ଚନ୍ଦ୍ର ଗ୍ରହଣର ୧୨ଟି ରାଶି ଉପରେ ପ୍ରଭାବ। ଏହି ୪ଟି ରାଶି ରୁହନ୍ତୁ ସତର୍କ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଚନ୍ଦ୍ର ଗ୍ରହଣର ୧୨ଟି ରାଶି ଉପରେ କ’ଣ ରହିଛି ପ୍ରଭାବ ଆସନ୍ତୁ ଜାଣିବା

ଏହି ବର୍ଷର ସବୁଠୁ ବଡ କେତୁଗ୍ରସ୍ତ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ୨୭-୨୮ ଜୁଲାଇ ଆଷାଢ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି। ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସବୁଠୁ ଅଧିକ ସମୟ ରହିବ। ଏହା ୩ଘଣ୍ଟା ୫୫ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ଗ୍ରହଣ ଭାରତ ସହ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଦେଖା ଯିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ, ବୃଷ, କର୍କଟ, କନ୍ୟା, ବିଛା, ଧନୁ, ମକର ଓ ମୀନ ଏ ରାଶିମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ। ଏତଦ୍ ଭିନ୍ନ ଅନ୍ୟ ରାଶିମାନଙ୍କର ଅଶୁଭ। ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ଉତ୍ତରଭାଦ୍ର ଓ ରେବତୀ ଏ ନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ। ଏତଦ୍ ଭିନ୍ନ ଅନ୍ୟ ନକ୍ଷତ୍ରମାନଙ୍କର ଅଶୁଭ।

<<Vastu>>> | <<< Jataka Bichara >>>

ଏହି ୪ଟି ରାଶି ପାଇଁ ଅଶୁଭ ଅଟେ ଗ୍ରହଣ ଦର୍ଶନ।

ମିଥୁନ, ସିଂହ, ତୁଳା, କୁମ୍ଭ ଏହି ୪ଟି ରାଶି ସତର୍କ ରୁହନ୍ତୁ।

ରାଶି ଉପରେ ଶୁଭ ଅଶୁଭ ପ୍ରଭାବ-

ମେଷ- ଏହି ରାଶି ବ୍ୟକ୍ତିଙ୍କର ଅଟକି ଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଆର୍ଥିକ ସମସ୍ୟାର ସମାଧାନ ହେବ। ଉନ୍ନତିର ଅବସର ପ୍ରାପ୍ତି ହେବ।

ବୃଷ- ଏହି ରାଶି ବ୍ୟକ୍ତିଙ୍କୁ ମିଶ୍ରିତ ଫଳ ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ।

ମିଥୁନ- ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ। ପାରିବାରିକ ସମସ୍ୟା ଦେଖାଦେବ।

ଆହୁରି ପଢନ୍ତୁ: ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ।

କର୍କଟ- ମନ ଅଶାନ୍ତ ରହିବ। କିନ୍ତୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ କୌଣସି ଅସୁବିଧା ଆସିବ ନାହିଁ।

ସିଂହ- ଉନ୍ନତିର ଅବସର ପ୍ରାପ୍ତି ହେବ। ଦୂର ଯାତ୍ରାର ଯୋଗ ଅଛି।

କନ୍ୟା- ସମୟର ସଦୁପଯୋଗ କରିବା ଉଚିତ। କାର୍ଯ୍ୟ ବ୍ୟସ୍ତ ରହିବେ। ସ୍ୱାସ୍ଥ୍ୟ ଠିକ ରହିବ।

ତୁଳା- ସଚେତନ ହୋଇ ରହିବା ଆପଣଙ୍କ ପାଇଁ ହିତକର। ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ।

ବିଛା- ସ୍ତ୍ରୀ ସୁଖ ପ୍ରାପ୍ତ ହେବ। ସମୟ ଅନୁକୂଳ ରହିବ। ବ୍ୟାପାର କ୍ଷେତ୍ରରେ ବାତାବରଣ ଠିକ ରହିବ।

ଧନୁ- ସମୟକୁ ଧ୍ୟାନରେ ରଖି କର୍ମ କରନ୍ତୁ। ଆର୍ଥିକ ସ୍ଥିତି ଠିକ ରହିବ। ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ।

ଆହୁରି ପଢନ୍ତୁ: ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭତ୍ଵ ଆଣିଥାଏ ଏହି ୭ଟି ଚିତ୍ର।

ମକର- ସାବଧାନୀର ସହ କାର୍ଯ୍ୟ କରନ୍ତୁ। ଚାକିରି କ୍ଷେତ୍ରରେ ସତର୍କ ରୁହନ୍ତୁ।

କୁମ୍ଭ- ଭାବି ଚିନ୍ତି କାର୍ଯ୍ୟ କରନ୍ତୁ। ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟୟ ଅଧିକ ହେବ।

ମୀନ- ହସଖୁସିର ବାତାବରଣ ରହିବ। ମନ ପ୍ରସନ୍ନ ରହିବ। ସବୁ କାର୍ଯ୍ୟରେ ସଫଳତା ମିଳିବ।

ଅଶୁଭତ୍ଵ ଖଣ୍ଡନ ପାଇଁ ଉପାୟ।

ଯେଉଁ ସବୁ ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଅଶୁଭ ଫଳଦାଇ ଅଟେ ସେମାନେ ନିଜ ରାଶି ଅନୁସାରେ ଦାନ ଦିଅନ୍ତୁ। ପକ୍ଷୀ ମାନଙ୍କୁ ଦାନା ଦିଅନ୍ତୁ, ଗାଇଙ୍କୁ କଞ୍ଚା ଘାସ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!