୨୭ ଜୁଲାଇ ଦିନ କେତୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ଜାଣନ୍ତୁ! ଗ୍ରହଣ ସମୟ ଓ ପାଳନ ବିଧି ଏବଂ କ’ଣ କରିବା ଉଚିତ୍ ବା ଅନୁଚିତ୍।

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେତୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ।

ପୂର୍ଣ୍ଣିମା ଓ କୃଷ୍ଣ ପ୍ରତିପଦ ତିଥିର ସନ୍ଧି ମଧ୍ୟରେ ଚନ୍ଦ୍ରଗ୍ରହଣ ଓ ଅମାବାସ୍ୟା ଶେଷଭାଗ ଶୁକ୍ଳ ପ୍ରତିପଦ ତିଥିର ସନ୍ଧି ମଧ୍ୟରେ ସୂର୍ଯ୍ୟପରାଗ ହୁଏ। ଗଣନାର ବିଶେଷ ବିବରଣୀ ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି। ପ୍ରତିପଦରେ ଗ୍ରହଣ ମୋକ୍ଷ ହୁଏ। ଗ୍ରହଣ ଆରମ୍ଭ ସମୟରେ ସ୍ନାନ ଓ ଅସ୍ତ ସମୟରେ ହୋମ କରାଯାଏ। ମୁକ୍ତିକାଳରେ ଦାନ ହୁଏ ଓ ମୁକ୍ତିପରେ ପୁଣି ସ୍ନାନ କରନ୍ତି। ଦାନ ଦୈବିକ କର୍ମହେତୁ ପୂର୍ବାହ୍ନରେ କରାଯାଉଥିଲେ ମଧ୍ୟ ଏଠାରେ ଗ୍ରହଣ ସମୟରେ ତାହା ନୁହେଁ। ଗ୍ରହଣ, ବିବାହ, ସଙ୍କ୍ରାନ୍ତି, ଯାତ୍ରା ଓ ପ୍ରସବ କାଳରେ ଯେଉଁ ଦାନ ହୁଏ, ତାହା ନୈମିତ୍ତିକ ଦାନ। ଏ ହେତୁ ରାତ୍ରିରେ ମଧ୍ୟ ଗ୍ରହଣଦାନ କର୍ତ୍ତବ୍ୟ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<<Vastu>>> | <<< Jataka Bichara >>>

ବାଳକ, ବୃଦ୍ଧ ତଥା, ଆତୁରବ୍ୟକ୍ତିଙ୍କ ପକ୍ଷେ କାଳର ବ୍ୟବସ୍ଥା ନ ଥାଏ। ଏମାନଙ୍କ ବ୍ୟତୀତ ସାଧାରଣ ଲୋକ ଓ ଦେବ ଦେବୀ ମନ୍ଦିର ମାନଙ୍କରେ ସୂର୍ଯ୍ୟ ଗ୍ରହଣର ଚାରିପ୍ରହର ଓ ଚନ୍ଦ୍ରଗ୍ରହଣର ତିନିପ୍ରହର ପୂର୍ବରୁ ଅନ୍ନଭୋଜନ ନିଷେଧ କରନ୍ତି ଏବଂ ଦେବନୀତି ନିଷେଧ ହୁଏ। ଶିଶୁ ଜନ୍ମଠାରୁ ଆଠବର୍ଷ ପର୍ଯ୍ୟନ୍ତ ବାଳକ ଓ ଅଶୀବର୍ଷରୁ ଅଧିକ ବୟସ୍କମାନେ ବୃଦ୍ଧ ଅଟନ୍ତି। ଏକାଦଶ୍ୟାଦି ଉପବାସ ପ୍ରକରଣରେ ଏହାର ନିର୍ଣ୍ଣୟ ଅଛି।

