ସ୍ଵପ୍ନରେ ନିଜକୁ ବା ଅନ୍ୟ କାହାକୁ ଲଢୁଥିବାର ଦେଖିଲେ ଭବିଷ୍ୟତରେ ଏହି କଥାର ସଙ୍କେତ ଦେଇଥାଏ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସ୍ବପ୍ନରେ ଲଢୁଥିବାର ଦେଖିବା କାରଣ ହଉଛି

ସ୍ଵପ୍ନରେ ରଣକ୍ଷେତ୍ରରେ ଯେଉଁଠି ଚାହୁଁଥିଲି ଖାଲି ମୁର୍ଦାର ଦେଖା ଯାଉଥିଲା। କିଏ କିଏ କ୍ରନ୍ଦନ ମଧ୍ୟ କରୁ ଥିଲେ। ସବୁଆଡେ ଯୁଦ୍ଧର ନିଆଁ ଜଳୁଥିଲା। ହଠାତ୍ ଗୋଟିଏ ବନ୍ଧୁକର ଗୁଳି ଆସି କାନପାଖ ଦେଇ ଚାଲିଗଲା ସେତେବେଳେ ମୋର ନିଦ ଭାଙ୍ଗିଗଲା। ପରେ ଜଣାଗଲା ଯେ ମୁଁ ସ୍ଵପ୍ନ ଦେଖୁଥିଲି। ମୁଁ ଫିଲ୍ମି ବା କୌଣସି ଅସଲି ଘଟଣା କହୁ ନାହିଁ, ମୁଁ ଦେଖିଥିବା ସ୍ଵପ୍ନ କଥା କହୁଥିଲି। ଆପଣ ମଧ୍ୟ ସ୍ଵପ୍ନ ଦେଖିଥିବେ। ଏମିତି କୌଣସି ବ୍ୟକ୍ତି ନାହିଁ ଯେ ସେ ସ୍ଵପ୍ନ ଦେଖୁ ନଥିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମନ ମଧ୍ୟରେ ଥିବା ନିଜର ଇଛା ସ୍ଵପ୍ନ ମାଧ୍ୟମରେ ଦେଖିଥାଉ।

କୁହାଯାଏ ଯେ ସମସ୍ତ ବ୍ୟକ୍ତି ସ୍ଵପ୍ନ ଦେଖିଥାନ୍ତି। ମନୋ ବୈଜ୍ଞାନିକଙ୍କ ମତାନୁସାରେ ସ୍ଵପ୍ନରେ ଆପଣ ମନରେ ଯାହା ଭାବି ଥାନ୍ତି ବା ଯେଉଁକଥା ବିଷୟରେ ବେଶି ଭାବିଥାନ୍ତି ତାହାକୁ ଅନେକାଂଶରେ ସ୍ଵପ୍ନରେ ଦେଖିଥାଉ। ଯେବେ ସ୍ଵପ୍ନ ଦେଖନ୍ତି ତେବେ ବୁଝିବାକୁ ହେବ ଯେ ତାହା ନିଜ ମନରେ ଲୁଚି ରହିଥିବା ଇଛାଟିକୁ ସ୍ଵପ୍ନ ମାଧ୍ୟମରେ ଦେଖିଥାନ୍ତି।

ଆହୁରି ପଢନ୍ତୁ: ଚାଣକ୍ୟଙ୍କ ଅନୁସାରେ ଏହି ତିନୋଟି ଲୋକଙ୍କୁ କେବେ ସାହାଯ୍ୟ କରିବବା କଥା ନୁହେଁ , ଯଦି କରନ୍ତି ତେବେ ନିଜେ ଦୁଖ ଭୋଗିବେ।

