ଯେବେବି କେହି ଆପଣଙ୍କ ପାଦ ଛୁଅନ୍ତି ତ ଡେରି ନକରି କରନ୍ତୁ ଏହି କାମ – ନହେଲେ ଦୋଷ ଲାଗିବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେବେ କେହି ଆପଣଙ୍କ ପାଦ ଛୁଏଁ, କଣ କରିବା ଦରକାର

ଭାରତ ଏକ ସାଂସ୍କୃତିକ ଓ ପାରମ୍ପରିକ ଦେଶ ଅଟେ। କେତେ ବର୍ଷରୁ ଏହି ସାଂସ୍କୃତିକ ଓ ପାରମ୍ପରିକକୁ ପାଳନ କରାଯାଉଛି। ଅନ୍ୟ ଦେଶମାନଙ୍କରେ ଏହି ସାଂସ୍କୃତିକ ଓ ପାରମ୍ପରିକକୁ ଅଲଗା ପ୍ରକାରରେ ପାଳନ କରୁଛନ୍ତି। ଏହି ପରମ୍ପରାକୁ ଆକର୍ଷିତ ହୋଇ ଅନ୍ୟ ଦେଶର ଲୋକମାନେ ଭାରତକୁ ବୁଲିବାକୁ ଆସନ୍ତି। ସେହି ଲୋକମାନଙ୍କୁ ଏହି ପରମ୍ପରା ଏତେ ଭଲ ଲାଗେ ଯେ ସେମାନେ ଏହି ଭାରତରେ ରହି ଜୀବନ ଯାକ ଏହି ପରମ୍ପରା ଅନୁସାରେ ଚଳିବାକୁ ଭଲ ପାଆନ୍ତି। ଭାରତରେ ବଡ ଗୁରୁ ଗୁରୁଜନ ମାନଙ୍କୁ ମାନ ସମ୍ମାନ ଦୃଷ୍ଟିରେ ଦେଖାଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗୁରୁ ଗୁରୁଜନ ମାନଙ୍କୁ ପାଦ ଛୁଇଁ ସମ୍ମାନ ଦିଆଯାଏ। ପୁରୁଣା କାଳରୁ ଏହି ପରମ୍ପରାକୁ ମାନ ସମ୍ମାନ ଦୃଷ୍ଟିରେ ଦେଖାଯାଏ।

ଗୁରୁଜନ ଲୋକଙ୍କର ଆଶୀର୍ବାଦ

ଯେତେବେଳେ ଆମେ ଅତି ପ୍ରିୟଜନଙ୍କୁ ବା ବିଦ୍ଵାନ ବ୍ୟକ୍ତିଙ୍କୁ ଦେଖୁ, ତେବେ ବୀନା ଦ୍ଵିଧାରେ ପାଦ ଛୁଇଁ ଆଶୀର୍ବାଦ ନେଇଥାଉ। କୁହାଯାଏ କି ବଡ ଗୁରୁ ଗୁରୁଜନ ଲୋକଙ୍କର ଆଶୀର୍ବାଦ ଭଗବାନଙ୍କର ଆଶୀର୍ବାଦ ସହିତ ସମାନ ଅଟେ।

ଏହି ପରମ୍ପରା କେବଳ ଭାରତରେ ନୁହେଁ ଏହା ନେପାଳରେ ମଧ୍ୟ ପାଳନ କରାଯାଏ। ବଡ ଗୁରୁ ଗୁରୁଜନ ଲୋକଙ୍କର ପାଦ ଛୁଇଁ ଆଶୀର୍ବାଦ ନେବା ସମସ୍ତେ ଜାଣିଛନ୍ତି। କିନ୍ତୁ ଯଦି କିଏ ଆମର ପାଦ ଛୁଏଁ, ତେବେ କଣ କରିବା ଉଚିତ୍। ଆସନ୍ତୁ ଏହା ବିଷୟରେ ଜାଣିବା।

ଆହୁରି ପଢନ୍ତୁ: ଚାଣକ୍ୟଙ୍କ ଅନୁସାରେ ଏହି ତିନୋଟି ଲୋକଙ୍କୁ କେବେ ସାହାଯ୍ୟ କରିବବା କଥା ନୁହେଁ , ଯଦି କରନ୍ତି ତେବେ ନିଜେ ଦୁଖ ଭୋଗିବେ।

ମହତ୍ତ୍ଵ

ଏବେ ମଧ୍ୟ ପାଦ ଛୁଇଁ ଏହି ପରମ୍ପରାକୁ ପାଳନ କରୁଛନ୍ତି। ଏହାର ଧାର୍ମିକ ମହତ୍ତ୍ଵ ରହିବା ସହିତ ବୈଜ୍ଞାନିକ ମହତ୍ତ୍ଵ ମଧ୍ୟ ଅଛି। କୁହାଯାଏ କି ଯଦି କିଏ ଆମର ପାଦ ଛୁଏଁ ତେବେ ତାହାକୁ ତୁରନ୍ତ ଆଶୀର୍ବାଦ ଦେବା ସହିତ ନିଜର ଇଷ୍ଟଦେବ ବା ଭଗବାନଙ୍କୁ ମଧ୍ୟ ମନ ମଧ୍ୟରେ ସ୍ମରଣ କରିବା ଉଚିତ୍।

