିବେ। ମହତ୍ଵପୂର୍ଣ୍ଣ କାର୍ଯ୍ୟ ସମୟରେ ବିଭିନ୍ନ ପ୍ରକାର ରଙ୍ଗର ବସ୍ତ୍ର ଧାରଣ କଲେ ଜୀବନ ସୁଖମୟ ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!