ଶରୀରର କେଉଁ କେଉଁ ଅଙ୍ଗରେ ତିଳର ରହିବା ଧନପ୍ରାପ୍ତିର ଶୁଭସଙ୍କେତ ଦିଏ ଏହା ସୁମୁଦ୍ରଶାସ୍ତ୍ରରେ କୁହାଯାଇଛି । ଆସନ୍ତୁ ଜାଣିବା ଶରୀରରେ ଏହା କେଉଁ ୧୦ଟି ସ୍ଥାନ ଯେଉଁଠି ତିଳ ରହିଲେ ଆର୍ଥିକ ପକ୍ଷେ ଶୁଭ ମନାଯାଏ । ପୁରୁଷଙ୍କ ପାଇଁ ଶରୀରର ଡାହାଣ ପଟେ ଓ ସ୍ତ୍ରୀ ମାନଙ୍କର ବାମ ପଟେ ତିଳ ରହିବା ମଙ୍ଗଳମୟ ଅଟେ ।
ଧନପ୍ରାପ୍ତି ଯୋଗ ପାଇଁ ଏହି ୧୦ଟି ହେଉଛି ଶୁଭ ତିଳ:-
୧ । ନାଭିରେ ତିଳ ଥିଲେ
ସମୁଦ୍ରଶାସ୍ତ୍ର ଅନୁସାରେ ଯଦି କାହାର ନାଭି ପାଖରେ ତିଳ ଥାଏ ତେବେ ସେହି ବ୍ୟକ୍ତି ଧନୀ ଓ ଆର୍ଥିକ ରୂପରେ ବୈଭବଶାଳି ହୋଇଥାଏ । ଯଦି ପେଟରେ ଥାଏ ତେବେ ସେହି ବ୍ୟକ୍ତି ଖାଦ୍ୟ ପ୍ରିୟ ହୋଇଥାଏ ।
୨ । ପାଦର ଆଙ୍ଗୁଠିରେ ତିଳ ଥିଲେ
ଯଦି କେଉଁ ବ୍ୟକ୍ତିର ପାଦର ଆଙ୍ଗୁଠିରେ ତିଳ ଥାଏ ତେବେ ତାହା ଧନର ଯୋଗ ଅଛି ବୋଲି ଜାଣିବେ । ଏଭଳି ବ୍ୟକ୍ତି ସମାଜରେ ଯଶ ମାନ ପ୍ରତିଷ୍ଠା ଲାଭ କରନ୍ତି ।
୩ । ନାଭିର ତଳକୁ ତିଳ ଥିଲେ
ଯାହାର ଏହି ଜାଗାରେ ତିଳ ଥାଏ ତା ପାଖେ ଧନର କେବେ ଅଭାବ ରୁହେନି ।
୪ । ଭୂଲତା ମଝିରେ ତିଳ ଥିଲେ
ଯଦି ବ୍ୟକ୍ତିର ୨ ଭୂଲତା ମଝିରେ ତିଳ ଥାଏ ତେବେ ସେମାନେ ସୁଖୀ ବୈବାହିକ ଜୀବନ ବିତାଇବା ସହ ଆର୍ଥିକ ରୂପରେ ମଧ୍ୟ ମଜବୁତ ହୁଅନ୍ତି ।
୫ । ଓଠର ତଳ ଭାଗ ବା (Chin)ରେ ତିଳ ଥିଲେ
ଏଠାରେ ତିଳ ରହିବା ଶୁଭ ଅଟେ । ଧନ କେମିତି ବି ହଉ ବା କୋଣସି ପ୍ରକାରେ ଏମାନଙ୍କ ପଖାକୁ ଆସିଥାଏ ।
୬ । କନିଷ୍ଠା ଆଙ୍ଗୁଠିରେ ତିଳ ଥିଲେ
ଯଦି ଆପଣଙ୍କ ହାତର ସବୁଠୁ ଛୋଟ ଆଙ୍ଗୁଠିରେ ତିଳ ଥାଏ ତେବେ ଆପଣ ଅନେକ ସମ୍ପତ୍ତିର ମାଲିକ ହୋଇଥାନ୍ତି ।
୭ । ଅନାମିକା ଆଙ୍ଗୁଠିରେ ତିଳ ଥିଲେ
ଯେ କୌଣସି ବ୍ଯକ୍ତିର ଏହି ଆଙ୍ଗୁଠିରେ ତିଳ ଥିଲେ, ସେ ଧନ ଓ ଯଶ ଆଦିରେ ସମ୍ପନ୍ନ ହୋଥାନ୍ତି ।
୮ । ଡାହାଣ ନାକରେ ଥିଲେ
ଏହି ଜାଗାରେ ତିଳ ରହିବା ଧନପ୍ରାପ୍ତିର ସୂଚନା ଦିଏ ।
୯ । ପିଠିରେ ତିଳ ଥିଲେ
ଏହି ବ୍ୟକ୍ତି ବହୁତ ଧନ ଅର୍ଜନ କରନ୍ତି ଓ ଖର୍ଚ୍ଚ ମଧ୍ୟ କରନ୍ତି ।
୧୦ । ତର୍ଜନୀ ଆଙ୍ଗୁଠିରେ ତିଳ ଥିଲେ
ଯେଉଁ ବ୍ୟକ୍ତିଙ୍କର ତର୍ଜନୀ ଆଙ୍ଗୁଠିରେ ତିଳ ଥାଏ ସେ ବହୁତ ଧନୀ ହୋଇଥାନ୍ତି କିନ୍ତୁ ଏମାନଙ୍କର ବହୁତ ଶତ୍ରୁ ମଧ୍ୟ ଥାଆନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।