ଜାଣନ୍ତୁ! କର୍କଟ ରାଶି ବ୍ୟକ୍ତି ମାନଙ୍କର ଶୁଭ ଅଙ୍କ, ରତ୍ନ ଓ ରଙ୍ଗ। 

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣନ୍ତୁ! କର୍କଟ ରାଶି ବ୍ୟକ୍ତି ମାନଙ୍କର ଶୁଭ ଅଙ୍କ, ରତ୍ନ ଓ ରଙ୍ଗ।

କର୍କଟ ରାଶି ଜାତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ:

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଧ୍ୟୟନପ୍ରିୟ, ଜଳପ୍ରିୟ, ଭାବୁକ, ଅସୁସ୍ଥ ଶରୀର, କଳ୍ପନାଶୀଳ, ସଚ୍ଚୋଟ, ଅକ୍ଷମାଶୀଳ, କୁଶଳ ପ୍ରବନ୍ଧକ, ନୂତନ ଯୋଜନାରେ ସଫଳତା, ଚତୁର, ବୁଦ୍ଧିମାନ, କୁଶଳ ବ୍ୟବସାୟୀ, ନିଷ୍ଠୁର, ମାତୃୁଭକ୍ତ, କୃତଜ୍ଞ, ଦୟାଳୁ, ସାହସୀ, କ୍ରୋଧଯୁକ୍ତ, ପରୋପକାରୀ, ଯିଦ୍‌ଖୋର, ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, କ୍ଷଣକୋପି ହେଲେମଧ୍ୟ ଦୟାବାନ ।

ଅକ୍ଷରରୁ ଜାଣନ୍ତୁ ନିଜର ନକ୍ଷତ୍ର-

ହି– ପୁନର୍ବସୁ ନକ୍ଷତ୍ର। ହୁ, ହେ, ହୋ, ଡ– ପୁଷ୍ୟା ନକ୍ଷତ୍ର। ଡି, ଡୁ, ଡେ, ଡୋ– ଅଶ୍ଲେଷା ନକ୍ଷତ୍ର। ଯାହାର ଡାକନାମ ଏହି ଅକ୍ଷରମାନଙ୍କ ମଧ୍ୟରୁ ମୂଳଅକ୍ଷର ହୋଇଥିବ, ସେହିମାନେ କର୍କଟ ରାଶିର ଗୋଚରଫଳ ସଂପୂର୍ଣ୍ଣ ଅନୁଭବ କରିପାରିବେ। ସହଯୋଗୀ ରାଶି- ମେଶ, ବୃଷ, କର୍କଟ, ତୂଳା, ବିଛା, ମକର, ଓ ମୀନ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କର ସାମଞ୍ଜସ୍ୟ ଠିକ୍ ରହିବ। ତୂଳା, ବିଛା ଓ ମକରରାଶି ବ୍ୟକ୍ତିଙ୍କଠାରୁ ସହଯୋଗ ଓ ପ୍ରେମର ପରିପୂର୍ଣ୍ଣତାର କାରଣ ଯୋଗୁଁ ଶ୍ରେଷ୍ଠ ସଂବନ୍ଧ ରହିବ। ମେଶ, ବୃଷ, କର୍କଟ, ତୂଳା, ବିଛା, ମକର ରାଶି ବ୍ୟକ୍ତିଙ୍କ ସହ ଆପଣଙ୍କର ସହଯୋଗ ଓ ମାନସିକ ସ୍ଥିରତା ରହିବ। ଏହି ରାଶି  ଆପଣଙ୍କ ପାଇଁ ବିପରୀତ ପରିସ୍ଥିତି ଓ ସମସ୍ୟାର  ସ୍ଥିତି ସୁଧାର ପାଇଁ ସହାୟକ ହେବ।

ଆହୁରି ପଢନ୍ତୁ: ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ, ବଦଳି ପାରେ ଆପଣଙ୍କ ଭାଗ୍ୟ।

କର୍କଟ ରାଶିର ଶୁଭ ଅଙ୍କ-

୧, ୨, ୩, ୪, ୭ ଓ ୯। ଏହି ଶୁଭଦିନରେ ଯଦି ଆପଣ କୌଣସି କାର୍ଯ୍ୟ କରିବେ କିମ୍ବା ଏହି ଅଙ୍କଥିବା ବ୍ୟକ୍ତିଙ୍କ ସହିତ ବ୍ୟବସାୟ ବା ମିତ୍ରତା କଲେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସମ୍ଭାବନା ରହିଛି। ତେଣୁ ଏହି ଅଙ୍କକୁ ଉପଯୋଗ କରିବା ବିଧେୟ। ଆପଣଙ୍କର ଭାଗ୍ୟଶାଳୀ ତାରିଖ ୧, ୨, ୯, ୧୦, ୧୧, ୧୮, ୧୯, ୨୦ ଓ ୨୭। ଏହି ତାରିଖ ଆପଣଙ୍କ ପାଇଁ ସଫଳତା ଓ ଶୁଭଦାୟକ ହେବ।

ଆପଣଙ୍କର ଶୁଭରଙ୍ଗ-

କ୍ରିମ୍, ଧଳା, ଲାଲ୍, ହଳଦିଆ ଓ କମଳା ରଙ୍ଗ। ଏହି ରଙ୍ଗକୁ ଉପଯୋଗ କଲେ ଆପଣଙ୍କୁ ଜୀବନରେ ସଫଳତା ମିଳିବ। ଏହି ରଙ୍ଗ ମାଧ୍ୟମରେ ଆପଣ ଲାଭପ୍ରାପ୍ତ ହେବେ।

