ଜାଣନ୍ତୁ! ବେଲ ଓ ବେଲପତ୍ରରେ ରହିଛି ଏହି ୯ ଟି ସ୍ବାସ୍ଥ୍ୟ ସମସ୍ୟା ର ସମାଧାନ। ୫ ନଂଟି ନିଶ୍ଚୟ ଦେଖନ୍ତୁ।
ପରିଚୟ ଓ ଦେଶଭେଦରେ ନାମ
ଏହି ଗଛ ବଡ଼ ବଡ଼ ହୋଇଥାଏ । ଏହାର ପତ୍ର ତ୍ରିଶାଖା ବିଶିଷ୍ଟ । ଗୋଟିଏ ଡ଼େମ୍ଫରେ ତିନୋଟି ପତ୍ର ଥାଏ । ଦୁଇ କଡ଼କୁ ଦୁଇଟି, ଉପରକୁ ଗୋଟିଏ । ଏ ପ୍ରକାର ଗୋଟିଏ ଡ଼େମ୍ଫରେ ତିନି ଅଂଶରେ ଗୋଟିଏ ପତ୍ରଥାଏ । ସେ ତିନିଟିକୁ ଗୋଟିଏ ପତ୍ର ବୋଲି ଧରାଯାଏ । ଏହାର ଫଳ ଗୋଲ ଓ ଉପରତ୍ୱକ କଠିନ । ପାଚିଲେ ଉତ୍ତମ ପାନୀୟ ହୁଏ । କଞ୍ଜାମଧ୍ୟ ଆମାଶୟ ଓ ଅତିସାର ରୋଗର ପ୍ରଧାନ ଉପକାରୀ । ପତ୍ର ମଧ୍ୟ ବହୁତ ଉପକାରୀ ଅଟେ । ପୁଣ୍ୟବନ୍ତ ମାନବର ବାଡିରେ କେବଳ ଏଗଛଜନ୍ମିଥାଏ ବୋଲି ପୁରାତନ ଶାସ୍ତ୍ର ମାନଙ୍କରେ ଲେଖାଅଛି । ଏ ଗଛଦେବତୁଲ୍ୟ ହୋଇଥିବାରୁ ଏହାର ପତ୍ରରେ ଗୋଡ଼ ବାଜିବା ନିଷେଧ । ଏହି ଗଛ ଛେଦନ କରିବା ମଧ୍ୟ ନିଷେଧ ବୋଲି ପୂର୍ବକାଳର ମୁନିଋଷିମାନେ କହିଛନ୍ତି । ଏହା ପ୍ରଧାନ ଉପକାରୀ ଗଛ ଅଟେ । ଏ ଗଛ ଆମ ଦେଶରେ ସବତ୍ର ଦେଖାଯାଏ । ସମସ୍ତେ ଏହାକୁ ଭଲରୂପେ ଚିହ୍ନିଛନ୍ତି, ତେଣୁ ବିଶେଷ ପରିଚୟ ଦେବାର ଆବଶ୍ୟକ ନାହିଁ ।
ଉକ୍ରଳରେ ଏହାକୁ ବେଲଗଛ, ବିଲ୍ୱଗଛ, ବଙ୍ଗଳାରେ ବେଲ, ହିନ୍ଦିରେ ବେଲ୍, ତେଲୁଗୁରେ ମାଫୁଡୁଚେଟ୍ଟୁ, ସଂସ୍କୃତରେ ବିଲ୍ୱ ତ୍ରିପତ୍ର, ଶିବପ୍ରିୟ, ଶିବାପ୍ରିୟ, ସତ୍ୟଫଳ, ଶ୍ରୀଫଳ, ଲକ୍ଷ୍ମୀଫଳ, ଲକ୍ଷ୍ମୀପ୍ରିୟ, ଗନ୍ଧଶ୍ରେଷ୍ଠ, ମହାଫଳ, ଶିବଦ୍ରୁମ, ଶାଣ୍ଡିଲ୍ୟ, କପୀତନ ମହାକପିତ୍ଥ ଶଲ୍ୟ ଦଶାଫଳ, ଗନ୍ଧଫଳ ସମୀରସାର, ପତ୍ରଶ୍ରେଷ୍ଠ, ଗନ୍ଧପତ୍ର, ଦୁରାରୁହ, ଅତିମାଙ୍ଗଲ୍ୟ, କର୍କଟାହ୍ୱା ଓ ମାଳୁର ପ୍ରଭୃତି କୁହାଯାଏ ।
ଶାସ୍ତ୍ରୋକ୍ତ ଗୁଣ ଓ ମାତ୍ରା
ବେଲପତ୍ର ଅଳ୍ପ କଟୁରସ, ପାଚକ, ଅଗ୍ନିବର୍ଦ୍ଧକ, କାନ୍ତିବୃଦ୍ଧିକର ରକ୍ତଶୋଧକ ଓ ପ୍ରଫୁଲ୍ଲତା କାରକ ଏବଂ ଜ୍ୱର, କାସ, କୃମି, ହୃଦ୍ରୋଗ, କାମଳ ଶୋଥ, ଅଜୀର୍ଣ୍ଣ, ପାଣ୍ଡୁ, ଯକୃତ, ପ୍ଳୀହା, ଗୁଳ୍ମ, ଶୂଳ, ବମନ ଓ ଅତିସାର ଆଦି ନିବାରଣ ।
ଆହୁରି ପଢନ୍ତୁ: ଗଣେଶଙ୍କର ଏହି ୫ଟି ମନ୍ତ୍ର ବଦଳାଇ ପାରେ ଆପଣଙ୍କ ଭାଗ୍ୟ!
