ଧନ ଜନ ଯଶ ବୃଦ୍ଧି କରିବା ପାଇଁ ମାର୍ଗଶିର ମାସ ପୂର୍ଣ୍ଣିମାରେ କରନ୍ତୁ ଏହି ତିନୋଟି ଉପାୟ
ଜୀବନରେ ସୁଖ ସମୃଦ୍ଧି ପରିପୂର୍ଣ୍ଣ ଥାଇ ମଧ୍ୟ ଅଶାନ୍ତି ଅଶନ୍ତୋଷରେ ସମୟ ଅତିବାହିତ କରୁଥିଲେ ଏଇ ସାଧାରଣ ଉପାୟ କରିପାରିଲେ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ଶାନ୍ତିମୟ ଉଜ୍ଵଳମୟ ହୋଇପାରିବ।

- ଐଶାନ୍ୟକୋଣ ଛାତ ଉପରେ ଉଚ ନିର୍ମାଣ କିଛି କରନ୍ତୁ ନହିଁ ଯଦି ହୋଇ ସାରିଛି ତେବେ ଗୃହର ମୁଖ୍ୟ ଦ୍ଵାରରେ ବାମବର୍ତ୍ତୀ ଶୁଣ୍ଢ ଥିବା ଗଣେଶଙ୍କ ଫଟୋ ଲଗେଇ ପ୍ରତ୍ୟେକ ଶନିବାର ସନ୍ଧ୍ୟା ସମୟରେ ଦ୍ଵାରର ବାହାର ପଟେ ୨୫ ଗ୍ରାମ୍ ର ତେଲଦୀପଟିଏ ଜାଳନ୍ତୁ।
- ଘରର ଛାତଉପରେ କୌଣସି ଅଦରକାରୀ ଦ୍ରବ୍ୟ ବା ଛିଣ୍ଡା, ଫଟା, ଭଙ୍ଗାତୁଟା, ଲୁହାଲକଡି ଟିଣଆଦି ରଖିଲେ ଲକ୍ଷ୍ମୀଛାଡି ଯାଆନ୍ତି ଯାହାଫଳରେ ପରିବାରରେ ମତାନ୍ତର ମନାନ୍ତର ଦେଖାଦିଏ। ତେଣୁ ଛାତ ବା ଚାଳପିଢା, ଆଜବେଷ୍ଟ ସର୍ବଦା ସଫାସୁତୁରା ରହିବା ଉଚିତ୍।
- ଘରର ମୁଖ୍ୟଦ୍ଵାର ସଫସୁତୁରା ରହିବା ହିତକର। ଦ୍ଵାରମୁହଁର ଡାହାଣପଟେ ସ୍ଵସ୍ତିକଚିହ୍ନ, ଲକ୍ଷ୍ମୀଙ୍କ ପାଦୁକାଚିହ୍ନ ମୁରୁଜରେ, ପିଠଉରେ ବା ଷ୍ଟିକରରେ ମାରିଲେ ବସ୍ତୁଦୋଷ ଖଣ୍ଡନହୋଇ ଧନ ସମ୍ମାନ ପ୍ରାପ୍ତିହେବ।