କେତେଗୁଡିଏ ସ୍ଵପ୍ନ ବହୁତ ଭୟାନକ ହୋଇଥାଏ।

ଶାସ୍ତ୍ରରେ ଏହାର ମାନ୍ୟତା ଅଲଗା ହୋଇଥାଏ। ମନୁଷ୍ୟ ବିଭିନ୍ନ ପ୍ରକାର ସ୍ଵପ୍ନ ଦେଖିଥାଏ। କିଛି ଲୋକ ସବୁଦିନ ଏକ ପ୍ରକାର ସ୍ଵପ୍ନ ମଧ୍ୟ ଦେଖନ୍ତି। କିଛି ଲୋକ ଭଲ ସ୍ଵପ୍ନ ଓ କିଛି ଲୋକ ଭୟାନକ ସ୍ଵପ୍ନ ଦେଖନ୍ତି। ଭୟାନକ ସ୍ଵପ୍ନ ଦେଖିଲେ ଜାଣିଶୁଣି ଶୋଇବାକୁ ଇଛା କରନ୍ତି ନାହିଁ। କାରଣ ଭୟାନକ ସ୍ଵପ୍ନ ଦେଖିଲେ ବ୍ୟକ୍ତିର ଶୋଇଥିବା ଅବସ୍ଥାରେ ମଧ୍ୟ ମନରେ ଭୟ ଜାତ ହୁଏ।

ସ୍ଵପ୍ନ ଶାସ୍ତ୍ରରେ ଓ ମନୋବିଜ୍ଞାନରେ ଏହାର ମାନ୍ୟତା ଅଲଗା-ଅଲଗା ହୋଇଥାଏ।


କିଛି ଲୋକ ସ୍ଵପ୍ନରେ ଯୁଦ୍ଧ ବା ଝଗଡା ହେଉଥିବା ବା ଲଢୁଥିବାର ଦେଖନ୍ତି। ଯୁଦ୍ଧ ବା କଳି-ଝଗଡା ଦେଖିଲେ ଏହା ଶୁଭ କି ଅଶୁଭ ଜାଣିବାକୁ ହେଲେ ଶାସ୍ତ୍ରରେ ଓ ମନୋବିଜ୍ଞାନରେ ଏହାର ମତ ଅଲଗା-ଅଲଗା ହୁଏ। ମନୋବିଜ୍ଞାନରେ ଏହା ବ୍ୟକ୍ତିଟି ଚିନ୍ତାଶୀଳ ରହିଛି ବୋଲି ବୁଝାଯାଏ ତେଣୁ ମନୋବିଜ୍ଞାନୀମାନେ ବ୍ୟକ୍ତିକୁ ବିଶ୍ରାମ ନେବା ପାଇଁ କହିଥାନ୍ତି।

ଆହୁରି ପଢନ୍ତୁ: ମଥାରେ ସିନ୍ଦୁର କାହିଁକି ଲଗାଯାଏ ? ଜାଣନ୍ତୁ

ଭବିଷ୍ୟତରେ ମାନସମ୍ମାନ ବୃଦ୍ଧି

ଜ୍ୟୋତିଷଶାସ୍ତ୍ର ବା ସ୍ଵପ୍ନଶାସ୍ତ୍ରରେ କିଛି ଅଲଗା କୁହାଯାଏ। ସ୍ଵପ୍ନଶାସ୍ତ୍ର ଅନୁସାରେ ସ୍ଵପ୍ନରେ ଯୁଦ୍ଧ ବା ଝଗଡା ହେଉଥିବାର ବା ଲଢୁଥିବାର ଦେଖନ୍ତି, ତେବେ ଆସନ୍ତା ସମୟରେ ସଫଳତା ପ୍ରାପ୍ତି ହୁଏ। ଯଦି ସ୍ଵପ୍ନରେ ଦେଖୁଥିବା ଲଢିବା ସମୟରେ ଆପଣ ଜିତି ଥାନ୍ତି ତେବେ ଜାଣିବାକୁ ହେବ ଯେ ଏହା ସମସ୍ତ ଚିନ୍ତା ଦୂର ହୋଇଯିବାର ସଂକେତ ଦେଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!