ଆପଣଙ୍କର ଶୁଭ ରତ୍ନ-

ମୋତି, ପ୍ରବାଳ ଓ ପୋଖରାଜ ଅଟେ। ଏହାକୁ ଧାରଣ କରିଲେ ଗ୍ରହର ଅନୁକୂଳ ପ୍ରଭାବ ପଡିଥାଏ ଏବଂ ପ୍ରତି କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବେ।

ଆପଣଙ୍କର ଭାଗ୍ୟଶାଳୀ ଉପରତ୍ନ-  

ମୁନ୍ ଷ୍ଟୋନ, ଓପେଲରତ୍ନ ଧାରଣ କରିପାରିବେ।

ଶୁଭ ଆରାଧ୍ୟ ଦେବା ଦେବୀ ଓ ପ୍ରଭାବଶାଳି ପ୍ରତିକାର-

ପାର୍ବତୀ ଓ ଧନଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କଲେ ବିଶେଷ ରୂପରେ ଲାଭପ୍ରଦ ହେବେ। ଭଗବାନ ଶିବ ଓ ପାର୍ବତୀ ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ କରିବେ ଓ ଧନଧାନ୍ୟରେ ପରିପୂର୍ଣ୍ଣ ହେବେ। ଆପଣଙ୍କ ପାଇଁ ଚନ୍ଦ୍ରଯନ୍ତ୍ର ଓ ଲକ୍ଷ୍ମୀଙ୍କର ଶ୍ରୀଯନ୍ତ୍ରକୁ ସ୍ଥାପନ କରି ପୂଜା ଉପାସନା କରିବା ଅତି ଶ୍ରେୟସ୍କର ଅଟେ। ଯଦି ଆପଣ ଜୀବନରେ ଶୁଭତା ଆଣିବାକୁ ଚାହୁଁଥାନ୍ତି, ତେବେ ପ୍ରତିଦିନ ଏହି ଯନ୍ତ୍ରକୁ ଧୂପ ଦୀପ ଜଳାଇ ପୂଜା ଅର୍ଚ୍ଚନା କରିବେ।

ଆହୁରି ପଢନ୍ତୁ: ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ

ଜୀବନମନ୍ତ୍ର-

୧ -ମାତାଙ୍କର ଉପଦେଶ ସର୍ବଦା ମାନିବେ।

୨ – ଆପଣଙ୍କ ଜୀବନର ରହସ୍ୟ କାହାରୀକୁ କହିବେ ନାହିଁ ।

୩ – ତୀର୍ଥସ୍ଥାନକୁ ଯାତ୍ରା କରୁଥିବା ଲୋକଙ୍କୁ ଆପଣ ବାଧା ଦେବେ ନାହିଁ ।

୪ – ଦୂର୍ଗାଙ୍କ ସ୍ତୋତ୍ର ପାଠ କରିବେ ଏବଂ କନ୍ୟାଙ୍କୁ ଦାନଦେବା ଜିନିଷ ଅନ୍ୟର କନ୍ୟାବିବାହ ସମୟରେ ଜୋଇଁଙ୍କୁ ଦାନ କରିବେ।

୫ – ସୂର୍ଯ୍ୟ ସମ୍ବନ୍ଧିତ ଜିନିଷକୁ ଧର୍ମସ୍ଥାନରେ ରଖିବେ। ଯଥା-ତମ୍ବା, ଗୁଡ, ଗହମ, ଲାଲ୍ ଚନ୍ଦନ,  ଲାଲ୍ ଫୁଲ ଓ ସୂର୍ଯ୍ୟମୁଖୀ ଫୁଲଆଦି।

୬ – ଆପଣ ମାତାଙ୍କଠାରୁ ଚାଉଳ ନେଇ ଦାନ ଦେବେ ଓ ରୂପାର ତାବିଜ୍ ନିଜ ପାଖରେ ରଖିବେ।

୭ – ଯେକୌଣସି ଗାଈର ସେବା କରି ଖାଦ୍ୟ ଦେବେ।

ସମସ୍ୟା ସମାଧାନ-

ଯଦି ପୈତୃକ ସମ୍ପତ୍ତି ଏବଂ କୁଟୁମ୍ବଙ୍କୁ ନେଇ ସମସ୍ୟା ଲାଗିରହିଥାଏ ତେବେ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ ତମ୍ବା ପାତ୍ରରେ ସ୍ଵଛ ଜଳକୁ ପୂର୍ଣ୍ଣକରି ତା ଭିତରେ କିଛି ଗୁଡ ଏବଂ ଲାଲ୍ ଫୁଲ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରିଲେ ସମସ୍ତ ସମସ୍ୟା ସମାଧାନ ହୋଇଯିବ। ଏହି ରାଶିର ବ୍ୟକ୍ତି ଯଦି ରୋଗରେ ପୀଡିତ ରହିଥାନ୍ତି ଓ ଶତୃ ପ୍ରବଳ ଭାବରେ ରହିଥାନ୍ତି କିମ୍ବା ବାରମ୍ବାର କୌଣସି ନା କୌଣସି ସମସ୍ୟା ଉତ୍ପନ୍ନ ହେଉଥାଏ, ତେବେ ଗୁରୁବାର ଦିନ ହରିଡା ଓ କେଶର ମିଶ୍ରିତ ତିଳକ ଲଗାଇଲେ ସମସ୍ତ ପୀଡା ନିବାରଣ ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!