୧୧ଟି ତୁଳସୀ ପତ୍ରର ଏହି ଉପାୟ କରିପାରେ ଆପଣଙ୍କୁ ଧନୀ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

୧୧ଟି ତୁଳସୀ ପତ୍ରର ଏହି ସରଳ ଉପାୟ ଦୂର କରିପାରେ ଆପଣଙ୍କର ପଇସାର ସମସ୍ୟା।

ଲୋକମାନେ ପଇସା ରୋଜଗାର କରିବା ପାଇଁ ବହୁତ ପରିଶ୍ରମ କରନ୍ତି, କିନ୍ତୁ ବେଳେ ବେଳେ ଏମିତି ହୁଏ କି ଯେତେ ଚେଷ୍ଟା କଲେ ମଧ୍ୟ ରୋଜଗାର କରିଥିବା ଟଙ୍କା କମ ପଡିଯାଏ। ସର୍ବଦା ଅର୍ଥର ଅଭାବ ଲାଗିରୁହେ, ଯଦି ଆପଣଙ୍କ ସହ ଏମିତି କିଛିଇ ଘଟାଉଚି ତେବେ ଆମେ ଆପଣଙ୍କ ଆଜି ଏକ ସରଲ ଉପାୟ କହିବୁ ଯାହା ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏମିତି ଜ୍ୟୋତିଷ ଶାସ୍ତ୍ରରେ ବହୁତ ଉପାୟ କୁହାଯାଅଛି କିନ୍ତୁ ଏହି ଉପାୟଟି ବହୁତ ପ୍ରଭାବଶାଳି ଓ ସରଲ ମଧ୍ୟ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହା ପାଇଁ କିଛି ବଡ ପୂଜା ପାଠ କରିବାକୁ ପଡିବାଣୀ ବରଂ ଏହା କେବଳ ୧୧ଟି ତୁଳସୀ ପତ୍ରରେ କରାଯିବା ସବୁଠୁ ସହଜ ଓ ଚମତ୍କାରୀ ଉପାୟ ଅଟେ।

ହିନ୍ଦୁ ଧର୍ମରେ ତୁଳସୀର ଅଛି ବିଶେଷ ମହତ୍ଵ-

ଯେତେ ବୃକ୍ଷ ଲତା ଅଛି ସମସ୍ତଙ୍କ ମଧ୍ୟରୁ ତୁଲସୀକୁ ହିନ୍ଦୁ ଧର୍ମରେ ସବୁଠୁ ଅଧିକ ମହତ୍ତ୍ଵ ଦିଆଯାଏ। ଧାର୍ମିକ, ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଏକ ବିଲକ୍ଷଣ ଗଛ। ଯେଉଁ ଘରେ ଏହାର ସ୍ଥାପନା କରାଯାଏ ସେଠାରେ ଆଧ୍ୟାତ୍ମିକ ଉନ୍ନତି ସହ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରେ।

 

ଏହାର ଦର୍ଶନ ପାପ ମୁକ୍ତି କରେ

କୁହାଯାଏ କି ତୁଳସୀର “ମୂଳେ ସମସ୍ତ ତୀର୍ଥ, ମଧ୍ୟ ଭାଗରେ ସମସ୍ତ ଦେବୀ ଦେବତା, ଓ ଅଗ୍ରଭାଗରେ ସମସ୍ତ ବେଦ”ର ବାସ। ସେଥିପାଇଁ ପ୍ରତ୍ୟକ ଦିନ ଏହାର ଦର୍ଶନରେ ପାପ ଖଣ୍ଡନ ହୁଏ।

ତୁଳସୀ ପତ୍ରର ଜ୍ୟୋତିଷ ଉପାୟ-

ଏହି ଉପାୟ କରିବା ପାଇଁ ଆପଣଙ୍କୁ ବ୍ରାହ୍ମ ମୂହୁର୍ତ୍ତରୁ ଉଠି ତୁଳସୀ ଗଛରୁ କିଛି ପତ୍ର ତୋଳିବାକୁ ପଡିବ, ପତ୍ର ତୋଳିବା ଆଗରୁ ତୁଳସୀ ମାଙ୍କୁ ପ୍ରଣାମ କରି କ୍ଷମା ମାଗନ୍ତୁ, ଓ ଏହା ପରେ ୧୧ଟି ପତ୍ର ତୋଳନ୍ତୁ। ଏହାପରେ ତାକୁ ସ୍ବଚ୍ଛ ଜଳରେ ଧୋଇଦିଅନ୍ତୁ ଓ ଛୋଟ ଛୋଟ କାଟି ରୋଷେଇ ଘରେ ଅଟାରେ ପକେଇ ଦିଅନ୍ତୁ।

ସେହି ଅଟାକୁ ଭୋଜନ କରିଲେ କିଛି ଦିନ ମଧ୍ୟରେ ଆପଣ କିଛି ପରିବର୍ତ୍ତନ ଦେଖିବେ। ଏହି ପତ୍ରର ଏହି ଉପାୟ ଦ୍ଵାରା ଲକ୍ଷ୍ମୀ ଓ କୁବେର ଙ୍କର କୃପା ମିଳିଥାଏ ଓ ଆର୍ଥିକ ସମସ୍ୟା ଦୂର ହୋଇଯାଏ। ଧନ ପ୍ରାପ୍ତିର ନୂତନ ରାସ୍ତା ଖୋଲେ, ଚାକିରି ବା କର୍ମ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଧ୍ୟାନ ରଖନ୍ତୁ

ଏହି ଉପାୟ କରିବା ସମୟରେ ଧ୍ୟାନ ରଖିବେ ଯେମିତି ଏହା ରବିବାର ବା ଏକାଦଶୀ ହୋଇ ନଥିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!