ସାଧାରଣତଃ ଲୋକମାନେ ଏହି କଥାଟିକୁ ଧ୍ୟାନ ଦିଅନ୍ତି ଯେ, ତାଙ୍କର ପାଦ କେଉଁଠାରେ ନବାଜୁ। ଶାସ୍ତ୍ରରେ ଏହାକୁ ଅଶୁଭ କର୍ମ ବୋଲି ସଜ୍ଞା ଦିଆଯାଇଛି। ଯଦି କିଏ ଆମର ପାଦ ଛୁଏଁ ତେବେ ଏଥିରେ ଦୋଷ ଲାଗିଥାଏ। ଏହି ଦୋଷରୁ ରକ୍ଷା ପାଇବା ପାଇଁ ନିଜ ମନ ମଧ୍ୟରେ ବ୍ୟକ୍ତିକୁ ଓ ଭଗବାନଙ୍କୁ କ୍ଷମା ମାଗିବା ଉଚିତ୍। ହିନ୍ଦୁ ଧର୍ମ ଶାସ୍ତ୍ରରେ ଲେଖାଯାଇଛି ଯେ

ଅଭିବାଦନଶୀଳସ୍ୟ ନିତ୍ୟଂ ବୃଦ୍ଧୋପସେବିନଃ।

ଚତ୍ଵାରି ତସ୍ୟ ବର୍ଦ୍ଧନ୍ତେ ଆୟୁର୍ବିଦ୍ୟା ଯଶୋ ବଳମ୍ ॥ 

ଅର୍ଥାତ – ଯେଉଁ ବ୍ୟକ୍ତି ବଡ ଗୁରୁ ଗୁରୁଜନ ଲୋକଙ୍କର ସମ୍ମାନରେ ତାଙ୍କର ପାଦ ସ୍ପର୍ଶ କରିଥାଏ, ତାହାର ବୟସ, ବିଦ୍ୟା, ଯଶ ଓ ଶକ୍ତିରେ ବୃଦ୍ଧି ହୋଇଥାଏ।

ସକାରାତ୍ମକ ଫଳ ମିଳିଥାଏ

ଯଦି କିଏ ଆପଣଙ୍କର ପାଦ ଛୁଏଁ ତେବେ ତୁରନ୍ତ ଭଗବାନଙ୍କୁ ମଧ୍ୟ ମନ ମଧ୍ୟରେ ସ୍ମରଣ କରିବା ଉଚିତ୍। ଏଥିରେ ପାଦ ଛୁଇଁଥିବା ବ୍ୟକ୍ତିକୁ ସକାରାତ୍ମକ ଫଳ ମିଳିଥାଏ। ଆଶୀର୍ବାଦ ଦେଲେ ପାଦ ଛୁଇଁଥିବା ବ୍ୟକ୍ତିକୁ ଜୀବନର ସମସ୍ତ ସମସ୍ୟା ସମାପ୍ତ ହୋଇଯାଏ ଓ ତାହାର ବୟସ ବୃଦ୍ଧି ପାଏ ଓ ନକରାତ୍ମକ ଶକ୍ତିରୁ ରକ୍ଷା ମିଳେ। ଜୀବନରେ ଯେତେ ଭଲ କର୍ମ କରିଥାଉ, ତାହାର ଶୁଭଫଳ ପାଦ ଛୁଇଁଥିବା ବ୍ୟକ୍ତିକୁ ମିଳିଥାଏ।

ଆହୁରି ପଢନ୍ତୁ: କେବଳ ମନ୍ଦିରକୁ କୁ ନୁହେଁ , ଏସବୁ ଜାଗାକୁ ମଧ୍ୟ ଖାଲି ପାଦରେ ଯିବା ଆବଶ୍ୟକ – ଅଜଣାରେ ପାପର ଭାଗୀଦାରୀ ହୁଅନ୍ତୁ ନାହିଁ

ଯଦି କୌଣସି ବ୍ୟକ୍ତି ଭଗବାନଙ୍କୁ ସ୍ମରଣ କରିବା ସମୟରେ ଭଲ ମନରେ ଆଶୀର୍ବାଦ ଦେଇଥାଏ, ତେବେ ପାଦ ଛୁଇଁଥିବା ବ୍ୟକ୍ତିର ସକାରାତ୍ମକ ଫଳ ଅବଶ୍ୟ ମିଳିଥାଏ। ଯଦି କୌଣସି ବ୍ୟକ୍ତି ବିଷୟରେ ଭଲ କଥା ଭାବି ଥାଉ, ତେବେ ମଧ୍ୟ ଶୁଭ ଫଳ ପ୍ରାପ୍ତି ହୁଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!