ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଚାହୁଁଛନ୍ତି କି? ତେବେ ଏହି ଶ୍ରାବଣ ମାସରେ ନିଜ ରାଶି ଅନୁସାରେ ଏମିତି କରନ୍ତୁ ଶିବଙ୍କ ଅଭିଷେକ, ମିଳିବ ଶୁଭ ଫଳ। ଶ୍ରାବଣ ମାସ ପ୍ରଥମ ସୋମବାର- ୩୦ ଜୁଲାଇ ୨୦୧୮।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ଶ୍ରାବଣ ମାସରେ ନିଜ ରାଶି ଅନୁସାରେ ଏମିତି କରନ୍ତୁ ଶିବଙ୍କ ଅଭିଷେକ, ମିଳିବ ଶୁଭ ଫଳ।

ଶ୍ରାବଣ ମାସ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହି ସମୟରେ ଯେଉଁ ଭକ୍ତ ଶ୍ରଦ୍ଧା ପୂର୍ବକ ଭଗବାନ ଶିବଙ୍କର ଆରାଧନା କରନ୍ତି ସେମାନଙ୍କର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାବଣ ମାସରେ ଶିବଙ୍କର ଅଭିଷେକ କରିବା ଦ୍ଵାରା କୁଣ୍ଡଳୀରେ ଥିବା ସମସ୍ତ ଅଶୁଭତ୍ଵ ଖଣ୍ଡନ ହୋଇ ଶୁଭ ଫଳ ପ୍ରାପ୍ତି ହୁଏ।

ଆହୁରି ପଢନ୍ତୁ: ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭତ୍ଵ ଆଣିଥାଏ ଏହି ୭ଟି ଚିତ୍ର। କ’ଣ ଆପଣ ବି ଲଗାଇଛନ୍ତି କି ଏହା ମଧ୍ୟରୁ କିଛି? No.6 ନିଶ୍ଚୟ ଦେଖନ୍ତୁ।

ଆସନ୍ତୁ ଜାଣିବା ଏହି ଶ୍ରାବଣରେ ଶିବଙ୍କୁ କେଉଁ କେଉଁ ପଦାର୍ଥରେ ଅଭିଷେକ କଲେ ସମସ୍ତ ୧୨ଟି ରାଶିର ମନସ୍କାମନା ପୂର୍ଣ୍ଣ ହେବ।

ମେଷ ରାଶି:-

ଭଗବାନ ଶିବଙ୍କୁ ମହୁ, ଆଖୁରସରେ ଅଭିଷେକ କରନ୍ତୁ, ଏହା ଆପଣଙ୍କ ପାଇଁ ସୁଖ ସମୃଦ୍ଧି ଆଣି ଦେବ।

ବୃଷ ରାଶି:-

ଏହି ରାଶିର ବ୍ୟକ୍ତି କଞ୍ଚା କ୍ଷୀର ଏବଂ ଦହୀରେ ଅଭିଷେକ କଲେ ଶୁଭ ଫଳ ପ୍ରାପ୍ତି ହେବ।

ଆହୁରି ପଢନ୍ତୁ: ଏହି ରାଶିର ଲୋକଙ୍କ Brain Computer ରୁ ବି ଅଧିକ Speed ଚାଲିଥାଏ!

ମିଥୁନ ରାଶି:-

ଲାଲ ରଙ୍ଗର ଫୁଲ, ବେଲପତ୍ର ଏବଂ ଫଳ ରସରେ ଅଭିଷେକ କଲେ ଉତ୍ତମ ଫଳ ପ୍ରାପ୍ତି ହେବ।

କର୍କଟ ରାଶି:-

କଞ୍ଚା କ୍ଷୀର ଏବଂ ଲହୁଣିରେ ଅଭିଷେକ କରନ୍ତୁ, ସୁଖ ଶାନ୍ତି ପ୍ରାପ୍ତି ହେବ।

ସିଂହ ରାଶି:-

ସିଂହ ରାଶିର ବ୍ୟକ୍ତି ମହୁ ଓ ଗୁଡରେ ଶିବ ଭଗବାନ ଙ୍କୁ ଅଭିଷେକ କରିବା ଉଚିତ, ଏହା ଦ୍ଵାରା ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ।

ଆହୁରି ପଢନ୍ତୁ: ଅଗଷ୍ଟ ୧ ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

କନ୍ୟା ରାଶି:-

ଗଙ୍ଗା ଜଳରେ ଅଭିଷେକ କରନ୍ତୁ ଶୁଭ ଫଳ ପ୍ରାପ୍ତି ହେବ।

ତୁଳା ରାଶି:-

ଦୁଦୂରା ଫୁଲ, କ୍ଷୀର, ଦହୀ, ଏବଂ ଆଖୁ ରସରେ ଅଭିଷେକ କରନ୍ତୁ।

ବିଛା ରାଶି:-

ଲାଲ ରଙ୍ଗର ଫୁଲ ଏବଂ ମହୁରେ ଅଭିଷେକ କଲେ ସମସ୍ତ କଷ୍ଟରୁ ମୁକ୍ତି ମିଳିବ।

ଧନୁ ରାଶି:-

ଘିଅ ଏବଂ ହଳଦୀ ରଙ୍ଗର ଫୁଲ ରେ ଅଭିଷେକ କରନ୍ତୁ, ପରିବାରରେ ଶାନ୍ତି ବିରାଜମାନ କରିବ।

ଆହୁରି ପଢନ୍ତୁ: ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜ ରାଶି ବିଷୟରେ!

ମକର ରାଶି:-

ରାଶିତେଲ ଏବଂ ସୋରିଷ ତେଲ ରେ ଅଭିଷେକ କଲେ ସବୁ ମନସ୍କାମନା ପୂର୍ଣ୍ଣ ହେବ।

କୁମ୍ଭ ରାଶି:-

କଞ୍ଚା କ୍ଷୀର, ଦହୀ ଏବଂ ନୀଳ ରଙ୍ଗର ଫୁଲ ରେ ଅଭିଷେକ କରନ୍ତୁ ଶୁଭ ଫଳ ପାଇବେ।

ମୀନ ରାଶି:-

ଆଖୁ ରସ, ମହୁ, ବାଦାମ, ବେଲପତ୍ର ଏବଂ ହଳଦୀ ରଙ୍ଗର ଫୁଲ ଦ୍ଵାରା ଅଭିଷେକ କଲେ ଭଗବାନ ଶିବ ଆପଣଙ୍କର ମଙ୍ଗଳ କରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!