ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ଦେଖାଦେଉଛି କି?

ନିଶ୍ଚୟ ପଢନ୍ତୁ: Odia Barsika Rasifala for 2018

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ଶାସ୍ତ୍ରକହେ ଟଙ୍କାହିଁ ଟଙ୍କାକୁ ଟାଣେ! ଏହି ସବୁ ଉପାୟ ଆପଣଙ୍କ ଘରେ ବା ବ୍ୟବସାୟ କେନ୍ଦ୍ରରେ ଅର୍ଥର ଅଭାବକୁ ଦୂରେଇ ଦେଇ ପାରିବ।

୧- ଟଙ୍କାପଇସା, ସୁନାରୂପା ଖୋଲା ସ୍ଥାନରେ ନରଖି ସର୍ବଦା ଛୋଟବାକ୍ସ, ମନିପର୍ସ, ଜରିପକେଟ, କପଡ଼ାରଥଳୀ କିମ୍ବା ଗାଞ୍ଜିଆରେ ରଖିଲେ କେତେବେଳେ ଧନଶୂନ୍ୟ ହେବେନାହିଁ।

୨- ଉତ୍ତରଦିଗର ଦେବତା ଧନପତି କୁବେର ହୋଇଥିବାରୁ ଓ ଲକ୍ଷ୍ମୀଙ୍କର ବାସଉତ୍ତର ପୂର୍ବ ଦିଗରେ ହୋଇଥିବାରୁ ଆଲମାରୀ, କବଡ, ଟ୍ରେଜେରୀ, ସିନ୍ଦୁକ, ବାକ୍ସଆଦିରେ ଟଙ୍କାପଇସା ସବୁବେଳେ ଉତ୍ତର ଦିଗରେ ରଖିବେ। ସୁନାରୂପା ଐଶାନ୍ୟ କୋଣରେ ରଖିଲେ ଟଙ୍କାପଇସା ଓ ସୁନାରୂପା ବୃଦ୍ଧି ହେବ ବରଂ କେତେବେଳେ କମିବ ନାହିଁ ।

୩ – ଆଲମାରୀ, କବଡ, ଟ୍ରେଜେରୀ, ସିନ୍ଦୁକ, ବାକ୍ସଆଦି ସବୁସମୟ ପାଇଁ ଦକ୍ଷିଣଦିଗ, ନୈଋତକୋଣ, ପଶ୍ଚିମଦିଗରେ ରଖିବେ। ଏହାର ସାମ୍ନା ଯେମିତି ଐଶାନ୍ୟକୋଣ, ଉତ୍ତରଦିଗ ଓ ପୂର୍ବଦିଗକୁ ରହୁଥିବ।

୪ – ଯେକୌଣସି ପରିସ୍ଥିତିରେ ଟଙ୍କାପଇସା ଆଦାନ ପ୍ରଦାନ ସମୟରେ ବାମହାତରେ ଦେବେନାହିଁ କି କାହାରୀଠାରୁ ବାମହାତରେ ନେବେନାହିଁ। କିନ୍ତୁ ବାମ ହାତରେ ଆଲମାରୀ, କବଡ, ଟ୍ରେଜେରୀ, ସିନ୍ଦୁକ, ବାକ୍ସଆଦିରେ ଟଙ୍କାପଇସା ଓ ସୁନାରୂପା ରଖିଲେ କି ବାହାରକଲେ ନିଶ୍ଚିତ ଧନବୃଦ୍ଧିହେବ।

୫ – ଦୋକାନ, ଅଫିସ୍, ବ୍ୟବସାୟ କେନ୍ଦ୍ର ଆଦିରେ କ୍ୟାସ୍ ବାକ୍ସ ଟେବୁଲ ଡ୍ରୟାର ବାମପଟେ ରହିବା ଉଚିତ୍। ବାମହାତରେ ଡ୍ରୟାର ଖୋଲି ବାମହାତରେ ଟଙ୍କାଆଣି ଡାହାଣ ହାତରେ ଆଦାନ ପ୍ରଦାନ କଲେ କେବେବି ଅଭାବ ପାଖମାଡିବନି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!