ଚାଣକ୍ୟଙ୍କ ଅନୁସାରେ ଏହି ତିନୋଟି ଲୋକଙ୍କୁ କେବେ ସାହାଯ୍ୟ କରିବବା କଥା ନୁହେଁ , ଯଦି କରନ୍ତି ତେବେ ନିଜେ ଦୁଖ ଭୋଗିବେ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ୩ ପ୍ରକାର ଲୋକଙ୍କୁ କେବେବି ସାହାଯ୍ୟ କରିବା କଥା ନୁହେଁ

ଚାଣକ୍ୟ ମଣିଷକୁ ସମାଜରେ ଭଲରେ ବଞ୍ଚିବା ପାଇଁ ଆନେକ ବାଣୀ କହିଛନ୍ତି । ଯଦି କୌଣସି ମଣିଷ ତାଙ୍କ ନୀତିକୁ ଅନୁସରଣ କରେ ତେବେ ତା ଜୀବନ ଧାରା ଅତିଉତ୍ତମ ହେବାକୁ ଡେରି ହେବ ନାହିଁ । ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେପରି କି ସମାଜର ବଞ୍ଚିବା ପାଇଁ କିପରି ଲୋକଙ୍କ ଠାରୁ ଦୂରେଇ ରହିବ, କେଉଁ ଭଳି ନାରୀକୁ ବିବାହ କରିବେ ଓ କେଉଁ କାର୍ଯ୍ୟ କରିବା କଥାନୁହେଁ ଏମିତି ଅନେକ କିଛି । ଚାଣକ୍ୟ ତାଙ୍କ ବାଣିରେ ଏମିତ ମହତ୍ଵ କଥା ଲେଖିଯାଇଛନ୍ତି ଯାହାକି ଆଜିକା ସମୟରେ ମଧ୍ୟ ଲାଗୁ ହେଉଛି ଯେମିତିକି ପୂର୍ବରୁ ଲାଗୁ ହେଉଥିଲା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚାଣକ୍ୟ କହିଛନ୍ତି

“ଜୀବନରେ ସଫଳତା ପାଇବାକୁ ହେଲେ ଭଲ ମିତ୍ରଟିର ଆବଶ୍ୟକ ଅଛି, ଯଦି ଅଧିକ ସଫଳତା ପାଇଁ ଉଦ୍ୟମ କରୁଥିବା ତେବେ ଏକ ଉତ୍ତମ ଶତ୍ରୁର ଆବଶ୍ୟକତା ଅଛି । ” ଯାହାକି ଚାଣକ୍ୟ କହିଛନ୍ତି ତାହା ଏବେ ମଧ୍ୟ ସଠିକ୍ ବୋଲି ପ୍ରମାଣିତ ହେଉଛି । ଜୀବନରେ ଉନ୍ନତି ନିମନ୍ତେ ଭଲ ବନ୍ଧୁଟିଏ ଆବଶ୍ୟକ ଯିଏକି ସବୁ ପରିସ୍ଥିତିରେ ସାହସ ବଢାଉଥିବ ।

ଅଧିକା ସଫଳତା

ସଠିକ୍ ମାର୍ଗ ଦେଖାଉଥିବା, ଗୋଟେ ଭଲ ସାଙ୍ଗ ସବୁବେଳେ ଭଲ ପ୍ରେରଣା ଦେଇଥାଏ । ଯଦି ଆପଣ ଅଧିକ ସଫଳତା ଚାହାନ୍ତି ତେବେ ଭଲ ଶତୃଟିର ଆବଶ୍ୟକତା ଅଛି କାରଣ ଗୋଟେ ଭଲ ଶତ୍ରୁ ହିଁ ଭଲ ଭାବରେ ଶତ୍ରୁତା କରିଥାଏ ଯାହାଦ୍ୱାରା ଆପଣଙ୍କୁ ଅଧିକା ସଫଳତା ପାଇବା ପାଇଁ ଆଗ୍ରହ ବଢିବ ଓ ଜିଦି ମଧ୍ୟ ରହିବ ।

ଏହା ବ୍ୟତୀତ ଚାଣକ୍ୟ ୩ ପ୍ରକାର ଲୋକଙ୍କ ବିଷୟରେ କହିଛନ୍ତି ଯାହାର ସହଜ କରିବା ଦ୍ବାରା ସୁଖ ବଦଳରେ ଦୁଃଖ ଆସିଥାଏ । ଆପଣ ଚିନ୍ତା କରୁଥିବେ ସବୁବେଳେ କୁହାଯାଏ ଅନ୍ୟର ସାହାଯ୍ୟ କଲେ ମଙ୍ଗଳ ହୁଏ ବୋଲି ହେଲେ ଏ କ୍ଷେତ୍ରରେ କାହିଁକି ମାନାକରା ଯାଉଛି । ତେବେ ଆମେ ଆପଣଙ୍କୁ ଜଣାଉଛୁ କେଉଁ ୩ ପ୍ରକାର ଲୋକଙ୍କୁ ସହାଯ୍ୟ ପାଇଁ ଚାଣକ୍ୟ ମନା କରିଛନ୍ତି ।