ଦିବସର ପଞ୍ଚଧା ବିଭକ୍ତରେ ପୁଣ୍ୟଭାଗ ଅପରାହ୍ନକାଳ। ସୂର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣ ସ୍ପଷ୍ଟରୂପେ ସାଧାରଣତଃ ଦର୍ଶନ ନ ହେଲେ ଅର୍ଥାତ୍ ଗ୍ରାସ ପରିମାଣ ଏକବିଶ୍ଵାର ନ୍ୟୁନ ହେଲେ ଗ୍ରହଣ ଜନିତ ପାଳନ ସ୍ନାନ ଦାନାଦି ନିଷେଧ। ପ୍ରଥମ ଦର୍ଶନ ବିଧେୟ ନୁହେଁ, ସ୍ପଷ୍ଟ ଦର୍ଶନ ନ ହେବା ପର୍ଯ୍ୟନ୍ତ  ଗ୍ରହଣ ପାଳନ ହେବନାହିଁ। ତାହା ପାଇଁ ଦେବନୀତି ନିଷେଧ ନୁହେଁ।

ଆହୁରି ପଢନ୍ତୁ: ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।

ଚନ୍ଦ୍ରଗ୍ରହଣରେ ସ୍ନାନଦାନ କିମ୍ବା ଅନ୍ନଭୋଜନ କଲେ କୁଷ୍ଠରୋଗାକ୍ରାନ୍ତ ଓ ଦୁଃଖଭୋଗୀ ହୁଅନ୍ତି। ଏକମାତ୍ର ଗାଭୀଦାନ କଲେ ଚନ୍ଦ୍ରଗ୍ରହଣରେ କୋଟିଏ ଓ ସୂର୍ଯ୍ୟଗ୍ରହଣରେ ଦଶକୋଟିଗାଭୀ ବା ଗାଭୀମୂଲ୍ୟର ଐଶ୍ଵର୍ଯ୍ୟ ପୁଣ୍ୟ ଲାଭ ହୁଏ। କୁରୁକ୍ଷେତ୍ର, ଗଙ୍ଗା, ଗୟା, ବୈତରଣୀ, ପ୍ରାଚୀ ଆଦି ପୁଣ୍ୟତୋୟା ନଦୀରେ ସ୍ନାନଦାନ କରିବା ବିଧେୟ। ଅଭାବପକ୍ଷେ ବା ଅଶକ୍ତିପକ୍ଷେ କିମ୍ବା ରୋଗଯୁକ୍ତ ବ୍ୟକ୍ତିପକ୍ଷେ କୂପ, ତଡାଗାଡିରେ କିମ୍ବା ଉଷ୍ମଜଳରେ ସ୍ନାନ କଲେ ମଧ୍ୟ ପୁଣ୍ୟ ହୁଏ।

ତିଳସମାନ ଦାନ ମେରୁସମାନ ଅଟେ। ଭୂମି, ଗାବ, ଧାନ୍ୟାଦି ଯାହାକି ଯାହାର ପ୍ରାପ୍ତି ଦ୍ରବ୍ୟ ତାହାହିଁ ଗ୍ରହବିପ୍ର, ବ୍ରାହ୍ମଣ, ଅସହାୟଙ୍କୁ ଦାନଦେବେ। ପୁରୁଷୋତ୍ତମକ୍ଷେତ୍ର ମହୋଦଧିରେ ସ୍ନାନ କରି ଅସହାୟଙ୍କୁ ଓ ବ୍ରାହ୍ମଣଙ୍କୁ ଦାନ କଲେ ଅନନ୍ତ ପୁଣ୍ୟଫଳ ପ୍ରାପ୍ତ ହୁଏ।

