ପଢନ୍ତୁ ଗୁରୁ ପୂର୍ଣ୍ଣିମାରେ ୭ ପ୍ରକାରର ଗୁରୁଦିକ୍ଷା ବିଷୟରେ।
ଗୁରୁ ପୂର୍ଣ୍ଣିମା ପ୍ରତ୍ୟକ ବର୍ଷ ଆଷାଢ ଶୁକ୍ଳ ପୂର୍ଣ୍ଣିମାରେ ପାଳନ କରାଯାଏ। ଗୁରୁ ପୂର୍ଣ୍ଣିମା ବ୍ୟାସ ଦେବଙ୍କ ପୂଜା ନାମରେ ମଧ୍ୟ ପ୍ରସିଦ୍ଧ।
ଏମିତି ଦେଖିବାକୁ ଗଲେ କୌଣସି ଭି ପ୍ରକାରର ଜ୍ଞାନ ଦେବା ଲୋକଙ୍କୁ ଗୁରୁ କୁହାଯାଏ, କିନ୍ତୁ ତନ୍ତ୍ର-ମନ୍ତ୍ର, ଅଧ୍ୟାତ୍ମ୍ୟକ ଜ୍ଞାନ ଦେବା ଲୋକଙ୍କୁ ସଦ୍ ଗୁରୁ କୁହାଯାଏ। ପୂର୍ବଜନ୍ମର କର୍ମକୁ ନେଇ ହିଁ ଏହି ଜନ୍ମରେ ଆମେ ସଦ୍ ଗୁରୁଙ୍କୁ ପାଇଥାଉ।
<<Vastu>>> | <<< Jataka Bichara >>>
ଦିକ୍ଷା ପ୍ରାପ୍ତି ଜୀବନର ଗୋଟେ ଆଧାର ଅଟେ। ଏହା ଦ୍ଵାରା ମନୁଷ୍ୟକୁ ଦିବ୍ୟତା ତଥା ଚେତନା ପ୍ରାପ୍ତି ହୁଏ, ତଥା ସେ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳ ହୁଏ।
ଦିକ୍ଷା ଆତ୍ମସଂସ୍କାର କରାଇଥାଏ। ଦିକ୍ଷା ଦ୍ଵାରା ଶିଷ୍ୟ ସମସ୍ତ ଦୋଷରୁ ମୁକ୍ତି ପାଇ ଥାଏ।
ଗୁରଙ୍କର ମହତ୍ଵ ଏହି ଭଳି ବର୍ଣ୍ଣନା କରାଯାଇଛି-
“ଗୁରୁବ୍ରହ୍ମା, ଗୁରୁବିଷ୍ଣୁ ଗୁରଦେବୋ ମହେଶ୍ଵର
ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ”
ଆହୁରି ପଢନ୍ତୁ: ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।
ଦିକ୍ଷାର ୭ଟି ପ୍ରକାର-
୧। ସମୟ ଦିକ୍ଷା- ସାଧନା ପଥରେ ଅଗ୍ରସର ହେବା, ଏବଂ ବିଚାରକୁ ସୁଧ କରିବା ଏହି ଦିକ୍ଷାରେ ସମ୍ପୃକ୍ତ।
୨। ଜ୍ଞାନ ଦିକ୍ଷା- ଏଥିରେ ବିଚାରଧାରାର ଶୁଦ୍ଧି କରାଯାଏ।
୩। ମାର୍ଗ ଦିକ୍ଷା- ଏଥିରେ ବୀଜ ମନ୍ତ୍ର ଦିଆଯାଏ।
୪। ସମ୍ଭାବୀ ଦିକ୍ଷା- ଏଥିରେ ଗୁରୁ ଶିଷ୍ୟର ରକ୍ଷାର ଭାର ନିଜ ଉପରେ ନିଅନ୍ତି, ଯାହା ଦ୍ଵାରା ସାଧନାରେ ବାଧାପ୍ରାପ୍ତ ହେବ ନାହିଁ।
ଆହୁରି ପଢନ୍ତୁ: ଚନ୍ଦ୍ର ଗ୍ରହଣର ୧୨ଟି ରାଶି ଉପରେ ପ୍ରଭାବ। ଏହି ୪ଟି ରାଶି ରୁହନ୍ତୁ ସତର୍କ!
୫। ଚକ୍ର ଜାଗରଣ ଦିକ୍ଷା- ଏଥିରେ ଶିଷ୍ୟର ଧ୍ୟାନ ଯୋଗ ଦ୍ଵାରା ମୂଳାଧାର ଚକ୍ରକୁ ଜାଗୃତ କରାଯାଏ।
୬। ବିଦ୍ୟା ଦିକ୍ଷା- ଏଥିରେ ଶିଷ୍ୟକୁ ବିଶେଷ ଜ୍ଞାନ ତଥା ସିଧି ପ୍ରଦାନ କରାଯାଏ।
୭। ପୂର୍ଣ୍ଣଭିଷେକ ଦିକ୍ଷା- ଏଥିରେ ଗୁରୁ ନିଜର ସବୁ ଶକ୍ତି ଗୁଡିକ ଶିଷ୍ୟକୁ ପ୍ରଦାନ କରନ୍ତି, ଯେମିତିକି ସ୍ଵାମୀ ରାମକୃଷ୍ଣ ପରମହଂସ ସ୍ଵାମୀ ବିବେକାନନ୍ଦଙ୍କୁ ପ୍ରଦାନ କରିଥିଲେ।