ମନ୍ତ୍ର କ’ଣ? ଜାଣନ୍ତୁ ସାଧନା କରିବାର ସବୁଠୁ ଉତ୍ତମ ସମୟ ଓ କେମିତି କରିବେ ମନ୍ତ୍ର ଜପ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମନ୍ତ୍ର କ’ଣ?

ମନ୍ତ୍ର ଶବ୍ଦର ଅର୍ଥ ଅସିମୀତ। ଦେବା ଦେବୀଙ୍କ ସ୍ତୁତି ବା ଯଜ୍ଞରେ ଉଚ୍ଚାରଣ କରାଯାଉଥିବା ଶବ୍ଦ ସମୂହକୁ ମନ୍ତ୍ର କୁହାଯାଏ। ବେଦରେ ଥିବା ପ୍ରତ୍ୟକ ଛନ୍ଦକୁ ମଧ୍ୟ ମନ୍ତ୍ର କୁହାଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତନ୍ତ୍ର ଶାସ୍ତ୍ରରେ ମନ୍ତ୍ରର ଅର୍ଥ ଭିନ୍ନ ଅଟେ। ତନ୍ତ୍ର ଶାସ୍ତ୍ରାନୁସାରେ ମନ୍ତ୍ର ମାନେ ଯେଉଁ ଶବ୍ଦ ପଦ ବା ପଦ ଗୁଡିକ ଦେବତା ବା ଶକ୍ତିକୁ ଆବାହନ କରେ ସେ ହେଉଛି ସେହି ଦେବତା ବା ଶକ୍ତିଙ୍କର ମନ୍ତ୍ର।

<<Vastu>>> | <<< Jataka Bichara >>>

ବିଦ୍ଵାନ ମାନକ ଦ୍ଵାରା ମନ୍ତ୍ରର ପରିଭାଷା କିଛି ଏହି ପ୍ରକାରର-

୧। ଧର୍ମ, କର୍ମ ଏବଂ ମୋକ୍ଷ ପ୍ରାପ୍ତି ହେତୁ ପ୍ରେରଣା ଦେଉଥିବା ଶକ୍ତିକୁ ମନ୍ତ୍ର କୁହାଯାଏ।

୨। ଦେବତାଙ୍କ ସୂକ୍ଷ୍ମ ଶରୀରକୁ ବା ଇଷ୍ଟ ଦେବଙ୍କ କୃପାକୁ ମନ୍ତ୍ର କୁହାଯାଏ।

୩। ଦିବ୍ୟଶକ୍ତିର କୃପା ପ୍ରାପ୍ତ ହେତୁ ଯେଉଁ ଶବ୍ଦ ଉପଯୋଗ କରାଯାଏ ତାକୁ ମନ୍ତ୍ର କୁହନ୍ତି।

୪। ଅଦୃଶ୍ୟ ଗୁପ୍ତ ଶକ୍ତିକୁ ଆବାହନ କରି ନିଜ ଅଧୀନରେ କରିବା ବିଦ୍ୟାକୁ ମନ୍ତ୍ର କୁହାଯାଏ।

୫। ଏହିପ୍ରକାର ଗୁପ୍ତ ଶକ୍ତିକୁ ବିକଶିତ କରୁଥିବା ବିଦ୍ୟାକୁ ମନ୍ତ୍ର କୁହାଯାଏ।

ଆହୁରି ପଢନ୍ତୁ: ଚନ୍ଦ୍ର ଗ୍ରହଣର ୧୨ଟି ରାଶି ଉପରେ ପ୍ରଭାବ। ଏହି ୪ଟି ରାଶି ରୁହନ୍ତୁ ସତର୍କ!

ମନ୍ତ୍ର ସାଧନାର ସମୟ-

ମନ୍ତ୍ର ସାଧନା ପାଇଁ ନିମ୍ନ ଲିଖିତ ମାସ, ସମୟ, ତିଥି ଏବଂ ନକ୍ଷତ୍ରକୁ ଧ୍ୟାନରେ ରଖନ୍ତୁ।

୧। ଉତ୍ତମ ମାସ-

ସାଧନା ପାଇଁ କାର୍ତ୍ତିକ, ଆଶ୍ଵିନ, ବୈଶାଖ, ମାଘ, ମାର୍ଗଶିର, ଫାଲ୍ଗୁନ ଏବଂ ଶ୍ରବଣ ମାସ ଉତ୍ତମ ଅଟେ।

୨। ତିଥି-

ମନ୍ତ୍ର ଜପ ପାଇଁ ପୂର୍ଣ୍ଣିମା, ପଞ୍ଚମୀ, ଦ୍ଵିତୀୟା, ସପ୍ତମୀ, ଦଶମୀ ଏବଂ ଏକାଦଶୀ ତିଥି ଉତ୍ତମ ଅଟେ।

୩। ପକ୍ଷ-

ଶୁକ୍ଳ ପକ୍ଷରେ ଶୁଭ ଚନ୍ଦ୍ର ବା ଶୁଭ ଦିନ ଦେଖି ମନ୍ତ୍ର ଜପ କରିବା ଉଚିତ।

ଆହୁରି ପଢନ୍ତୁ: ପଢନ୍ତୁ ଗୁରୁ ପୂର୍ଣ୍ଣିମାରେ ୭ ପ୍ରକାରର ଗୁରୁଦିକ୍ଷା ସମ୍ବନ୍ଧରେ।

୪। ଶୁଭ ଦିନ-

ରବିବାର, ଶୁକ୍ରବାର, ବୁଧବାର ଏବଂ ଗୁରୁବାର ମନ୍ତ୍ର ସାଧନା ପାଇଁ ଶୁଭପ୍ରଦ।

୫। ନକ୍ଷତ୍ର-

ପୁନର୍ବସୁ, ହସ୍ତା, ୩ଟି ଯାକ ଉତ୍ତରା ନକ୍ଷତ୍ର, ଶ୍ରବଣା, ରେବତୀ, ଅନୁରାଧା ଏବଂ ରୋହିଣୀ ନକ୍ଷତ୍ର ମନ୍ତ୍ର ସିଦ୍ଧି ପାଇଁ ଉତ୍ତମ ଅଟେ।

ମନ୍ତ୍ର ସାଧନାରେ ସାଧନ, ଆସନ ଏବଂ ମାଳା-

ଆସନ- ମନ୍ତ୍ର ଜପ ସମୟରେ କୁଶାସନ, ମୃଗ ଚର୍ମ ବା ଉଲ୍ ରେ ତିଆରି ଆସନ ସର୍ବୋତ୍ତମ।

ମାଳା- ରୁଦ୍ରାକ୍ଷ, ଜୟନ୍ତୀଫଳ, ତୁଳସୀ, ସ୍ଫଟିକ, ଚନ୍ଦନ ଏବଂ ପଦ୍ମମାଳ ରେ ଜପ କଲେ ଜପ ସିଦ୍ଧ ହୋଇଥାଏ। ରୁଦ୍ରାକ୍ଷ ମାଳା ସର୍ବ ଶ୍ରେଷ୍ଠ ଅଟେ।

ଜପ କରିବା ସମୟରେ ହଲିବା, କହିବା, କ୍ରୋଧ କରିବେ ନାହିଁ, ମନରେ କୌଣସି ପ୍ରକାରର ଖରାପ ଚିନ୍ତା ଆଣିବେ ନାହିଁ ନଚେତ ଜପ କରିବାର କୌଣସି ଫଳ ମିଳିବ ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!