କଷିବେଲ ମଧୁର ମିଶ୍ରିତ କଷାୟ ରସ, ଉଷ୍ଣବୀର୍ଯ୍ୟ, ପାଚକ ମଳ ରୋଧକ ଓ ମାଙ୍ଗଲ୍ୟପ୍ରଦ ଏବଂ କଫ, କୃମି, ଅଜୀର୍ଣ୍ଣ, ଜ୍ୱର, ଅଗ୍ନିମାନ୍ଦ୍ୟ, ଦୁର୍ବଳତା ଓ ଯାବତୀୟ ପ୍ରକାର ଅତିସାର ନିବାରକ ଅଟେ ।
ପାଚିଲା ବେଲ ମଧୁର ରସ, ଶୀତଳ, ତୃପ୍ତିପ୍ରଦ, ଗୁରୁପାକ ଓ ଶୁକ୍ରବଦ୍ଧକ ଏବଂ ଅତିସାର, ଉନ୍ମାଦ, ଶୂଳ, ଅନାହ, ଶୁକ୍ରଦୋଷ ଓ ଅଜୀର୍ଣ୍ଣ ନିବାରକ ଅଟେ । ଏହାର ମାତ୍ର ନିର୍ଣ୍ଣୟ ନଥାଏ । ରୋଗୀର ବଳ ଅନୁଯାୟୀ ବ୍ୟବହାର କରାଯାଏ । ଅଳ୍ପ ନୂ୍ୟନାଧିକଂରେ କୌଣସି ଅନିଷ୍ଟ ଘଟିବାର ସମ୍ଭାବନା ନଥାଏ ।
ରୋଗରେ ବ୍ୟବହାର ବିଧି
୧. ବେଲପତ୍ରକୁ ଛେଚି ଚିପୁଡ଼ି ସେଥିରୁ ରସ ବାହାର କରି ସେହି ରସ ସଙ୍ଗରେ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାଇ ସେବନ କରିଲେ ସମସ୍ତଙ୍କର କୃମି, ଅଜୀର୍ଣ୍ଣ, ଶୂଳ, ଅଗ୍ନିମାନ୍ଦ୍ୟ, ପାଣ୍ଡୁ ଓ କାମଳ ପ୍ରଭୃତି ରୋଗ ଭଲ ହୋଇଯାଏ ।
୨. କଅଁଳିଆ ବେଲପତ୍ରକୁ ପିଲାମାନେ ଚୋବାଇ ଖାଇଲେ ସେମାନଙ୍କର ଅତ୍ୟନ୍ତ କ୍ଷୁଧା ବୃଦ୍ଧି ହୋଇଥାଏ ।
୩. କଷିବେଲକୁ କାଟି ଶୁଖାଇ କୁଟି ଚୂର୍ଣ୍ଣ କରିବ । ସେହି ଚୂର୍ଣ୍ଣରେ ଅଳ୍ପ ମହୁ ସହିତ ସେବନ କରିଲେ ନାଳଝାଡ଼ା, ଅଜୀର୍ଣ୍ଣ, ପେଟଫମ୍ପା ଅତିସାର ଓ ଗ୍ରହଣୀ ରୋଗ ନିବାରିତ ହୁଏ ।
୪. ଗୋଟିଏ କଷିବେଲକୁ ନିଅାଁରେ ପକାଇ ପୋଡ଼ି ରଖିବ । ସକାଳୁ ସେହି ପୋଡାବେଲର ଭିତର ରସ ସଙ୍ଗରେ ଅଳ୍ପ ମିଶିରି ମିଶାଇ ଖାଇଲେ ଯେ କୌଣସି ପ୍ରକାର ନୂତନ ଓ ପୁରାତନ ଝାଡ଼ା ନିବାରିତ ହୁଏ । ଝାଡା ନିବାରଣ ନିମନ୍ତେ ଏହା ଶ୍ରେଷ୍ଠ ଉପାୟ ।
୫. ବେଲ ଚେରକୁ ଆଣି ତାହା ସଙ୍ଗରେ ଅଦା ଓ ଗୋଲମରିଚ ମିଶାଇ ଅତି ଚିକ୍କଣ କରି ବାଟି ସେବନ କରାଇଲେ ଯାବତୀୟ ପ୍ରକାର ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟ ନିବାରଣ ହୋଇ କ୍ଷଧା ବୃଦ୍ଧି ହୁଏ ଏବଂ ଖାଦ୍ୟଦ୍ରବ୍ୟ ସହଜରେ ଜୀର୍ଣ୍ଣ ହୋଇଯାଏ ।
ଆହୁରି ପଢନ୍ତୁ: ଶରୀରର କେଉଁ ୧୦ଟି ଅଙ୍ଗରେ ତିଳ ଚିହ୍ନ ରହିଲେ, ଆପଣ ଧନୀ ହେଇପାରିବେ?
