ଘରର ଏହି ଦିଗରେ କରନ୍ତୁ ମନ୍ଦିର ହେବ ନାହିଁ ଧନର ଅଭାବ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆର୍ଥିକ ସମସ୍ୟାରେ ରହୁଥିବା ବ୍ୟକ୍ତି ଘରର ଏହି ଦିଗରେ କରନ୍ତୁ ମନ୍ଦିର ହୋଇଯିବେ ଧନୀ।  

ଆଜିକାଲି ସମୟରେ ପୁରୁଷ ହେଉ ଅବା ନାରୀ ସମସ୍ତଙ୍କର ଧନର ଆବଶ୍ୟକତା ରହିଛି। ବିନା ଟଙ୍କା ପଇସାରେ ଗୋଟେ ପାଦ ଚାଲିବା ଆଜିକା ସମୟରେ ଅସମ୍ଭବ, କିଛି କରିବା ପାଇଁ ପ୍ରଥମେ ଧନର ଆବଶ୍ୟକତା ରହିଛି। ଏମିତିକି ସମ୍ମାନ ମଧ୍ୟ ସେହି ବ୍ୟକ୍ତିକୁ ମିଳେ ଯାହା ପାଖରେ ପ୍ରଚୁର ଧନ ଅଛି, ଓ ଧନହିନ ବ୍ୟକ୍ତିକୁ ସମସ୍ତେ ନିଜଠୁ ଦୂରେଇ ରଖନ୍ତି। ସେଥିପାଇଁ ଆଜି ଆମେ ଏମତି କୀଚଚି ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ପାଖରେ କେବେବି ଧନର ଅଭାବ ଦେଖାଦବ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମନ୍ଦିର ଠିକ ସ୍ଥାନରେ ହେବା ଅଟେ ଅତ୍ୟାନ୍ତ ଜରୁରୀ-

ଆମେ ମାନେ ନିଜର ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଭଗବାନଙ୍କର ସାହାରା ନେଇଥାଉ। ସମସ୍ତ ଧର୍ମ ଅନୁସାରେ ଅଲଗା ଅଲଗା ପୂଜା ପାଠ ମଧ୍ୟ କରାଯାଏ। ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କୁ ପୂଜା କରାଯାଏ, ସେଥିପାଇଁ ସେମାନଙ୍କର ମନ୍ଦିରମାନ ତିଆରି କରାଯାଇଛି, କିଛି ଲୋକ ମନ୍ଦିରକୁ ଯାଆନ୍ତି ତ କେହି କେହି ନିଜ ଘରେ ମନ୍ଦିର ନିର୍ମାଣ କରି ଦେବୀ ଦେବତାଙ୍କୁ ସ୍ଥାପନା କରି ପୂଜା କରନ୍ତି। କିନ୍ତୁ କେତେ ଘରେ ମନ୍ଦିରକୁ ଭୁଲ ସ୍ଥାନରେ ତିଆରି କରାଯାଇଥାଏ, ଯାହା ଅନ୍ତ୍ୟନ୍ତ ଅସୁଭ ଅଟେ।

ଭଲ ଫଳ ମିଳିବା ଜାଗାରେ କଷ୍ଟ ସହିବାକୁ ପଡିଥାଏ-

ପୂଜା ସ୍ଥାନଟି ଠିକ ନ ଥିଲେ ପୂଜାର ଫଳ ମିଳେ ନହିଁ। ଏହାର ଭଲ ଫଳ ମିଳବା ପରିବର୍ତ୍ତେ ଖରାପ ଫଳ ମିଳିଥାଏ। ଏହାର ପ୍ରଭାବ ନିଜ ଉପରେ ଅବା ପରିବାର ଲୋକଙ୍କ ଉପରେ ଦେଖା ଯାଏ। ତେଣୁ ଏହା ଅତ୍ୟନ୍ତ ଜରୁରୀ କି ପୂଜା ସ୍ଥାନଟି ଠିକ ରହିବା ଦରକାର। ପୂଜା ସ୍ଥାନ ଠିକ ଜାଗାରେ ହେଲେ ଭଲ ଫଳ ପ୍ରାପ୍ତି ହୁଏ।

ଘରେ ମନ୍ଦିର କରିବା ସମୟରେ ମାନେରଖନ୍ତୁ ଏହି ସବୁ କଥା-

ବାସ୍ତୁ ଅନୁସାରେ ଉତ୍ତର ବା ପୂର୍ବ ଦିଗରେ ଘରର ପୂଜା ସ୍ଥାନ କରିବା ଆବଶ୍ୟକ।

ଭୁଲରେ ପୂଜାଘର ସ୍ଥାନଟିକୁ କେବେବି ରୋଷେଘର କରନ୍ତୁ ନାହିଁ।

ଭୁଲରେ ବି ମନ୍ଦିରରେ ଗୋଟେ ଠାକୁରଙ୍କର ୨ଟି ଫୋଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ।

ଗୋଟେ ଘରେ ଗୋଟେରୁ ଅଧିକ ପୂଜା ସ୍ଥାନ କରିବା ମଧ୍ୟ ବିପଦଜନକ। ଗୋଟେ ଘରେ ଗୋଟେ ହିଁ ପୂଜା ସ୍ଥାନ ରହିବା ଉଚିତ।

କେଉଁ ଦିଗକୁ ମୁହଁ କରି ବସିବେ

ବେଡରୂମରେ କେବେବି ପୂଜା ଘର କରିବେ ନାହିଁ, ପୂଜା କରିବା ସମୟରେ ଆପଣଙ୍କ ପିଠି ଉତ୍ତରକୁ ରହୁଥିଲେ ବହୁତ ଭଲ। ଆପଣଙ୍କ ମୁଖ ପୂର୍ବ ଓ ଉତ୍ତରକୁ ହେଲେ ମଧ୍ୟ ପୂଜା ଫଳପ୍ରଦ ହୁଏ।

ପୂଜା ସ୍ଥାନଟି ଚଟାଣରୁ ଟିକେ ଉଚ୍ଚ ହେବା ଦରକାର, ସେହି ସ୍ଥାନ ଆଖ ପାଖରେ କେବେ ଝାଡୁ ରଖିବେ ନାହିଁ।

ଯେଉଁଠି ପୂଜା କରିବେ ସେଠୀ ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତି ବା ଫୋଟୋ ନିଶ୍ଚୟ ରଖିବେ।

ପୂଜା ସ୍ଥାନଟିକୁ ସର୍ବଦା ସଫାସୁତୁରା ରଖିବେ।

ଯଦି ଏହି ସବୁ କଥାକୁ ଧ୍ୟାନ ଦିଅନ୍ତି ତେବେ ଆପଣକର କେବେ ବି ଧନର ଅଭାବ ଦେଖାଦବ ନାହିଁ। ଥରୁଟେ କରିକି ଦେଖନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!