ନିଜ ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶି ସହିତ ରହିବ ଆପଣଙ୍କ ଭଲ ଯୋଡ଼ି।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସମସ୍ତେ ଚାହାଁନ୍ତି ନିଜ ଜୀବନରେ ଏକ ଭଲ ଜୀବନସାଥି । ତେବେ ଜ୍ୟୋତିଷ ଶାସ୍ତ୍ର ସାହାଯ୍ୟରେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ପାଇଁ କେଉଁ ରାଶିର ବ୍ୟକ୍ତି ହୋଇପାରିବେ ଶ୍ରେଷ୍ଠ ଜୀବନସାଥି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରାଶି ଅନୁସାରେ ଶ୍ରେଷ୍ଠ ଯୋଡି-

ମେଷ ରାଶି-

ସିଂହ ଓ ଧନୁ ରାଶିର ଲୋକ ଆପଣଙ୍କ ପାଇଁ ଠିକ ଜୀବନସାଥି, କିନ୍ତୁ ତୁଳା ରାଶିର ବ୍ୟକ୍ତିଙ୍କ ସହ ବିବାହ କଲେ ଆପଣଙ୍କ ଜୀବନ ଦୁଖଃମୟ ହୋଇପାରେ । ମୀନ ରାଶିର ବ୍ୟକ୍ତି ଅପାଣଙ୍କ ପାଇଁ ଅଧିକ ଭାବୁକ ହୋଇଥାନ୍ତି । .

ବୃଷ ରାଶି-

ବୃଷ ରାଶିର ବ୍ୟକ୍ତିଙ୍କ ଯୋଡି କନ୍ୟା ଏବଂ ମକର ରାଶିର ବ୍ୟକ୍ତିଙ୍କ ସହ ସ୍ଥିର ଅଟେ । ବିଛା ରାଶିର ବ୍ୟକ୍ତିଙ୍କ ସହ ଭାବନା ମିଶିବ ନାହିଁ ।

ମିଥୁନ ରାଶି-

ଆପଣଙ୍କ ସହ ତୁଳା ଓ କୁମ୍ଭ ରାଶିର ଲୋକଙ୍କର ତାଳ ମେଳ ଠିକ ରହିବ । କିନ୍ତୁ ଆପଣ ଧନୁ ରାଶିଠୁ ଦୂରେଇ ରହିବା ଉଚିତ ।

କର୍କଟ ରାଶି-

କର୍କଟ ରାଶି ପାଇଁ ବିଛା ଓ ମୀନ ହେଉଛନ୍ତି ସବୁଠୁ ଭଲ ଯୋଡି । ଏମାନେ ଆପଙ୍କ ଭାବନାକୁ ଭଲଭାବେ ବୁଝିପାରନ୍ତି । ଆପଙ୍କୁ ମକର ରାଶିର ଲୋକଙ୍କଠୁ ଦୂରେଇ ରହିବା ଉଚିତ ।

ସିଂହ ରାଶି-

ଆପଣଙ୍କର ମେଷ ଓ ଧନୁ ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଉଚିତ । ଏହି ବ୍ୟକ୍ତିମାନେ ଆପଣଙ୍କର ଭାବନକୁ ଭଲଭାବେ ବୁଝନ୍ତି ଓ ଆପଣଙ୍କ ସ୍ଵଭାବ ଅନୁସାରେ ଏମାନେ ଚଳନ୍ତି । ଆପଣଙ୍କୁ କୁମ୍ଭରାଶିଠୁ ଦୂରେଇ ରହିବା ଆବଶ୍ୟକ ।

କନ୍ୟା ରାଶି-

ଏମାନଙ୍କର ମକର ଓ ବୃଷ ରାଶି ସହ ଭଲ ସମ୍ବନ୍ଧ ଅଟେ । କନ୍ୟା ରାଶି ସହ ଆପଣଙ୍କର ତାଳ ମେଳ ଠିକ ନ ଥିବାରୁ ଏମାନଙ୍କଠୁ ଦୂରେଇ ରୁହନ୍ତୁ ।

ତୁଳା ରାଶି-

କୁମ୍ଭ ଓ ମିଥୁନ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କ ବୈବାହିକ ଜୀବନ ସୁଖମୟ ଅଟେ ।

ବିଛା ରାଶି-

ମୀନ ଓ କର୍କଟ ରାଶିର ବ୍ୟକ୍ତିଙ୍କ ସହ ଆପଣ ବିବାହ କଲେ ବହୁତ ଖୁସିରେ ରହିବେ ।

ଧନୁ ରାଶି-

ଆପଣଙ୍କର ସିଂହ ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ରହିବ ।

ମକର ରାଶି-

କନ୍ୟା ଏବଂ ବୃଷ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କର ଭାବନା ମିଶୁଥିବାରୁ ଆପଣଙ୍କୁ ଏହି ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଉଚିତ ।

କୁମ୍ଭ ରାଶି-

ଧନୁ ଓ ମିଥୁନ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କର ସମ୍ବନ୍ଧ ଭଲ ରହିବ ।

ମୀନ ରାଶି-

କର୍କଟ ଓ ବୃଷ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କ ଯୋଡି ଉତ୍ତମ ରହିବ । ଏମାନକ ସହ ବିବାହ କଲେ ଆନନ୍ଦରେ ରହିବେ ।

ଏହା ହେଉଛି ରାଶି ଅନୁସାରେ ଆପଣଙ୍କ ପାଇଁ ଶ୍ରେଷ୍ଠ ଯୋଡି । ଏହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆକଳନ କରାଯାଇଛି, ଆପଣଙ୍କ ବୈବାହିକ ଜୀବନ ଆପଣଙ୍କର ଓ ଆପଣଙ୍କ ଜୀବନସାଥିଙ୍କର ଜନ୍ମ ଜାତକ ଉପରେ ମଧ୍ୟ ନିର୍ଭର କରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!