୬. ବେଲଶୁଣ୍ଠା ମୁଥା ଓ ରୁକୁଣା ହାତପୋଛା ଏ ପତ୍ର ତିନିଟି ଏକତ୍ର କରି ଭଲଭାବରେ ବାଟି ତାସଙ୍ଗରେ ଅଳ୍ପ ମିଶିରି ମିଶାଇ ସେବନ କରାଇଲେ ପିଲା ବନ ସମସ୍ତଙ୍କର ଅତିସାର ଝାଡ଼ା ଓ ବାନ୍ତି ଓ ବାୟୁ ଜନିତ ଅଜୀର୍ଣ୍ଣ ଆଦି ସମସ୍ତ ପ୍ରକାର ପେଟର ଉପସର୍ଗ ଶୀର୍ଘ ନିବାରିତ ହୁଏ ।
୭. ବେଲପତ୍ର ଓ ଗୋଲମରିଚ ଏକତ୍ର ବାଟି ପ୍ରତ୍ୟହ ଦୁଇବେଳା ସେବନ କରିଲେ କାମଳ (ହଳଦିଆ କାହାଳ), ପାଣ୍ଡୁ, ଶୋଥ, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ ଓ ଶୂଳ ପ୍ରଭୃତି ଭଲ ହୋଇଯାଏ । ଏହା ପରୀକ୍ଷିତ ।
୮. ପାଚିଲା ବେଲକୁ ପାଣିରେ ଚକଟି ଛାଣି ପାନୀୟ ପ୍ରସ୍ତୁତ କରି ପାନକଲେ ମନରେ ତୃପ୍ତି ଜନ୍ମେ ଏବଂ ଅତ୍ୟନ୍ତ ଶୁକ୍ରବୃଦ୍ଧି ହୋଇଥାଏ ।
୯. ପାଚିଲା ବେଲ ମିଳିବା ସମୟରେ ତା ଭିତର ରସକୁ ଯେଉଁ ବ୍ୟକ୍ତି ପ୍ରତ୍ୟହ ଖାଇବ ତାଠାରୁ ସ୍ୱପ୍ନଦୋଷ, ଶୁକ୍ରତାରାଲ୍ୟ, ଧ୍ୱଜଭଙ୍ଗ, ମେହ, ପ୍ରମେହ, ରତିଶକ୍ତିର ହୀନତା ଓ ଅତ୍ୟଧିକ ଶୁକ୍ରକ୍ଷୟ ଜନିତ ଆଦି ପୀଡ଼ା ନିବାରିତ ହୁଏ ଓ ଦେହରେ ଅତ୍ୟନ୍ତ ବଳ ବଢ଼େ । ବହୁ ସ୍ତ୍ରୀ ସଂସର୍ଗର କ୍ଷମତା ଜନ୍ମେ । ବର୍ଣ୍ଣ ଓ କାନ୍ତିରେ କନ୍ଦର୍ପ ପ୍ରାୟ ସୁନ୍ଦର ହୁଏ । ମାନବ ପକ୍ଷେ ଏହା ଅମୃତ ତୁଲ୍ୟ ଉପକାରୀ ଅଟେ ।
ତାନ୍ତ୍ରିକ ପ୍ରୟୋଗ ବିଧି
ବେଲ ଗଛର ମାହାତ୍ମ୍ୟ ତନ୍ତ୍ରଶାସ୍ତ୍ରରେ ବହୁତ ପ୍ରକାର ଲେଖା ଅଛି । ତନ୍ମଧ୍ୟରୁ କେବଳ ଅଳ୍ପକେତୋଟି ବିଷୟ ଏ ସ୍ଥାନରେ ଉଲ୍ଲେଖ କରାଯାଉଅଛି ।
