ଆଜି କେମିତି ରହିବ ଆପଣଙ୍କ ଦିନ : ୬ ଫେବୃୟାରୀ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୬ ଫେବୃୟାରୀ ୨୦୧୮

ମେଷ:-

ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ବ୍ୟବସାୟରେ ସଫଳତା ଅର୍ଜନ କରିବେ। ପ୍ରତିକାର-କୌଣସି କନ୍ୟାକୁ ଧଳାମିଠା ଖାଇବାକୁ ଦେବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ମିଥୁନ:-

ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ସନ୍ତାନଙ୍କ ଚିନ୍ତାରେ ମାନସିକ ଚିନ୍ତା ବୃଦ୍ଧି ହେବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନେ ଉଚିତ୍ ପନ୍ଥା ଗ୍ରହଣ କରିବେ। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ପ୍ରତିକାର-ତନ୍ଦୁରୁଟି ତିଆରି କରି ଗାଈକୁ ଖାଇବାକୁ ଦେବେ।

କର୍କଟ:-

ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ସିଂହ:-

ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। ସମୟ ଗୁଡିକ ହସ ଖୁସିରେ ବିତିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ପ୍ରତିକାର- ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ। 

କନ୍ୟା:-

କର୍ମ ଓ ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ। ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇପାରିବ। ପ୍ରତିକାର-ଗହମ, ଗୁଡ ବାଳକମାନଙ୍କୁ ଦାନ କରିବେ।

ତୁଳା:-

ଜମି ଜମା ସଙ୍କ୍ରାନ୍ତିୟ ପଟ୍ଟା, ଦସ୍ତାବେଜ ଏବଂ ଅନୁବନ୍ଧନ ଆଦିରେ ସଫଳତା ମିଳିବ। ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। କର୍ମ ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ । ପ୍ରତିକାର-ଲାଲଚନ୍ଦନ ଓ ମସୁରଡାଲି ଧର୍ମସ୍ଥାନରେ ଦେବେ।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ବିଛା:-

ବନ୍ଧୁଙ୍କ ଆଗମନ ହେବ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ନିଜର ସାମୁଦାୟିକ ମାମଲା ବା ଜନ କଲ୍ୟାଣର କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର-ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗକରି ବାଣ୍ଟନ୍ତୁ।

ଧନୁ:-

ଆତ୍ମବିଶ୍ଵାସ ବୃଦ୍ଧି ପାଇବ। କୀର୍ତ୍ତୀ ଓ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ବ୍ୟାପାର-ବ୍ୟବସାୟ, ଚାକିରୀରେ ଉନ୍ନତି କରିବେ। ବେରୋଜଗାରଙ୍କୁ ରୋଜଗାର ପ୍ରାପ୍ତି ହେବାର ସମ୍ଭାବନା ଅଛି ବା ନୂଆ ନିଯୁକ୍ତି ଯୋଗ ଅଛି। ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ମକର:-

ଏମିତି କାର୍ଯ୍ୟ ଆଜି କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ। ଜୀବନରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ। ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଜ୍ୟସହଯୋଗ କରିବାକୁ ବାଧ୍ୟ ହେବେ। ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ:-

ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ। ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ। ବସିୟତ୍, ପାରିବାରିକ ତଥା ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିବେ। ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।

ମୀନ:-

ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢି ପାରିବ। କିଛି କାରଣ ନଥାଇ ବଦନାମ୍ ବା ମିଛ କେଶ୍ ରେ ଫଶିଯିବେ। ଶତୃଙ୍କଠାରୁ ଦୂରେଇ ରହିବା ଉଚିତ୍। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!