ଗଣେଶଙ୍କର ଏହି ୫ଟି ମନ୍ତ୍ର ବଦଳାଇ ପାରେ ଆପଣଙ୍କ ଭାଗ୍ୟ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗଣେଶ ଯାହାର ଅର୍ଥ ଗଣ ବା ଲୋକଙ୍କ ଇଶ୍ଵର । ହିନ୍ଦୁ ମାନ୍ୟତା ଅନୁସାରେ କିଛି ବି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କର ପୂଜା କରାଯାଏ । ଗଣେଶଙ୍କୁ ଭଗବାନ ଶିବ ଓ ମା ପାର୍ବତୀଙ୍କ ଛୋଟ ପୁଅ ବୋଲି କୁହାଯାଏ । ରିଦ୍ଧି ଓ ସିଦ୍ଧି ଗଣେଶଙ୍କର ଅର୍ଦ୍ଧଗିନୀ ଏବଂ ଶୁଭ ଲାଭ ତାଙ୍କର ପୁତ୍ର ଅଟନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହା ବ୍ଯତୀତ କୌଣସି ଅସୁବିଧାରୁ ମୁକୁଳିବାର ଯେତେବେଳେ କିଛି ରାସ୍ତା ନ ମିଳେ ସେବେ ଗଣେଶଙ୍କ ଆରାଧନା ସଙ୍ଗେ ସଙ୍ଗେ ଫଳ ଦେଇଥାଏ ।  ତେବେ ଆସନ୍ତୁ ଜାଣିବା ଗଣେଶଙ୍କ କିଛି ମନ୍ତ୍ର ଯାହା ଦ୍ଵାରା କିଛି ବି ସମସ୍ଯା ଦୂର ହେବ ।

ଦୋଷରୁ ମୁକ୍ତି ପାଇଁ

“ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଂଡାୟ ଧୀମହି ତନ୍ନୋ ବୁଦି୍ଧ ପ୍ରଚୋଦୟାତ॥”

ଏହା ଗଣେଶ ଗାୟତ୍ରୀ ମନ୍ତ୍ର, ଯାହାକୁ ଜପକଲେ ବ୍ୟକ୍ତିର ଭାଗ୍ୟ ଉଦୟ ହୁଏ । ଏବଂ ଭଗବାନ ଗଣେଶଙ୍କର ବିଶେଷ କୃପା ଲାଭ ହୁଏ ।

ଗଣେଶ ଶୁଭ ଲାଭ ମନ୍ତ୍ର

“ଓଁ ଶ୍ରୀଂ ଗଂ ସୌଭାଗ୍ଯ ଗଣପତୟେ ବର୍ବର୍ଦ ସର୍ବଜନ୍ମ ମେଂ ବଷମାନ୍ଯ ନମ:॥”

ଏହି ମନ୍ତ୍ରର ଅର୍ଥ, ଭଗବାନ ଗଣେଶଙ୍କର ଆଶୀର୍ବାଦ ଆମଉପରେ ସବୁଜନ୍ମରେ ରହିଥାଉ । ଏବଂ ସୁସ୍ଥ ରହିବା ସହ ସବୁ ବାଧା ବିଘ୍ନ ଦୂର ହୋଇ ହସଖୁସିରେ ଜୀବନ କଟୁ ।

ତାନ୍ତ୍ରିକ ଗଣେଶ ମନ୍ତ୍ର

“ଓଁ ଗ୍ଲୌମ ଗୌରୀ ପୁତ୍ର ବକ୍ରତୁଂଡ ଗଣପତି ଗୁରୂ ଗଣେଶ॥”

ଏହି ମନ୍ତ୍ରର ଜପ କଲେ ଜୀବନରେ ସବୁ କଷ୍ଟ ସମାପ୍ତ ହୁଏ । ଏବଂ ଧନ, ଧ୍ୟାନ୍ୟ, ବିଦ୍ୟା ଓ ଶାନ୍ତି ବିରାଜ ମାନ କରେ ।

ଗଣେଶ କୁବେର ମନ୍ତ୍ର

“ଓଁ ନମୋ ଗଣପତୟେ କୁବେର ୟେକଦ୍ରିକୋ ଫଟ୍ ସ୍ୱାହା॥”

ଏହା ଲକ୍ଷ୍ମୀ ପ୍ରାପ୍ତିର ଶ୍ରୀ ଗଣେଶ ମନ୍ତ୍ର । ଏହି ମନ୍ତ୍ରକୁ ନିୟମିତ ଜପ କଲେ ପଇସା ଆସିବାର ନୂଆ ନୂଆ ବାଟ ଖୋଲେ ।

ବକ୍ରତୁଣ୍ଡ ଗଣେଶ ମନ୍ତ୍ର

“ବକ୍ରତୁଣ୍ଡ ମହାକାୟ କୋଟିସୂର୍ଯ ସମପ୍ରଭ

ନିର୍ବିଘ୍ନଂ କୁରୂ ମେ ଦେବ ସର୍ବକାର୍ଯେଷୁ ସର୍ବଦା॥”

ଏହି ଗଣପତି ମନ୍ତ୍ରର ପ୍ରୟୋଗ ଭଗବାନଙ୍କ କୃପା ସର୍ବଦା ନିଜ ଉପରେ ରଖିବା ପାଇଁ ଓ ସବୁ କାର୍ଯ୍ୟ ବୀନା ଦ୍ଵିଧାରେ ପୂର୍ଣ୍ଣ ହେବା ପାଇଁ କରାଯାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!