ରୋଷେଇଘରେ ଏହିସବୁ ଧାତୁରେ ତିଆରି ବାସନ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ, ଏହା ହୋଇପାରେ ଆପଣଙ୍କ ଦୁର୍ଭାଗ୍ୟର କାରଣ।
ଭାରତରେ ବହୁତ ପ୍ରକାର ଲୋକକଥାର ଆଧାରରେ ଆମେ ବଞ୍ଚିଛୁ। ଆମ ଧର୍ମ ଗ୍ରନ୍ଥ ଗୁଡିକରେ କିଛି ଏମିତି ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଆମ ଜୀବନ ଶୈଳୀକୁ ସହଜ ସୁନ୍ଦର କରିବାରେ ସାହାଯ୍ୟ କରେ। ଆମ ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କୁ ମନୁଷ୍ୟଙ୍କ ଖୁସିର କାରକ ବୋଲି କୁହାଯାଏ। ସେଥିପାଇଁ ତାଙ୍କୁ ଖୁସି କରିବାକୁ ଲୋକ ମାନେ ବହୁତ ପ୍ରକାର ଚେଷ୍ଟା କରିଥାନ୍ତି। ସେମାନଙ୍କୁ ଖୁସି କରିବା ପାଇଁ ପୁରାଣ ମାନଙ୍କରେ କେତେ ପ୍ରକାରର ଉପାୟ କୁହାଯାଇଛି।
ଅନେକ ପ୍ରକାରର ଧାତୁ
ଭାରତର ସଂସ୍କୃତି ଆମର ଇତିହାସ ଓ ଧାର୍ମିକ ପୁରାଣ ଉପରେ ନିର୍ଭର କରେ। ଆମ ସଂସ୍କୃତିରେ ପୂଜା ସମୟରେ କିଛି ଏମିତି ଧାତୁ ଅଛି ଯାହା ଅତ୍ୟନ୍ତ ଜରୁରୀ ଅଟେ। ଏହା ଏମିତି କିଛି ଧାତୁ ଯାହା ଆମେ ରୋଷେଇଘରେ ନିତ୍ୟ ବ୍ୟବହାର କରିଥାଉ। ଏଥିରେ ଲୋକମାନେ ଖାଦ୍ୟ ତିଆରି କରନ୍ତି ଓ ଖାଆନ୍ତି ମଧ୍ୟ, ସେଥିରେ ଖାଦ୍ଯ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଉତ୍ତମ ମଧ୍ୟ ରୁହେ। କିନ୍ତୁ ଆଜିକାଲି ଅନେକ ପ୍ରକାରର ବାସନ ଆସିଲାଣି, ଲୋକ ମାନେ ପୁରୁଣା କାଳର ବସ୍ତୁ ସବୁ ତ୍ୟାଗ କରି କାଚ, ଏଲୁମିନିୟମ, ମେଲାମାଇନ ଆଦିରେ ତିଆରି ବାସନ ବ୍ୟବହାର କରୁଛି।
ଅଲ୍ୟୁମିନିୟମର ନକରାତ୍ମକ ପ୍ରଭାବ ପକାଇଥାଏ।
ଏମିତି କହିବାର ଶୁଣାଯାଏ ଯେ କିଛି ଧାତୁ ଅଛି ଯାହାର ପ୍ରୟୋଗ କଲେ ସ୍ୱାସ୍ଥ୍ୟ ଓ ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ, କିନ୍ତୁ ବହୁତ ଲୋକ ଏହି କଥାକୁ ନ ଜାଣି ଜୀବନ ସାରା ସେହି ଧାତୁର ବ୍ୟବହାର କରନ୍ତି ଓ ସର୍ବଦା ସମସ୍ୟାରେ ପଡିଥାନ୍ତି। କୁହାଯାଏ କି ଏହି ଧାତୁ ଉପରେ ରାହୁଙ୍କର ପ୍ରଭାବ ରୁହେ।
ଅଲ୍ୟୁମିନିୟମର ବ୍ୟବହାର ଦ୍ଵାରା କେଉଁ କେଉଁ ଗ୍ରହଙ୍କର ଖରାପ ଦ୍ରୁଷ୍ଟି ପଡେ ଆସନ୍ତୁ ଜାଣିବା-
୧- ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ସବୁଠାରୁ ନିକୃଷ୍ଠ ଧାତୁ ଅଟେ। ଏହା ଦ୍ଵାରା ନକାରାତ୍ମକ ଊର୍ଜା ଆସିଥାଏ।
୨- ଅଲ୍ୟୁମିନିୟମ ବାସନରେ କେବେବି ଭୁଲରେ କ୍ଷୀର ରଖନ୍ତୁ ନାହିଁ। କୁହାଯାଏ କି ଏହା ଦ୍ଵାରା ଚନ୍ଦ୍ରଙ୍କର ଅମୃତତୁଲ୍ୟ ପ୍ରଭାବ ନଷ୍ଟ ହୋଇଥାଏ।
୩- ଏହି ଧାତୁରେ ଖାଦ୍ୟ ରଖିଲେ ବା ରୋଷେଇ କଲେ ବୁଧ ଗ୍ରହ ଦ୍ଵାରା ବ୍ୟକ୍ତି ପ୍ରଭାବିତ ହୋଇଥାଏ। ଏହା ଦ୍ଵାରା ବ୍ଯକ୍ତିର ବୁଦ୍ଧି ନାସ ହୁଏ ଓ ଚିନ୍ତା ଶକ୍ତି ହ୍ରାସ ପାଏ।
୪- ଏଥିରେ ଭାତ ରୋଷେଇ କଲେ ଶୁକ୍ର ଗ୍ରହ ଦୁର୍ବଳ ହୋଇଯାଏ, ଯାହା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜି ଥାଏ।
୫- ଅଲ୍ୟୁମିନିୟମ ବାସନରେ ଡାଲି ବା କୌଣସି ହଳଦିଆ ପଦାର୍ଥ ରୋଷେଇ କଲେ ବୃହସ୍ପତି ଦୁର୍ବଳ ହୋଇଯାନ୍ତି, ଏହା ଦ୍ଵାରା ବ୍ୟକ୍ତିକୁ ସାମାଜିକ ଓ ଆର୍ଥିକ ସମସ୍ୟା ଦେଖାଦିଏ।