ଗ୍ରହଣ ସମୟ। 

ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ କର୍କଟ ଦି୧୧ନ ଆଷାଢ ପୂର୍ଣ୍ଣିମା, ତା ୨୭-୭-୨୦୧୮ରିଖ ଶୁକ୍ରବାର ଦିନ କେତୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଓଡିଶାର ବିଭିନ୍ନ ସ୍ଥାନ ଅର୍ଥାତ୍ କଟକ-ଭୁବନେଶ୍ଵର, ଜଗତ୍ ସିଂପୁର, ଯାଜପୁର, ବ୍ରହ୍ମପୁର, ସମ୍ବଲପୁର ଆଦି ସ୍ଥାନରେ ଏକ ସମୟରେ ଅର୍ଥାତ୍ ଗ୍ରହଣସ୍ପର୍ଶ ରାତ୍ରି ଘଣ୍ଟା ୧୧।୫୪।୨୫ ସେକେଣ୍ଡ ସମୟେ, ପୂର୍ଣ୍ଣଗ୍ରାସ ଆରମ୍ଭ ରାତ୍ରି ଘଣ୍ଟା ୧।୦।୧୪ସେକେଣ୍ଡ ସମୟେ, ଗ୍ରହଣମଧ୍ୟ ରାତ୍ରି ଘଣ୍ଟା ୧।୫୧।୪୩ସେକେଣ୍ଡ ସମୟେ, ପୂର୍ଣ୍ଣଗ୍ରାସ ସମାପ୍ତ ରାତ୍ରି ଘଣ୍ଟା ୨।୪୩।୯ସେକେଣ୍ଡ ସମୟେ ଏବଂ ଗ୍ରହଣ ସର୍ବମୋକ୍ଷ ରାତ୍ରି ଘଣ୍ଟା ୩।୪୯।୫୮ସେକେଣ୍ଡ ସମୟେ ହେବ।

ଆହୁରି ପଢନ୍ତୁ: ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭତ୍ଵ ଆଣିଥାଏ ଏହି ୭ଟି ଚିତ୍ର। କ’ଣ ଆପଣ ବି ଲଗାଇଛନ୍ତି କି ଏହା ମଧ୍ୟରୁ କିଛି? No.6 ନିଶ୍ଚୟ ଦେଖନ୍ତୁ।

ପାଳନ ବିଧି। 

ଅଦ୍ୟ ଚନ୍ଦ୍ରଗ୍ରହଣ ଯୋଗୁ ଗ୍ରହଣସ୍ପର୍ଶର ଘଣ୍ଟା ୯ଟା ପୂର୍ବରୁ ଅର୍ଥାତ୍ ତା ୨୭-୭-୨୦୧୮ରିଖ ଶୁକ୍ରବାର ଦିବସ ଘଣ୍ଟା ୨।୫୪ମିନିଟ୍ ଠାରୁ ପାକତ୍ୟାଗ ଏବଂ ଅନ୍ନଭୋଜନାଦି ଓ ଦେବନୀତି ନିଷେଧ ହେବ। ପ୍ରତ୍ୟେକ ଗୃହୀ ଏହି ନିୟମ ମାନି ଜୁଲାଇ ତା୨୭ରିଖ ଶୁକ୍ରବାର ଦିବସ ଘଣ୍ଟା ୨।୫୪ମିନିଟ୍ ମଧ୍ୟେ ପାକକର୍ମାଦି, ଅନ୍ନଭୋଜନାଦି ଓ ଦେବନୀତି କରିବେ। ତା’ପରଠାରୁ ଅର୍ଥାତ୍ ଦିବସ ଘଣ୍ଟା ୨।୫୪ମିନିଟ୍ ଠାରୁ ଶୁକ୍ରବାର ରାତ୍ରି ଘଣ୍ଟା ୩।୪୯ମିନିଟ୍ ମଧ୍ୟେ କୌଣସି ପ୍ରକାର ଅନ୍ନଭୋଜନାଦି କରିବା ନିଷେଧ।

ବାଳ, ବୃଦ୍ଧ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ଉପଯୁକ୍ତ ନିୟମ ଲଂଘନୀୟ। ଗର୍ଭଧାରଣ କରିଥିବା  ମହିଳା ଏହି ରାତିରେ ଗ୍ରହଣକୁ ନ ଦେଖି ଘର ଭିତରେ ରହି ଶ୍ରୀବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ୍। ରାତ୍ରି ଘଣ୍ଟା ୩।୪୯ମିନିଟ୍ ସମୟେ ସର୍ବମୋକ୍ଷ ବେଳକୁ ରାତ୍ରି ଥିବା ଯୋଗୁ ବ୍ର।ହ୍ମମୂହୁର୍ତ୍ତ ରାତ୍ରି ଘଣ୍ଟା ୪ଟା ପରେ ସ୍ନାନାଦି ସାରି ଦେବପୂଜା କରି ପାରିବେ।

