ହିନ୍ଦୁ ଧର୍ମରେ ନାକ ଫୋଡାଇବା କାହିଁକି ଜରୁରୀ ହୋଇଥାଏ। ଜାଣନ୍ତୁ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ନାକ ଫୋଡାଇବା କାହିଁକି ଜରୁରୀ ହୋଇଥାଏ। ଜାଣନ୍ତୁ!

ଭାରତ ହେଉଛି ସମସ୍ତ ଧର୍ମ ରେ ଗଢ଼ା ହୋଇଥିବା ଏବଂ ସବୁ ପରମ୍ପରା କୁ ମାନୁଥିବା ରାଷ୍ଟ୍ର। ତେଣୁ ଏହି ଭାରତରେ ଅନେକ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ।ହିନ୍ଦୁ ଧର୍ମ ରେ ନାକ ଫୋଡା ର ଏକ ପରମ୍ପରା ରହିଛି। ହିନ୍ଦୁମାନେ କହିବାର ଅର୍ଥ ହିନ୍ଦୁ ମହିଳା ମାନେ ଏହି ପରମ୍ପରା ହିସାବରେ ନାକ ଫୋଡାଇ ଥାନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<<Vastu>>> | <<< Jataka Bichara >>>

ନାକ ଫୋଡାଇବାର କିଛି ଉପକାର

ଏହାକୁ ବହୁତ ଶୁଭ ମନାଯାଏ। ନାକ ଫୋଡଇବା ନେଇ ଅନେକ ବୈଜ୍ଞାନିକ କାରଣ ରହିଛି। ନାକ ଫୋଡଇବା ଦ୍ବାରା ଶରୀର ର ପୀଡା କମିଥାଏ। ଅନେକ ମାନସିକ ବିଷାଦ ରୁ ମୁକ୍ତି ମିଳେ। ଯଦି ଗୋଟେ ମହିଳା ନାକ ଫୋଡାଇ ଥାଏ ସେ ଯେତେବେଳେ ପିଲା ଜନ୍ମ କରେ ସାଧାରଣ ହିସାବରେ ଯନ୍ତ୍ରଣା କମ ହୋଇଥାଏ। ଆଜିକାଲି ଏହାକୁ ଫ୍ୟାସନ ହିସାବରେ ଅନେକ ମହିଳା ନାକ ଫୋଡଇବା ପସନ୍ଦ କରୁଛନ୍ତି।

ଏହି ଚାହିଦା କୁ ନେଇ ବିଦେଶ ରେ ମଧ୍ୟ ଅନେକ ଡିଜାଇନର ନାକ ଫୁଲ ଡିଜାଇନ କରୁଛନ୍ତି। ଆମ ହିନ୍ଦୁ ଧର୍ମ ରେ ଝିଅ ଟି ଯଦି ନାକ ଫୋଡାଏ ତେବେ ଏହା ଷୋହଳ ଶୃଙ୍ଗାର ଭିତରୁ ଗୋଟେ ବୋଲି ମନାଯାଏ। ତେଣୁ ଆଗ କାଳରେ ଏହାକୁ ପାରମ୍ପରିକ ଏକ ଅଂଶ ବୋଲି ଗ୍ରହଣ କରାଯାଏ। କିନ୍ତୁ ଏବେ ଏହାକୁ ନିଜ ନିଜ ରୁଚି ହିସାବରେ ମହିଳା ମାନେ କରୁଛନ୍ତି। ଖାଲି ଭାରତୀୟ ନୁହେଁ ବିଦେଶରେ ମଧ୍ୟ ଏହାର ଚାହିଦା ବହୁତ ଅଧିକ ଦେଖିବାକୁ ମିଳେ। ଆହୁରି ମଧ୍ୟ ନାକ ଫୋଡଇବା ଦ୍ୱାରା ମହାମାରୀ ଭଳି ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି।

ଆହୁରି ପଢନ୍ତୁ: ନିମ୍ବ ଦ୍ଵାରା ହେବ ସମସ୍ତ ରୋଗର ନାଶ। ଜାଣନ୍ତୁ ନିମ୍ବ ଗଛର ଔଷଧୀୟ ଗୁଣ।

ମାସିକ ଋତୁସ୍ରାବରେ ହେଉଥିବା କଷ୍ଟରୁ ଲାଘବ ମିଳେ

ଆୟୁର୍ବେଦରେ କୁହାଯାଇଛି ଯେ ନାକ ଫୋଡାଇଲେ ଏହା ମାସିକଧର୍ମରେ ହେଉଥିବା କଷ୍ଟକୁ କମ କରିଥାଏ। ସ୍ତ୍ରୀ ମାନଙ୍କର ବାମ ପଟ ନାକ ଫୋଡାଯାଏ। ଏହା ଦ୍ଵାରା ଏଠାରେ ଥିବା ଶିରାର ସମ୍ବନ୍ଧ ସିଧା ଗର୍ଭାଶୟ ସହ ଥିବାରୁ ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ଲଗବ ମିଳେ।

ରୋଗପ୍ରତିରୋଧକ ଶକ୍ତି ବଢେ

ମହିଳାମାନଙ୍କ ଶରୀର ବହୁତ କୋମଳ। ଯାହା ପାଇଁ ଋତୁରେ ହେଉଥିବା ଛୋଟ ଛୋଟ ପରିବର୍ତ୍ତନ ଏମାନେ ଅଧିକା ଅନୁଭବ କରନ୍ତି। ନାକ ଫୋଡାଇବା ଦ୍ଵାରା ମହିଳାମାନଙ୍କ ଶରୀରରେ ରୋଗପ୍ରତିରୋଧକ କ୍ଷମତା ବଢେ। ଏବଂ ଥଣ୍ଡା, ଜ୍ଵର, କାସ ଆଦି ରୋଗରୁ ଉପସମ ମିଳେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!