୧. କୌଣସି ଲୋକର ବାଡିରେ ଯଦ୍ୟପି ବହୁତ ଗୁଡ଼ିଏ ବେଲଗଛ ଅଛି ତେବେ ଜାଣିବାକୁ ହେବ ଯେ ସେହି ଘରର ବ୍ୟକ୍ତି ବିଷ୍ଣୁ, ଶିବ, ଦୁର୍ଗା ଓ ଲକ୍ଷ୍ମୀଙ୍କର ଭକ୍ତ ଅଟନ୍ତି । ବିଷ୍ଣୁ, ଶିବ, ଦୁର୍ଗା ଓ ଲକ୍ଷ୍ମୀ ସେ ଲୋକପତ୍ରି ସର୍ବଦା ସନ୍ତୁଷ୍ଟ ଅଛନ୍ତି । ସେ ବ୍ୟକ୍ତିର ସର୍ବତ୍ର ଜୟ, ସବୁବେଳେ ବିନୟପଣ, ବିନୟଦ୍ୱାରା ସବୁକାର୍ଯ୍ୟ ସିଦ୍ଧି କରିପାରେ । ଯେଉଁ ଲୋକ ଶତୃତା ଆଚରଣ କରିବ ସେ ଲୋକ ଉପରୋକ୍ତ ଦେବ ଦେବୀଙ୍କଠାରେ ଦ୍ରୋହ ଆଚରଣ କରୁଛି ବୋଲି ଜାଣିବାକୁ ହେବ ।
୨. କୌଣସି ରବିବାର ଦିନ ଅତି ପ୍ରଭାତରୁ ସ୍ନାନାଦି ପରେ ବେଲ ଗଛମୂଳକୁ ଯାଇ କଞ୍ଚାକ୍ଷୀର, ଅରୁଆଚାଉଳ ଓ ଗୁଆ ଦେଇ ନିମନ୍ତ୍ରଣ କରି ନମସ୍କାର ପୂର୍ବକ ପ୍ରଦକ୍ଷିଣ କରି ସେ ଗଛର ପୂର୍ବପାଖରୁ ଚେର ଖଣ୍ଡିଏ ଆଣି ଆପଣା ସଙ୍ଗରେ ସର୍ବଦା ରଖିଲେ ସବୁ କାର୍ଯ୍ୟ ସିଦ୍ଧ ହୁଏ । ସବୁଠାରୁ ଯଶ ମିଳେ ଏବଂ ଗ୍ରହପୀଡ଼ା ପ୍ରଭୃତି ଅମଙ୍ଗଳ ବିନାଶ ହୋଇଥାଏ ।
ଆହୁରି ପଢନ୍ତୁ: ନିଜ ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶି ସହିତ ରହିବ ଆପଣଙ୍କ ଭଲ ଯୋଡ଼ି।
୩. କେବଳ ବେଲଗଛର ଆରାଧନା ଦ୍ୱାରା ମହାଲକ୍ଷ୍ମୀ ସନ୍ତୋଷ ହୋଇ ବିପୁଳ ଧନ ଧାନ୍ୟାଦି ଦିଅନ୍ତି ବୋଲି ତନ୍ତ୍ର ଶାସ୍ତ୍ର ମାନଙ୍କରେ ଲେଖା ହୋଇଛି ।
୪. ଚନ୍ଦ୍ରଗ୍ରହଣ ସମୟରେ ବେଲ ଗଛର ଚେରକୁ ଯଥା ବିଧିରେ ନିମନ୍ତ୍ରିତ କରି ଗୃହରେ ରଖିଲେ ସେ ଗୃହର ସମସ୍ତ ବିପଦ ଦୂର ହୋଇଥାଏ ।
୫. ଶନିବାର ଓ ରବିବାର ଦିନ ସକାଳୁ ବେଲ ମଲାଙ୍ଗକୁ ଆଣି ଗୃହରେ ରଖିଲେ ସେ ଗୃହରେ ଧନ ଜନ ପ୍ରଭୃତି ପୂର୍ଣ୍ଣ ହୁଏ । ସମସ୍ତଙ୍କ ଶରୀର ମଧ୍ୟ ନିରୋଗ ରହେ ।