ପରଦିନ ସୂର୍ଯ୍ୟଉଦୟ ପରେ ସ୍ନାନାଦି ସାରି ଦେବପୂଜା, ପାକକର୍ମାଦି, ଅନ୍ନଭୋଜନାଦି କରିବାକୁ ହେବ। ପୂର୍ଣ୍ଣିମା ତିଥିର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଦିବସ ଘଣ୍ଟା ୨।୫୪ମିନିଟ୍ ମଧ୍ୟେ  କରିବାରେ କୌଣସି ବାଧା ନାହିଁ।

ଗ୍ରହଣ ଦର୍ଶନେ ଚନ୍ଦ୍ରଶୁଦ୍ଧି 

ମେଷ, ବୃଷ, କର୍କଟ, କନ୍ୟା, ବିଛା, ଧନୁ, ମକର ଓ ମୀନ ଏ ରାଶିମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ। ଏତଦ୍ ଭିନ୍ନ ଅନ୍ୟ ରାଶିମାନଙ୍କର ଅଶୁଭ।

ଆହୁରି ପଢନ୍ତୁ: ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଚାହୁଁଛନ୍ତି କି? ତେବେ ଏହି ଶ୍ରାବଣ ମାସରେ ନିଜ ରାଶି ଅନୁସାରେ ଏମିତି କରନ୍ତୁ ଶିବଙ୍କ ଅଭିଷେକ, ମିଳିବ ଶୁଭ ଫଳ। ଶ୍ରାବଣ ମାସ ପ୍ରଥମ ସୋମବାର- ୩୦ ଜୁଲାଇ ୨୦୧୮।

ଗ୍ରହଣ ଦର୍ଶନେ ତାରାଶୁଦ୍ଧି 

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ଉତ୍ତରଭାଦ୍ର ଓ ରେବତୀ ଏ ନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ। ଏତଦ୍ ଭିନ୍ନ ଅନ୍ୟ ନକ୍ଷତ୍ରମାନଙ୍କର ଅଶୁଭ।

ଗ୍ରହଣସ୍ପର୍ଶେ ସ୍ନାନ ମନ୍ତ୍ର

ସ୍ଵସ୍ଥାନଂ ଗମ୍ୟତାଂ କେତୋତ୍ୟଜ୍ୟତାଂ ଚନ୍ଦ୍ରସଙ୍ଗମଃ ।

କର୍ମଚଣ୍ଡାଳ ଯୋନେ ତ୍ଵଂ ହି ମମ ପାପକ୍ଷୟଂ କୁରୁ ॥

ଅର୍ଘ୍ୟ ଦାନ ମନ୍ତ୍ର

ଶଶ ଲାଞ୍ଛନ ଭୂଚନ୍ଦ୍ର ସୈଂହିକେୟରିପୋପ୍ରଭୋ

ଅର୍ଘ୍ୟ ଦଦାମି ଦେବେଶ ! କେତୁଗ୍ରହ ବିମୋଚନାତ୍ ॥

ଆହୁରି ପଢନ୍ତୁ: ଜାଣନ୍ତୁ! ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ଶୁଭ ରଙ୍ଗ, ରତ୍ନ, ଅଙ୍କ ଓ ସହଯୋଗୀ ରାଶି।

ମୁକ୍ତୌ ସ୍ନାନ ମନ୍ତ୍ର

ଯଥାପଦୋ ବିମୁକ୍ତସି କେତୋଗ୍ରହ ସଙ୍କଟାତ୍ ।

ତଥାତ୍ଵଂ ରୋହିଣୀକାନ୍ତ ଆପଦୋମା ବିମୋଚୟ ॥

ଶ୍ରୀକ୍ଷେତ୍ରେ ମହୋଦଧି, ପ୍ରାଚୀନଦୀ, ବିନ୍ଦୁସାଗର, ନାଭିଗୟା, ବୈତରଣୀ ନଦୀ ତଥା ତୀର୍ଥସ୍ଥାନ ପବିତ୍ର ମହାନଦୀ ପ୍ରଭୃତି ଜଳରେ ସ୍ନାନ କଲେ ଅକ୍ଷୟ ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!