ଜାଣନ୍ତୁ! ଗ୍ରହଣ ସମୟରେ ମନ୍ଦିର ବନ୍ଦ ରହିବା ପଛର ରହସ୍ୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣନ୍ତୁ! ଗ୍ରହଣ ସମୟରେ ମନ୍ଦିର ବନ୍ଦ ରହିବା ପଛର ରହସ୍ୟ।

ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ବିଷୟରେ ତ ଆପଣ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଏହି ଗ୍ରହଣ ସମ୍ବନ୍ଧିତ କିଛି ରହସ୍ୟ ପୂର୍ଣ୍ଣ କଥା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗ୍ରହଣ ସମୟରେ ମନ୍ଦିର ବନ୍ଦ ରଖିବା, ବାହାରକୁ ନ ବାହାରିବା ଏବଂ ଭୋଜନ ଆଦି ନିଷେଧ ବୋଲି ଶାସ୍ତ୍ରରେ ଲେଖା ଅଛି।

<<Vastu>>> | <<< Jataka Bichara >>>

ଗ୍ରହଣ ସମାପ୍ତ ହେବା ପରେ ଅର୍ଥାତ ଗ୍ରହଣ ମୋକ୍ଷ ହେବା ପରେ ସ୍ନାନ କରିବା ଆବଶ୍ୟକ ଅଟେ। ଏହା ପଛରେ କିଛି ବୈଜ୍ଞାନିକ କାରଣ ଅଛି ଏବଂ ସେହି କାରଣ ର ଦୁଷ୍ପ୍ରଭାବରୁ ବଞ୍ଚିବା ପାଇଁ ସମାଜରେ କିଛି ନିୟମ ବନା ଯାଇଛି।

ବୈଜ୍ଞାନିକ କାରଣ ତ ସ୍ଥିର ଅଟେ, କିନ୍ତୁ ଦେଶ- ସମୟ- ପରିସ୍ଥିତି ଅନୁସାରେ ବନା ଯାଇଥିବା ନିୟମକୁ ସମୟ ଅନୁଯାଇ ବଦଳାଇବା ଉଚିତ। ତେବେ ଯାଇ ତାହା ଅଧିକାଂଶ ଜନସମାଜ ଦ୍ଵାରା ମାନ୍ୟତା ପାଇବ।

ଆହୁରି ପଢନ୍ତୁ: ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।

କୌଣସି ବି ନିୟମକୁ ଆରମ୍ଭ କରିବା ପଛରେ ୨ଟି କଥା ମୁଖ୍ୟତଃ ପ୍ରଭାବ ପକାଇଥାଏ। ପ୍ରଥମଟି ଭୟ, ଓ ଦ୍ଵିତୀୟ ଟି ଲୋଭ। ଏହି ୨ଟି କଥାର ପ୍ରଚାର କରି ଆପଣ କୌଣସି ବି ନିୟମକୁ ସମାଜରେ ପ୍ରତିଷ୍ଠା କରି ପାରିବେ।

ଆମ ସମାଜରେ ତତ୍କାଳ ନୀତି ନିର୍ଧାରକ ମାନେ ବୈଜ୍ଞାନିକ କାରଣରୁ ହେଉଥିବା ଦୁଷ୍ପ୍ରଭାବକୁ ଅଟକେଇବା ପାଇଁ ଧର୍ମର ସାହାରା ନେଇଥାନ୍ତି। ଯାହା ଦ୍ଵାରା ଏହି ଦୁଷ୍ପ୍ରଭାବ ଜନସମାଜକୁ ପ୍ରଭାବିତ କରିବ ନାହିଁ। କିନ୍ତୁ ବର୍ତ୍ତମାନ ଯୁଗରେ ଆମେ ବିଜ୍ଞାନ ଦ୍ଵାରା ସୁପରିଚିତ ହୋଇ ମଧ୍ୟ ଏହି ସବୁ ନିୟମକୁ ପାଳନ କରୁଛେ।

ଆସନ୍ତୁ ଜାଣିବା ଗ୍ରହଣ ସମୟରେ ମନ୍ଦିର ବନ୍ଦ ରହିବା ପଛର ରହସ୍ୟ-

ଆହୁରି ପଢନ୍ତୁ: ଚନ୍ଦ୍ର ଗ୍ରହଣର ୧୨ଟି ରାଶି ଉପରେ ପ୍ରଭାବ। ଏହି ୪ଟି ରାଶି ରୁହନ୍ତୁ ସତର୍କ!

ମନ୍ଦିର ବନ୍ଦ ରହିବା ପଛରେ ମୁଖ୍ୟ ଉଦେଶ୍ୟ ଏହି କି ଯେ, ଜନସମାଜରେ ମନ୍ଦିର ଯିବାକୁ ନେଇ ଏକ ପ୍ରକାର ନିୟମ ବା ଶ୍ରଦ୍ଧାର ଭାବ ରୁହେ। ଅତଃ ଯେଉଁ ସବୁ ଶ୍ରଦ୍ଧାଳୁମାନେ ନିୟମିତ ମନ୍ଦିର ଯାଆନ୍ତି ସେମାନଙ୍କୁ ଗ୍ରହଣର ଦୁଷ୍ପ୍ରଭାବରୁ ରକ୍ଷା କରିବା ପାଈଁ ମନ୍ଦିରକୁ ବନ୍ଦ ରଖାଯାଏ। ଗ୍ରହଣ ସମୟରେ ଚନ୍ଦ୍ରରୁ କିଛି ଏଭଳି କିରଣ ନିର୍ଗତ ହୁଏ ଯାହା ସମ୍ପର୍କରେ ଆସିଲେ ଆମ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ତେଣୁ ଲୋକଙ୍କ ହିତ ପାଇଁ ବା ଯେଉଁ ଶ୍ରଦ୍ଧାଳୁ ସର୍ବଦା ମନ୍ଦିର ଯିବାର ଅଭ୍ୟାସ ରଖନ୍ତି ସେମାନଙ୍କୁ ଏହି କିରଣରୁ ବଞ୍ଚାଇବା ପାଇଁ ମନ୍ଦିର ସବୁ ବନ୍ଦ ରଖାଯାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!