ମଥାରେ ସିନ୍ଦୁର କାହିଁକି ଲଗାଯାଏ ? ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣନ୍ତୁ ହିନ୍ଦୁ ପରମ୍ପରା ସହ ଜଡିତ କିଛି ବୈଜ୍ଞାନିକ ତତ୍ତ୍ଵ।

୧। କାନ ଫୋଡାଇବା :

ଭାରତରେ ପ୍ରାୟତଃ ସବୁ ଧର୍ମରେ କାନ ଫୋଡାଇବାର ପରମ୍ପରା ଅଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୈଜ୍ଞାନିକ ତର୍କ- ଦର୍ଶନଶାସ୍ତ୍ରୀଙ୍କ ମତାନୁସାରେ ଏହା ଦ୍ଵାରା ଭାବନା ଶକ୍ତି ବଢି ଥାଏ। କିନ୍ତୁ ଡାକ୍ତର ମାନେ କୁହନ୍ତି କି ଏହା ଦ୍ଵାରା ବ୍ୟକ୍ତିର କାନରୁ ମସ୍ତିସ୍କ ହୋଇ ଯାଇଥିବା ସିରା ପ୍ରଶିରାରେ ରକ୍ତ ସଂଚାଳନ ଠିକ ହୁଏ।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

୨। ମଥାରେ ସିନ୍ଦୂର ବା ତିଳକ ଲଗାଇବା

ହିନ୍ଦୁ ଧର୍ମରେ ମହିଳା ଏବଂ ପୁରୁଷ କୌଣସି ଏକ ଶୁଭ କାର୍ଯ୍ୟ ପୂର୍ବରୁ ମଥାରେ ତିଳକ ଲଗାଇଥାନ୍ତି।

ବୈଜ୍ଞାନିକ ତର୍କ- ଦୁଇ ଆଖି ମଧ୍ୟ ଦେଇ ମଥାକୁ ଏକ ଶିରା ଯାଇଅଛି। ସିନ୍ଦୁର ବା ତିଳକ ଲଗେଇବା ଦ୍ଵାରା ସେହି ଜାଗାରେ ଊର୍ଜା ସତେଜ ରୁହେ। ମଥାରେ ତିଳକ ଲଗାଇବା ସମୟରେ ଯେତେ ବେଳେ ଆଙ୍ଗୁଠି ଦ୍ଵାରା ଚାପ ପଡେ ତାହା ତ୍ଵଚାକୁ ରକ୍ତ ସଂଚାଳନ କରୁଥିବା ମାଂସପେଶୀ ଗୁଡିକୁ ସକ୍ରିୟ କରାଇଥାଏ।

ଆହୁରି ପଢନ୍ତୁ: ଏହି ରାଶିର ଯୋଡି ମାନଙ୍କ ଭିତରେ ଥାଏ ଈଶ୍ୱରୀୟ ପ୍ରେମ  

୩।ତଳେ ବସି ଭୋଜନ କରିବା:

ଭାରତୀୟ ସଂସ୍କୃତି ଅନୁସାରେ ତଳେ ବସି ଭୋଜନ କରିବା ଏକ ଭଲ ଅଭ୍ଯାସ।

ବୈଜ୍ଞାନିକ ତର୍କ- ଚେକା ପକାଇ ବସିବା ଏକ ପ୍ରାକାର ର ଯୋଗ ଆସନ। ଏହିପରି ବସିଲେ ମସ୍ତିସ୍କ ସାନ୍ତ ରୁହେ, ଏବଂ ଭୋଜନ ସମୟରେ ମସ୍ତିସ୍କ ସାନ୍ତ ରହିଲେ ହଜମ ଶକ୍ତି ଠିକ ରୁହେ।

ଆହୁରି ପଢନ୍ତୁ: ଦୁର୍ଭାଗ୍ୟ ଆସିଥାଏ ଯଦି ରୋଷେଇ ଘରେ କରନ୍ତି ଏହି ଧାତୁରେ ତିଆରି ବାସନର ବ୍ୟବହାର।

୪। ହାତ ଯୋଡି ନମସ୍କାର କରିବା:

ଯେବେ ଆମେ କାହାକୁ ଭେଟୁ ଆମେ ତାଙ୍କୁ ହାତ ଯୋଡି ନାଶକାର ଜଣେଇ ଥାଉ। ଏହା ଆମର ପରମ୍ପରା।

ବୈଜ୍ଞାନିକ ତର୍କ- ନମସ୍କାର କରିବା ଦ୍ଵାରା ଆମର ସବୁ ଆଙ୍ଗୁଠି ଗୁଡିକାର ଅଗ୍ରଭାଗ ପରସ୍ପର ସମ୍ପର୍କରେ ଆସନ୍ତି ଓ ଚାପ ପକାନ୍ତି। ଏହା  ଆକ୍ୟୁପ୍ରେସର ଭଳି କାମ ଦିଏ ଏବଂ ଏହାର ପ୍ରତିକ୍ରିୟା ସିଧା ଆମ ଆଖି, କାନ ଓ ମସ୍ତିସ୍କ ଉପରେ ପଡେ, ଯାହା ଦ୍ଵାରା ଆମେ ସେହି ବ୍ୟକ୍ତିକୁ ବହୁତ ଦିନ ଧରି ମନେ ରଖିବାରେ ସକ୍ଷମ ହେଉ। ପାଶ୍ଚ୍ଯାତ ସଭ୍ୟତା ଅନୁସାରେ ଯଦି ହାତ ନ ମିଳାଇ ନମସ୍ତେ କରିବା ତେବେ ସେହି ବ୍ୟକ୍ତିର ଶରୀରରେ ଥିବା କୀଟାଣୁ ଆମକୁ ସ୍ପର୍ଶ କରିବ ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!