କେଉଁ ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି କେମିତି ଅଟନ୍ତି!
ବିଭିନ୍ନ ବାରରେ ଜନ୍ମ ହୋଇଥିବା ଲୋକଙ୍କର ଭିନ୍ନ ଭିନ୍ନ ଆଚାର, ବ୍ୟବହାର, ଚାଲିଚଳଣୀ, ବିଦ୍ୟା, ଜ୍ଞାନ, ପଣ୍ଡିତ, କ୍ରୋଧି ଇତ୍ୟାଦି ବିଷୟରେ ଜଣାପଡେ।
ଆସନ୍ତୁ ଜାଣିବା ସେ ସମ୍ପର୍କରେ।
୧.ରବି:
ଯେଉଁ ବ୍ୟକ୍ତି ମାନେ ରବିବାର ରେ ଜନ୍ମ ଗ୍ରହଣ କରନ୍ତି ସେମାନେ ଅଭିମାନି, କ୍ରୋଧି, କାମାତୁର ସ୍ୱଭାବ ର ହୋଇଥାନ୍ତି। ଏମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଆନ୍ତି। ଏହି ବାରରେ ଜନ୍ମ ହୋଇଥିବା ଲୋକମାନେ ନିଜ କଥା ଦ୍ବାରା ସମସ୍ତଙ୍କୁ ମୁଗ୍ଧ କରିବା ସହିତ ଭ୍ରମଣ ପ୍ରିୟ ହୋଇଥାନ୍ତି। ଭଗବାନ ବିଶ୍ଵାସୀ ବା ଧାର୍ମିକ ତଥା ଭକ୍ତିମନ୍ତ ହୋଇଥାନ୍ତି।
<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>
୨.ସୋମ:
ଯେଉଁ ବ୍ୟକ୍ତି ମାନେ ସୋମ ବାର ରେ ଜନ୍ମ ଗ୍ରହଣ କରନ୍ତି ସେମାନେ ଅଳସୁଆ ସ୍ୱଭାବର ହୋଇଥାନ୍ତି। ସବୁ କାମକୁ ଧୀରେ ଧୀରେ କରନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଭୋଗବିଲାସୀ ଏବଂ ନ୍ୟାୟ ପରାୟଣ ହୋଇଥାନ୍ତି।
୩.ମଙ୍ଗଳ:
ଯେଉଁ ବ୍ୟକ୍ତି ମାନେ ମଙ୍ଗଳବାର ରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସାହସୀ, ଚଞ୍ଚଳମତି , ବୁଦ୍ଧିମନ୍ତ, ବିଦ୍ୟା ପ୍ରବୀର ହୋଇଥାନ୍ତି। ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି କ୍ଷଣ କୋପୀ ହୋଇଥାନ୍ତି ଅର୍ଥାତ ଟିକେ ଟିକେ କଥାରେ ବହୁତ ଶୀଘ୍ର ରାଗିଯାନ୍ତି। ଏମାନେ କୌଶଳୀ ଏବଂ ଚିନ୍ତାଶୀଳ ମଧ୍ୟ ହୋଇଥାନ୍ତି।
ଆହୁରି ପଢନ୍ତୁ: କୁଣ୍ଡଳୀର ସପ୍ତମ ଭାବରୁ ଜାଣନ୍ତୁ ନିଜ ଜୀବନସାଥୀଙ୍କୁ!
୪.ବୁଧ:
ଯେଉଁ ବ୍ୟକ୍ତି ମାନେ ବୁଧବାର ରେ ଜନ୍ମ ଗ୍ରହଣ କରନ୍ତି ସେମାନେ ଗଭୀର ଚିନ୍ତା ରେ ଚିନ୍ତାଶୀଳ , ନ୍ୟାୟବନ୍ତ, ଗୁଣୀ, ଅତିଚତୁର, ଏହି ସ୍ୱଭାବର ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ଧାର୍ମିକ ଏବଂ କର୍ମବନ୍ତ ମଧ୍ୟ ହୋଇଥାନ୍ତି।
୫.ଗୁରୁ:
ଯେଉଁ ବ୍ୟକ୍ତି ମାନେ ଗୁରୁବାର ରେ ଜନ୍ମ ଗ୍ରହଣ କରନ୍ତି ସେମାନେ ବହୁ ଗୁଣ ର ଅଧିକାରୀ ହୋଇଥାନ୍ତି। ବୁଦ୍ଧି, ବିଦ୍ୟା ରେ ବିଚକ୍ଷଣ ହେବା ସହିତ ପଶୁ ପରି ସ୍ୱଭାବ ଏବଂ କ୍ଷମା ବନ୍ତ ମଧ୍ୟ ହୋଇଥାନ୍ତି।
ଆହୁରି ପଢନ୍ତୁ: ଜାଣନ୍ତୁ ଦାନ ସମ୍ବନ୍ଧିତ ଏହି ୧୦ ଟି ବିଶେଷ ନିୟମ।
୬.ଶୁକ୍ର:
ଯେଉଁ ବ୍ୟକ୍ତି ମାନେ ଶୁକ୍ରବାର ରେ ଜନ୍ମ ଗ୍ରହଣ କରନ୍ତି ସେମାନେ ନୀତି ନିୟମ କୁ ଆଗରେ ରଖି ଚଳନ୍ତି। ପରୋପକାରୀ, ଭ୍ରମଣ ପ୍ରିୟ ଏବଂ କାମବିଲାସୀ ହୋଇଥାନ୍ତି।
୭.ଶନି:
ଯେଉଁ ବ୍ୟକ୍ତି ମାନେ ଶନିବାର ରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ କ୍ଷଣ କୋପୀ, ଚଞ୍ଚଳ ଗତି, ବହୁତ ଅହଙ୍କାରୀ, ତାମସିକ, ବିଦ୍ୟାରେ ନିପୁଣ, ପର ଧନ ରେ ଲୋଭ ତଥା ଯସସ୍ୱୀ ଅଟନ୍ତି।