ଦୈନିକ ପାଞ୍ଜି: ଅଗଷ୍ଟ ୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ , ୨୦୧୮

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୮।୨୦ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୫।୪୩ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଉଡ୍ରାବ୍ଦ ୧୪୨୫ସାଲ   କର୍କଟ ୨୪ ଦିନ ରାଷ୍ଟ୍ରିୟ ଶ୍ରାବଣ ୧୮ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ, ତ୍ରୟୋଦଶୀତିଥୀ ରାତ୍ର ଘଣ୍ଟା ୧୦।୪୬।୧ସେକେଣ୍ଡ,

ଆର୍ଦ୍ରାନକ୍ଷତ୍ର ସକାଳ ଘଣ୍ଟା ୮।୨୫।୨୧ସେକେଣ୍ଡ, ମିଥୁନଚନ୍ଦ୍ର ରାତ୍ର ଘଣ୍ଟା ୧୨।୨୬ମିନିଟ୍,

ବଜ୍ରଯୋଗ ରାତ୍ର ଘଣ୍ଟା ୭।୫୨।୫୯ସେକେଣ୍ଡ

ଗରକରଣ ଦିବା ଘଣ୍ଟା ୧୨।୩୦।୫୪ସେକେଣ୍ଡ, ବାଣିଜ୍ୟକରଣ ରାତ୍ର ଘଣ୍ଟା ୧୦।୪୬।୧ସେକେଣ୍ଡ

ରବ୍ୟଂଶଽ ୨୨।୧୬।୨୨, ସୂକ୍ଷ୍ମଚନ୍ଦ୍ର ରା୨।୧୮।୮।୧୪

ଦିନମାନ ଘଣ୍ଟା ୧୨।୪୭।୧୦ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୧୨।୫୦ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଦକ୍ଷିଣେ ରାତ୍ର ଘଣ୍ଟା ୧୦।୪୬।୧ସେକେଣ୍ଡ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧୦।୪୬।୧ସେକେଣ୍ଡ ମଧ୍ୟେ ବାଇଗଣ ଓ ପରେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ।

ଶୁଭସମୟ

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୮ମିନିଟ୍, ଦିବା ଘଣ୍ଟା ୧୦-୩୩ମିନିଟ୍ ରୁ ଘଣ୍ଟା ୧-୬ମିନିଟ୍, ଅମୃତ ରାତ୍ର ଘଣ୍ଟା ୨-୨୬ମିନିଟ୍ ରୁ ଘଣ୍ଟା ୩-୧୧ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମିନା ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧୨।୨୬ମିନିଟ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୮।୨୫।୨୧ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

କନ୍ୟା ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ସକାଳ ଘଣ୍ଟା ୮।୨୫।୨୧ସେକେଣ୍ଡ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୮।୨୫ମିନିଟ୍ ପରେ ଏକପାଦ ନକ୍ଷତ୍ରଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧।୨୬ମିନିଟ୍ ରୁ ଘଣ୍ଟା ୩।୨ମିନିଟ୍, କାଳବେଳା ଓ ବାରବେଳା- ଦିବା ଘଣ୍ଟା ୩।୩ମିନିଟ୍ ରୁ ଘଣ୍ଟା ୬।୧୪ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧୧।୫୧ମିନିଟ୍ ରୁ ଘଣ୍ଟା ୧।୧୫ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୩।୨୨।୧୬।୨୨, ଚନ୍ଦ୍ର ରାଶି-୨।୧୮।୮।୧୪, ମଙ୍ଗଳ ରାଶି-୯।୬।୪୬।୪୨, ବୁଧ ରାଶି-୩।୨୨।୨୫।୪୦, ବୃହସ୍ପତି ରାଶି-୬।୨୦।୩୦।୫୫, ଶୁକ୍ର ରାଶି-୫।୭।୫୬।୫୭, ଶନି ରାଶି-୮।୯।୩।୧୦, ରାହୁ ରାଶି-୩।୧୧।୪୯।୪୬, କେତୁ ରାଶି-୯।୧୧।୪୯।୪୬।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୪୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୬।୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୮।୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୭ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୯ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୪୩ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୪୯ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୩୮ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୧୪ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୪୭ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୦ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୩୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୪୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ଗଠନ, ନୌକା ନିର୍ମାଣ, ଯାନକ୍ରୟ ଓ ଯାନାଦି ଆରୋହଣ, ପୁଂସବନ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ, ଔଷଧ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ମକଦ୍ଦମାଦାୟର, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା ୮।୨୫।୨୧ସେକେଣ୍ଡ ମଧ୍ୟେ ଆର୍ଦ୍ରାନକ୍ଷତ୍ର  ମିଥୁନରାଶି ରାହୁମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୮।୨୫।୨୧ସେକେଣ୍ଡ ପରେ  ରାତ୍ର ଘଣ୍ଟା ୧୨।୨୬ମିନିଟ୍ ମଧ୍ୟେ ପୁନର୍ବସୁନକ୍ଷତ୍ର  ମିଥୁନରାଶି ଗୁରୁମହାଦଶାରେ ଜନ୍ମହୋଇଛି ଓ ରାତ୍ର ଘଣ୍ଟା ୧୨।୨୬ମିନିଟ୍ ପରେ ପୁନର୍ବସୁନକ୍ଷତ୍ର  କର୍କଟ ରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!