ଦୈନିକ ରାଶିଫଳ: ୨ ଅଗଷ୍ଟ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୨ ଅଗଷ୍ଟ ୨୦୧୮

ମେଷ:-

ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ବିପଦରେ ପଡିବେ। ବିଦ୍ୟା କ୍ଷେତ୍ରରେ ବିଜୟ ପ୍ରାପ୍ତ ହେବ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ। ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ। ରାଜନୀତି କ୍ଷେତ୍ରରେ ସଂଘର୍ଷ ମଧ୍ୟ ଦେଇ ସମୟ ବିତାଇବେ। ପ୍ରତିକାର ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ମାନସିକ ଶାନ୍ତି ମିଳିବ। ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍। ନୂତନ ଦ୍ରବ୍ୟ କ୍ରୟ କରିବେ। ମହିଳାମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ଶତୃମାନେ ଦୂରେଇ ଯିବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରି କିଛି ଦାନ ଦିଅନ୍ତୁ।

ମିଥୁନ:-

ସରକାରୀ କାମରେ ସଫଳତା ପାଇବେ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। ସାମାଜିକ ପତିଆରା ଅମଳିନ ରହିବ। ପ୍ରତିକାର ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

<<Vastu>>> | <<< Jataka Bichara >>>

କର୍କଟ:-

ବ୍ୟାପାର ଓ କାରବାରରେ ସୁଧାର ଆସିବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। କର୍ମ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ପ୍ରତିକାର: ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ସିଂହ:-

ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବ ସେତେ ଅଧିକ ଲାଭ ହେବ। ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ। କିଛି କାରଣ ନଥାଇ ବଦନାମ୍ ବା ମିଛ କେଶ୍ ରେ ଫଶିଯିବେ। ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି। ସନ୍ତାନ ଯୋଗେ ଚିନ୍ତିତ ରହିବେ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ପ୍ରତିକାରନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା:-

କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ରାଜନୀତିରେ ଉନ୍ନତି ହେବ। ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। ପ୍ରତିକାର କୁକୁରକୁ ଖାଇବାକୁ ଦିଅନ୍ତୁ।

ତୁଳା:-

କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ରାଜନୀତିରେ ଉନ୍ନତି ହେବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ପ୍ରତିକାର ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ।

ବିଛା:

ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ବନ୍ଧୁ ମିତ୍ରମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ। ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ବ୍ୟାପାର ଓ କାରବାରରେ ସୁଧାର ଆସିବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବ ସେତେ ଅଧିକ ଲାଭ ହେବ। ପ୍ରତିକାର ଇଷ୍ଟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ଆହୁରି ପଢନ୍ତୁ: କେଉଁ ଭଗବାନଙ୍କୁ କରିବେ ପୂଜା? ଜାଣନ୍ତୁ ନିଜ ରାଶି ଅନୁସାରେ।

ଧନୁ:

ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ବ୍ୟବସାୟୀକ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ମନ ଓ ଶରୀର ଭଲ ରହିବ। କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ। ବିଦେଶ ଯାତ୍ରାରେ ସଫଳ ହେବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ପ୍ରତିକାରଗ୍ରାମ୍ୟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ମକର:

କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବେ। ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ। ପ୍ରତିକାରଗାଈକୁ କିଛି ଖୁଆନ୍ତୁ।

କୁମ୍ଭ:

ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକ ଦେଖାଦେଇ ପାରେ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହେବ। ସ୍ଥଗିତଥିବା କର୍ମଟି ପୂରଣ ହେବ। ଆର୍ଥିକ ସଙ୍କଟ ଦେଖାଦେଇ ପାରେ। ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦରୁ ବଞ୍ଚିତ ହେବେ। ଶର୍ଦ୍ଦି ଓ ପିତ୍ତ ଦୋଷ ସାଙ୍ଗକୁ ଗୁହ୍ୟରୋଗ ସୃଷ୍ଟିହେବ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ କ୍ଷତିରେ ପଡିବେ। ବାକ୍ୟ ସଂଯମତା ନରଖିଲେ ମାଲିମୋକଦ୍ଦମାର ଭୟ ରହିବ। ପ୍ରତିକାର ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ରାଜନୀତିରେ ଫାଇଦା ଉଠାଇବେ। ପଢାପଢିରେ ମାନସିକ ଶାନ୍ତି ଓ ବ୍ୟବସାୟରେ ଲାଭ ପାଇ ମନର ଅଶାନ୍ତି ଦୂରହେବ। ଜଗାଜମି, ଗୃହ ଉପକରଣ କ୍ରୟ କରିବେ। କର୍ମକ୍ଷେତ୍ରରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ। ଋଣପ୍ରାପ୍ତି ଓ ଋଣମୁକ୍ତିର ରାସ୍ତା ପରିଷ୍କାର ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ପରିବାରରେ ସାଧାରଣ ପରିବର୍ତ୍ତନ ଯୋଗେ ଆଶା ଆକାଂକ୍ଷା ପୂରଣ ହୋଇପାରିବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ପ୍ରତିକାର- ଗାଈକୁ କିଛିଖାଦ୍ୟ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!