୧୪ ଫେବୃୟାରୀ ୨୦୧୮: ମହାଶିବରାତ୍ରି (ଜାଗର) କିପରି ପାଳନ କରିବେ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମହାଶିବରାତ୍ରି (ଜାଗର)

ଫାଲଗୁନ ମାସରେ ଯେଉଁ ଚତୁର୍ଦ୍ଦଶୀ ପଡେ, ସେହି ଦିନର ଅର୍ଦ୍ଧରାତ୍ରି କୁ ମହାଶିବ ରାତ୍ରି ରୂପେ ପାଳନ କରାଯାଏ। ମହାଶିବରାତ୍ରି ଦିନ ବ୍ରତ ଓ ଉଜାଗର ରହିବାର ବିଧି ମଧ୍ୟ ଅଛି। ଉତ୍ତରାର୍ଦ୍ଧ ଓ କାମିକଙ୍କ ମତାନୁସାରେ ସୂର୍ଯ୍ୟଙ୍କ ଅସ୍ତ ସମୟରେ ଯେଉଁ ଚତୁର୍ଦ୍ଦଶୀ ଭୋଗ ହୋଇଥାଏ, ସେହି ରାତ୍ରିକୁ ଶିବରାତ୍ରି କୁହାଯାଏ। ଏହା ଅତ୍ୟନ୍ତ ଫଳଦାୟକ ଓ ଶୁଭ କୁହାଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅର୍ଦ୍ଧ ରାତ୍ରି ପୂର୍ବରୁ କିମ୍ବା ପରେ ଯଦି ଚତୁର୍ଦ୍ଦଶୀ ତିଥି ନଥାଏ ତେବେ ବ୍ରତ ଧାରଣ କରିବା କଥା ନୁହେଁ କାରଣ ଏହି ସମୟରେ ବ୍ରତ ଧାରଣ କଲେ ଆୟୁ ଓ ଐଶ୍ୱର୍ଯ୍ୟର ହାନି ହୋଇଥାଏ। ମାଧବଙ୍କ ମତାନୁସାରେ “ଇଶାନ ସଂହିତା” ରେ ବର୍ଣ୍ଣିତ ଅଛିଯେ, ଯେଉଁ ରାତିର ଅର୍ଦ୍ଧ ରାତିକୁ ପ୍ରଦୋଷ ଯୁକ୍ତ ଚତୁର୍ଦ୍ଦଶୀ ଭୋଗ ହେବ, ସେହି ତିଥିରେ ମୋର ପ୍ରସନ୍ନତା ପାଇଁ ମନୁଷ୍ୟ ନିଜର କାମନା ନିମନ୍ତେ ବ୍ରତାଚରଣ କରିବେ।

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

୨୦୧୮ ମସିହାରେ ଫେବୃୟାରୀ ମାସ ତା୧୩-୧୪ ରିଖ ଚତୁର୍ଦ୍ଦଶୀ ତିଥି ୨ଦିନ ରହୁ ଅଛି। ଚତୁର୍ଦ୍ଦଶୀ ତିଥି ୧୩ ଫେବୃୟାରୀ ରାତ୍ରି ୧୦.୩୪ ରୁ ଆରମ୍ଭ ହୋଇ ୧୪ ଫେବୃୟାରୀ ରାତ୍ରି ୧୨.୪୬ ପର୍ଯ୍ୟନ୍ତ ଭୋଗ ହେଉଛି। ଆମ ରାଜ୍ୟରେ ଉଦୟକାଳୀନ ତିଥିକୁ ନେଇ ପର୍ବ ଓ ବ୍ରତାଚରଣ କରାଯାଉ ଥିବାରୁ ୧୪ ତାରିଖ ଦିନ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ ପରେ ବ୍ରତ ଧାରଣ କରାଯିବା ବିଧେୟ।

୨୦୧୮ମସିହା ୧୪ ପ୍ରେବୃୟାରି ବୁଧବାର ଦିନ ଶ୍ରୀ ମହାଶିବରାତ୍ରି, ମାସିକ ଶିବରାତ୍ରି ବ୍ରତ, ପ୍ରଦୋଷ ବ୍ରତର ଆଗମନ ହେଉଅଛି। ଏହା ପଶ୍ଚିମବଙ୍ଗ, ବିହାର, ଓଡିଶା, ଛତିଶଗଡ଼, ଆସାମ, ମଧ୍ୟପ୍ରଦେଶ, ଲକ୍ଷ୍ନୌ, ବାରଣାସୀ, କାନପୁର, ଆହ୍ଲାବାଦ ଆଦି ରାଜ୍ୟରେ ୧୪ ଫେବୃୟାରୀ ରେ ପାଳନ କରାଯିବ। କିନ୍ତୁ ଉତ୍ତର ଭାରତରେ ବିଶେଷତଃ: ଦିଲ୍ଲୀ, ହିମାଚଳ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ଜାମ୍ମୁକାଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଗୋଆ, କେରଳ, ରାଜସ୍ଥାନ, ତାମିଲନାଡୁ, ହରିଦ୍ଵାର, ଉଜ୍ଜୟିନ, ଆଗ୍ରା, ମଥୁରା, ମରାଠ ଆଦି ରାଜ୍ୟରେ ଫେବୃୟାରୀ ୧୩ ତାରିଖରେ ପାଳନ କରାଯିବା ପାଇଁ ମାଧବାଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ମଧ୍ୟ ହିନ୍ଦୁ ଧର୍ମର ଶ୍ମ୍ରୁତି ଶାସ୍ତ୍ର ଗଦାଧର ପଦ୍ଧତିରେ:

‘‘କଳୌ ପାରାଶର ଶୃତି’’ ହିସାବରେ- ପ୍ରଦୋଷ ବ୍ୟାପିନୀ ଗ୍ରାହ୍ୟା।

ଶିବ ରାତ୍ରି ବ୍ରତଂ ଭୂତଂ କାମବିଦ୍ଧଂ ବିବର୍ଜୟେତ୍

ନିଶାଦ୍ଵୟେ ଚତୁର୍ଦ୍ଦସ୍ୟାଂ ପୂର୍ବା ତ୍ୟାଜା ପରାଶୁଭଃ

ପରାଶରଙ୍କ ମତରେ ତ୍ରୟୋଦଶୀ ବିଦ୍ଧା ଚତୁର୍ଦ୍ଦଶୀ ତ୍ୟାଗ କରିବା ବିଧେୟ।

୧୪ ତାରିଖରେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ପ୍ରଦୋଷ ଓ ଅର୍ଦ୍ଧରାତ୍ରରେ ଚତୁର୍ଦଶୀ ତିଥି ଭୋଗ ହେଉଥିବାରୁ ମହାଶିବରାତ୍ରି ବ୍ରତ ପାଳନ କରିବା ଉଚିତ୍।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!