 ମୂର୍ଖଶିଷ୍ୟୋପଦେଶେନ ଦୁଷ୍ଟାସ୍ତ୍ରୀଭରଣେନ ଚ ।

ଦୁଃଖିତେ ସମ୍ପ୍ରୟୋଗେଣ ପଣ୍ଡିତୋଅପ୍ୟବାସିଦତି । ।

୧- ଚାଣକ୍ୟଙ୍କ ବାଣୀ ଅନୁସାରେ କେବେବି କୌଣସି ମୁର୍ଖ ସ୍ତ୍ରୀ କିମ୍ବା ପୁରୁଷଙ୍କୁ ଜ୍ଞାନ ଦେବା ଅନୁଚିତ ।

କାରଣ ସେମାନେ ଜ୍ଞାନ ମାନେ କିଛି ବୁଝନ୍ତି ନାହିଁ । ସମାନେ ଆପଣ ଦେଉଥିବା ଜ୍ଞାନର ମାନେ କିଛି ବୁଝନ୍ତି ନାହିଁ ସେମାନଙ୍କୁ ଜ୍ଞାନ ଦେବାର ଅର୍ଥ ସମୟନଷ୍ଟ କରିବା । ଆପଣ ସେମାନଙ୍କ ଭଲ ନିମନ୍ତେ ଜ୍ଞାନ ପ୍ରଦାନ କରିବେ ହେଲେ ସେମାନେ ଆପଣଙ୍କୁ ଖରାପ ଭାବିବେ । ଏବଂ ଆପଣ ଦେଇଥିବା ଜ୍ଞାନର ଆସଦ ଉପଯୋଗ କରିବେ । ଯାହା ଫଳରେ ଆପଣ ନିନ୍ଦିତ ହେବେ । ତେଣୁ ସେ ଭଳି ଲୋକଙ୍କୁ ଜ୍ଞାନ ଦେବା ଅନୁଚିତ୍ ।

୨- ଚରିତ୍ରହୀନ ଓ ଝାଗଡ଼ା କରୁଥିବା ନାରୀଙ୍କ ସହ ସମ୍ବନ୍ଧ ରଖନ୍ତୁ ନାହିଁ ।

ଏଭଳି ନାରୀଙ୍କ ସହ ସମ୍ବନ୍ଧ ରଖୁଥିବା ପୁଋଷ କିମ୍ବା ଏମାନଙ୍କ ଭରଣାପୋଷଣ କରୁଥିବା ପୁଋଷ ତାଙ୍କ ଜୀବନରେ କେବେ ସୁଖରେ ରହିପାରନ୍ତି ନାହିଁ । ଏମାନେ ଆପଣଙ୍କୁ ନୁହେଁ କେବଳ ଆପଣଙ୍କ ସମ୍ପତ୍ତିକୁ ଭଲ ପାଆନ୍ତି । ଏବଂ ଏମାନେ ନିଜର ସ୍ୱାର୍ଥ ପାଇଁ କିଛିବି କରିପାରନ୍ତି । ଏମାନଙ୍କର ଆସଦ କାର୍ଯୟକଳାପଗୁଡ଼ିକ ପାଇଁ ସମାଜରେ ଆପଣଙ୍କର ମାନସମ୍ମାନ ଚାଲିଯାଏ ତେଣୁ ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

୩- ପାଖରେ ଥିବା ଜିନିଷରେ ଯିଏ ସନ୍ତୁଷ୍ଟ ହୁଏ ନାହିଁ ଓ ସବୁ ସମୟରେ ଦୁଃଖ କରେ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।

ଚାଣକ୍ୟଙ୍କ କହିବାନୁସାରେ ଏଭଳି ଲୋକ ଆଶା କରୁଥିବା ଜିଣିଶ୍ ନପାଇଲେ ଭଗବାନଙ୍କୁ ଓ ନିଜ ଭାଗ୍ୟକୁ ଦୋଷ ଦିଅନ୍ତି । ଏମାନେ କର୍ମରୁ ଆଧିକ ଫଳ ଆଶା କରନ୍ତ ତେଣୁ ସାମାନେ କେବେ ଖୁସିରେ ରୁହନ୍ତୁ ନାହି । ଏମାନଙ୍କ ପାଖରେ ରହୁଥିବା ଲୋକ ମଧ୍ୟ କେବେ ଖୁସିରେ ରହିପାରନ୍ତି ନାହିଁ ତେଣୁ ଏଭଳି ଲୋକଙ୍କ ଠାରୁ ଦୂରଇ ରୁହନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!