ଦାନ ଦେବା ବ୍ୟକ୍ତି ପୂର୍ବାଭିମୁଖି ହୋଇ ଦାନ ଦେବ ଏଵଂ ଦାନ ଗ୍ରହଣ କରିବା ବ୍ୟକ୍ତି ଉତ୍ତରାଭିମୁଖି ହୋଇ ଗ୍ରହଣ କରିବା ଉଚିତ୍, ଏହା ଦ୍ବାରା ଦାନ ଦେବା ଓ ଗ୍ରହଣ କରିବା ବ୍ୟକ୍ତିଙ୍କର ଆୟୁ ବଢ଼ି ଥାଏ । ନିଜେ ଯାଇ ଦାନ ଦେବା ଉତ୍ତମ ଏଵଂ ଘରକୁ ଡ଼ାକି ଦାନ ଦେବା ମଧ୍ୟମ ଫଳ ଦାଇ ଅଟେ । ଗୋ, ବ୍ରାହ୍ମଣ ତଥା ରୋଗୀଙ୍କୁ ଦାନ ଦେବା ସମୟରେ ଯଦି କେହି ମନା କରେ ତେବେ ସେହି ବ୍ୟକ୍ତି ଦୁଃଖ ଭୋଗ କରିଥାଏ ।
ରାଶି, କୁଶ, ଜଳ ଏବଂ ଚାଉଳ ହାତରେ ଧରି ଦାନ ଦେବା ଉଚିତ୍ ଅନ୍ୟଥା ସେହି ଦାନ ଉପରେ ଦୈତ୍ୟ ମାନେ ଅଧିକାର କରି ନିଅନ୍ତି । ପୂର୍ବପୁରୁଷଙ୍କୁ ଦାନ ଦେଲା ବେଳେ ରାଶି, ଦେବତାଙ୍କୁ ଦାନ ଦେଲା ବେଳେ ଚାଉଳ ସହ ଦାନ ଦେବା ଉଚିତ୍ । ପରନ୍ତୁ ଜଳ ଏଵଂ କୁଶ ର ସମ୍ବନ୍ଧ ସର୍ବତ୍ର ରଖିବା ଉଚିତ୍ ।

ଅନ୍ନ, ଜଳ, ଘୋଡ଼ା, ଗାଈ, ବସ୍ତ୍ର, ଶଯ୍ୟା, ଛତ୍ର ଏଵଂ ଆସନ ଏହି ଆଠଟି ବସ୍ତୁର ଦାନ ମୃତ୍ୟୋପରାନ୍ତ କଷ୍ଟରୁ ମୁକ୍ତି କରିଥାଏ । ଗାଈ, ଘର, ଶଯ୍ୟା ତଥା କନ୍ୟା ଏହି ସବୁ ଜଣେ ବ୍ୟକ୍ତି ହିଁ ଦାନ କରିବା ଉଚିତ୍ । ରୋଗୀର ସେବା, ଦେବତାଙ୍କୁ ପୂଜା କରିବା, ବ୍ରାହ୍ମଣଙ୍କ ପାଦ ଧୋଇବା, ଗୋ ଦାନ କରିବା ସହ ସମାନ ।

ଅନ୍ଧ, ନିର୍ଦ୍ଧନ, ଅନାଥ, ବିକଳାଙ୍ଗ ତଥା ରୋଗୀ ମନୁଷ୍ୟଙ୍କ ସେବା ପାଇଁ ଯେଉଁ ଧନ ଦିଆଯାଏ, ତାହାର ପୂଣ୍ୟ ମହାନ୍ ଅଟେ । ବିଦ୍ୟାହିନ ବ୍ରାହ୍ମଣ ଙ୍କୁ ଦାନ ଦେବା ଉଚିତ୍ ନୁହେଁ । ଏହି ପ୍ରକାର ଦାନରେ ବ୍ରାହ୍ମଣଙ୍କ ର କ୍ଷତି ହୁଏ । ଗାଈ, ସ୍ଵର୍ଣ୍ଣ, ଚାନ୍ଦି, ବିଦ୍ୟା, ରତ୍ନ, ରାଶି, କନ୍ୟା, ହାତୀ, ଘୋଡ଼ା, ଶଯ୍ୟା, ବସ୍ତ୍ର, ଭୂମି, ଅନ୍ନ, ଦୁଗ୍ଧ, ଛତ୍ର, ତଥା ଆବଶ୍ୟକ ସାମଗ୍ରୀ ସହିତ ଘର ଆଦି ୧୬ଟି ବସ୍ତୁର ଦାନକୁ ମହାଦାନ କୁହାଯାଏ ।

ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ, ପୁତ୍ର ଏବଂ ପରିବାରକୁ ଦୁଃଖୀ କରି ଦାନ ଦିଏ ସେହି ଦାନ ଜୀବିତ ଅବସ୍ଥାରେ ଏବଂ ମୃତ୍ୟୁ ପରେ ମଧ୍ୟ ଦୁଃଖଦେଇ ଥାଏ । ମନୁଷ୍ୟ ନ୍ୟାୟ ପୂର୍ବକ ଅର୍ଜନ କରିଥିବା ନିଜ ଧନର କିଛି ଅଂଶ ଈଶ୍ବରଙ୍କ ପ୍ରସନ୍ନତା ପାଇଁ ସତ୍ କାର୍ଯ୍ୟରେ ଲଗାଇବା ଉଚିତ୍ । ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ସୂଚନା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।