ଘରୁ ବାହାରିବା ପୂର୍ବରୁ କାହିଁକି ଖାଆନ୍ତି ଦହି? ଜାଣନ୍ତୁ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ଵ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରୁ ବାହାରିବା ପୂର୍ବରୁ କାହିଁକି ଖାଆନ୍ତି ଦହି? ଜାଣନ୍ତୁ ଏହାର ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ଵ।

ଆପଣ ଜାଣିଥିବେ ବା ଶୁଣିଥିବେ ଘରୁ ବାହାରିବା ପୂର୍ବରୁ ବା କିଛି ଶୁଭକାମରେ ଯିବା ପୂର୍ବରୁ ଦହି ଓ ଚିନି ଖାଇବା ଶୁଭ ବୋଲି କୁହାଯାଏ। ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହି କଥାକୁ ମାନି ସର୍ବଦା ଘରୁ କୌଣସି କାମରେ ବାହାରିବା ଆଗରୁ ଦହି ଖାଇକି ହିଁ ବାହାରିଥାନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା କାହିଁକି କାରାଯାଏ, ହିନ୍ଦୁ ଧର୍ମ ବା ସନାତନ ଧର୍ମରେ ସମସ୍ତ କାର୍ଯ୍ୟ କରିବାର କିଛି ନିୟମ ଅଛି। ସେହି ନିୟମ ପଛରେ ଆଧ୍ୟାତ୍ମିକ ଓ ବୈଜ୍ଞାନିକ କିଛି କାରଣ ଥାଏ, ଦହି ଖାଇବା ପଛରେ ମଧ୍ୟ ସେମିତି କିଛି କାରଣ ଅଛି ଯାହା ଆଜି ଆମେ ଆପଣଙ୍କୁ କହିବୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶାସ୍ତ୍ରୀୟ ମହତ୍ଵ

ହିନ୍ଦୁ ଧର୍ମରେ ଦହିକୁ ଅମୃତ କୁହାଯାଏ, କୌଣସି ଧର୍ମ କାର୍ଯ୍ୟ ହେଉ ସେଥିରେ ପଞ୍ଚାମୃତ ତିଆରି କରାଯାଏ ଯେଉଁଥିରେ ଦହି ସହ ଦୁଗ୍ଧ, ଘିଅ, ମହୁ ଓ ମିଶ୍ରି ବା ଚିନି ଆଦି ପାଞ୍ଚଟି ଆମୃତକୁ ନେଇ ତିଆରି କାରାଯାଏ। ଏହି ସବୁ ପଦାର୍ଥ ଆମ ଶରୀର ବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସେଥିପାଇଁ ପଞ୍ଚାମୃତର ସେବନ କଲେ ସ୍ୱାସ୍ଥ୍ୟ ଭଲ ରୁହେ, ଏହାର ସେବନ ଦ୍ଵାରା ବ୍ୟକ୍ତିର ଭିତରେ ସକାରାତ୍ମକ ଊର୍ଜାର ସଞ୍ଚାରଣ ହୁଏ, ଯାହା କୌଣସି କାମ କରିବାରେ ଓ ତାହାର ସଫଳତାରେ ସହାୟକ ହୁଏ। ସେଥିପାଇଁ ଦହିକୁ ବହୁତ ଶୁଭ ପଦାର୍ଥ ବୋଲି କୁହାଯାଏ ଓ କୌଣସି ଶ୍ରେଷ୍ଠ କାମ କରିବା ପୂର୍ବରୁ ଏହାର ସେବନ କରିବା ଶୁଭ ଅଟେ।

ଆହୁରି ପଢନ୍ତୁ: ୧୧ଟି ତୁଳସୀ ପତ୍ରର ଏହି ଉପାୟ କରିପାରେ ଆପଣଙ୍କୁ ଧନୀ।

ଜ୍ୟୋତିଷ ଅନୁସାରେ

ଜ୍ୟୋତିଷ ଅନୁସାରେ ଧଳା ରଙ୍ଗକୁ ଚନ୍ଦ୍ରଙ୍କର ପ୍ରତୀକ ବୋଲି କୁହାଯାଏ। ଚନ୍ଦ୍ରଙ୍କୁ ମନର କାରକ ବୋଲି କୁହାଯାଏ, ଲୋକମାନ୍ୟତା ଅନୁସାରେ କୌଣସି କାମକୁ ଯିବା ଆଗରୁ କିଛି ଧଳା ଜିନିଷ ଖାଇକି ଗଲେ ସେହି କାମରେ ଏକାଗ୍ରତା ଆସିଥାଏ। ସେଥିପାଇଁ ଦହି ଖାଇବା ଶୁଭ ଅଟେ ବୋଲି କୁହାଯାଏ।

ବୈଜ୍ଞାନିକ ଦ୍ରୁଷ୍ଟିକୋଣ

ଶାସ୍ତ୍ର ବା ଜ୍ୟୋତିଷ ମତ ବ୍ୟତୀତ ଏହାର କିଛି ବୈଜ୍ଞାନିକ କାରଣ ମଧ୍ୟ ଅଛି। ତାହା ହେଲା ଦହି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ, ଏହା ଏସିଡିଟି ଓ ବଦ୍ହଜମିରୁ ମୁକ୍ତି ଦେଇଥାଏ। ସେଥିପାଇଁ ଘରୁ ବାହରିବା ଆଗରୁ ଏହାକୁ ଖାଇଲେ ଦିନସାରା ଆପଣ ଏସିଡିଟିରୁ ମୁକ୍ତ ରହିବେ।

କେବଳ ପେଟ ଠିକ ରହିବ ତାହା ନୁହେ ଏଥିରୁ ଶରୀରକୁ ଏନାର୍ଜି ମଧ୍ୟ ମିଳେ, ଯାହା ଦ୍ଵାରା ଆପଣ ଯଦି କେଉଁଠିକୁ ଯାଉଛନ୍ତି ତେବେ ଆପଣଙ୍କ ମନ ଉଲ୍ଲାସିତ ରହିବ ଏବଂ ଯଦି ମନ ଭଲ ରହିଲା ତେବେ ସମସ୍ତ କାମରେ ମନ ଲାଗିବ।

ଦହି ଓ ଚିନି

କେତେ ଥର ଦହି ଓ ଚିନି ଏକା ସହ ଖିଆଯାଏ। ଦହି ଖଟା ଓ ଚିନି ମିଠା ହୋଇଥିବାରୁ ଖଠା-ମିଠା ଖାଇବା ଦ୍ଵାରା ମନରୁ ଖରାପ ଭାବନା ଦୂର ହୋଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!