ଗୁଣବାନ ହୋଇଥାନ୍ତି ଅଗଷ୍ଟ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି।
କଣ ଆପଣଙ୍କ ଜନ୍ମ ଅଗଷ୍ଟ ମାସରେ? ଜାଣନ୍ତୁ ନିଜ ବ୍ୟକ୍ତିତ୍ବ ସମ୍ବନ୍ଧରେ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଜନ୍ମ କୌଣସି ବର୍ଷର ଅଗଷ୍ଟ ମାସରେ ହୋଇଥିଲେ ଆପଣ ବହୁତ ଗୁଣବାନ ଓ ସର୍ବଦା ଟଙ୍କା ବିଷୟରେ ଚିନ୍ତା କରୁଥିବା ବ୍ୟକ୍ତି ଅଟନ୍ତି। ଆପଣ ଯେତିକି ସରଳ ନିରୀହ ଦେଖାଯାଆନ୍ତି କିନ୍ତୁ ବାସ୍ତବରେ ସେତିକି ନୁହନ୍ତି।
ଆପଣ ସାମ-ଦାମ-ଦଣ୍ଡ-ଭେଦକୁ ମାନି ଚଳିବା ବ୍ୟକ୍ତି। ଆପଣ ଅଧିକ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ। ଲୋକଙ୍କୁ ବହୁତ ସାହାଯ୍ୟ ମଧ୍ୟ କରନ୍ତି, କିନ୍ତୁ ମନରେ କିଛି ପାଇବାର ଆଶା ମଧ୍ୟ ରଖନ୍ତି। ବହୁତ ସାଙ୍ଗ ସାଥି ବନାଇବାକୁ ପସନ୍ଦ କରନ୍ତି ନାହିଁ। ଜଡିବି ଆପଣଙ୍କର କେହି ସାଙ୍ଗ ଥାନ୍ତି ତେବେ ସେଇଟା ସେମାନଙ୍କ ତରଫରୁ, ଏଥିରେ ଆପଣଙ୍କର କିଛି ଅବଦାନ ନାହିଁ।
ଆହୁରି ପଢନ୍ତୁ: ଶରୀରର କେଉଁ ୧୦ଟି ଅଙ୍ଗରେ ତିଳ ଚିହ୍ନ ରହିଲେ, ଆପଣ ଧନୀ ହେଇପାରିବେ?
ଆପାଣଙ୍କର ପ୍ରତିଭାର କିଛି ଜବାବ ନାହିଁ। କଳା, ସାହିତ୍ୟ ଓ ବିଭିନ୍ନ ରଚନାତ୍ମକ ବିଦ୍ୟାରେ ଆପଣ ବିଶିଷ୍ଟ ପରିଚୟ ବନାନ୍ତି। ଆପଣ ନିଜ ମନର ମାଲିକ, ଆପଣ ବହୁତ ଜିଦଖୋର ପ୍ରକୃତିର। ଯାହା ଚାହାଁନ୍ତି ସେଇଟା ନ ହେବା ଯାକେ ଆପଣଙ୍କୁ ଶାନ୍ତି ମିଳେନି।
ଆପଣ ବହୁତ ସୁନ୍ଦର। କିନ୍ତୁ ଏହା ସହ ଆପଣଙ୍କର ମନର ସୁନ୍ଦରତାର କମି ରହୁଛି। ଟଙ୍କା ଆଗରେ ବାକି ସବୁ ଆପଣଙ୍କ ପାଇଁ ମୂଲ୍ୟହୀନ। କୌଣସି କ୍ଷେତ୍ରରେ ଯଦି ଆପଣଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡେ ତେବେ ଆପଣଙ୍କ ଚେହେରାର ରଙ୍ଗ ବଦଳିଯାଏ। ଆପଣ ବହୁତ ଜଗିରଖି ଖର୍ଚ୍ଚ କରନ୍ତି।
ଆପଣ ଭଲ ବ୍ୟବସାୟୀ, ଇଞ୍ଜିନିୟର, ଶିକ୍ଷକ ବା କଳାକାର ହୋଇଥାନ୍ତି। ଯଦିଓ ଅପାଣ ନିଜକୁ ବହୁତ ସ୍ମାର୍ଟ ଭାବନ୍ତି କିନ୍ତୁ ଭଲପାଇବା ମାମଲାରେ ଆପଣ ଟିକେ ଓଲା। ଆପାଣ ନିଜ ଜୀବନସାଥୀ ଚୟନ କରିବାରେ ଏତେ ଭାବନ୍ତିନୀ, କାହାକୁ ବି ଜୀବନ ବିତେଇ ଦିଆଯାଇପାରେ ଏହା ଆପଙ୍କ ଭାବନା। ସେଥିପାଇଁ ଅଗଷ୍ଟରେ ଜେଏନଏମ ସୁନ୍ଦର ବ୍ୟକ୍ତିଙ୍କ ଜୀବନସାଥୀ ପ୍ରାୟତଃ ବହୁତ ସାଧାରଣ ଦେଖିବାକୁ ହୋଇଥାନ୍ତି।
ଏହି ମାସରେ ଜନ୍ମ ହୋଇଥିବା ମହିଳାମାନେ ଯଦିଓ ବହୁତ ସରଲ ଲାଗନ୍ତି କିନ୍ତୁ ସେମାନେ ଟିକେ ଅଧିକ ଚତୁର ଅଟନ୍ତି। କିନ୍ତୁ ବିବାହ କ୍ଷେତ୍ରରେ ଏମାନେ ଏତେ ଭଲ ଜୀବନସାଥି ପାଆନ୍ତି ନାହିଁ।
ଆହୁରି ପଢନ୍ତୁ: ଜାଣନ୍ତୁ! ବେଲ ଓ ବେଲପତ୍ରରେ ରହିଛି ଏହି ୯ ଟି…
ଶୁଭ ସଂଖ୍ୟା : ୨, ୫, ୯
ଶୁଭ ରଙ୍ଗ : ଗୋଲ୍ଡେନ ଓ ନାଲି।
ଶୁଭ ଦିନ : ରବିବାର, ଶୁକ୍ରବାର ଓ ବୁଧବାର।
ଶୁଭ ରତ୍ନ : ମୁନ୍ ଷ୍ଟୋନ
ଉପାୟ – ଶିବ ମନ୍ଦିରରେ ଦୁଗ୍ଧ ଓ ମିଶ୍ରି ଅର୍ପଣ କରନ୍ତୁ।