ଯଦି ଆପଣଙ୍କ ହାତର ପାପୁଲିରେ ‘Y’ ଚିହ୍ନ ଅଛି
ସମସ୍ତ ବ୍ଯକ୍ତିଙ୍କର ହାତରେ କେତେ ପ୍ରକାର ଚିହ୍ନ ହୋଇଥାଏ। ଏହି ଚିହ୍ନର ଅଲଗା ଅଲଗା ମହତ୍ଵ ଅଛି। ହାତର ପାପୁଲିରେ ଏକ ଜୀବନ ରେଖାର ଚିହ୍ନ ମଧ୍ୟ ଅଛି, ଯାହାର ସମ୍ବନ୍ଧ ପରମାୟୁ ସହିତ ସଂଯୁକ୍ତ। କିଛି ଲୋକଙ୍କ ହାତର ପାପୁଲିର ଶେଷ ଭାଗରେ ଜୀବନ ରେଖା ଏବଂ ମଣିବନ୍ଧର ମଧ୍ୟରେ ‘Y’ ଚିହ୍ନ ଦେଖାଯାଏ। ଆସନ୍ତୁ ଏହି ‘Y’ ଚିହ୍ନର ରହସ୍ୟ ବିଷୟରେ ଜାଣିବା। ଏହି ‘Y’ ଚିହ୍ନରେ ଶୁଭ ଅଶୁଭ ଫଳର ପ୍ରଭାବ ପଡିଥାଏ।
ହାତର ପାପୁଲିରେ ଦୁଇ ପ୍ରକାର ‘Y’ ଚିହ୍ନ ପରି ଦେଖାଯାଏ
ଯଦି ଜୀବନ ରେଖାରୁ ଆଉ ଏକ ରେଖା ବାହାରି ଚନ୍ଦ୍ର ପର୍ବତ ପର୍ଯ୍ୟନ୍ତ ଯାଏ ତେବେ ଏହା ଓଲଟା ‘Y’ ଚିହ୍ନ ପରି ହୁଏ। କାରଣ ଦେଖିବାକୁ ଏହା ସାମାନ୍ୟ ରେଖାପରି ଦେଖାଯାଏ କିନ୍ତୁ ବ୍ୟକ୍ତିର ଜୀବନରେ ଏହାର ପ୍ରଭାବ ଅଧିକ ପଡେ। ଜ୍ୟୋତିଷ ଶାସ୍ତ୍ରର ଜ୍ଞାନୀ ପଣ୍ଡିତମାନେ ଏହି ଚିହ୍ନ ବିଷୟରେ ପଢିବାକୁ ଗଲେ ଜଣାଯାଏ ଯେ ଏହି ଚିହ୍ନ ଦୁଇ ପ୍ରକାର ହୋଇଥାଏ। ଦୁଇଟିର ଅଲଗା ପ୍ରଭାବ ପଡିଥାଏ।
ଏହିପରି ଲୋକ ହୋଇଥାନ୍ତି ଆର୍ଥିକ କ୍ଷେତ୍ରରେ ଉନ୍ନତି :
କୁହାଯାଏ କି ଯଦି ଜୀବନରେଖାରୁ ଆଉ ଏକ ଶାଖା ବାହାରି ଚନ୍ଦ୍ର ପର୍ବତରେ ଅଟକି ଯାଏ ତେବେ ‘Y’ ଚିହ୍ନ ଶୁଭ ହୁଏ। ଏହି ବ୍ୟକ୍ତିର ଜୀବନରେ ଖୁସି ମିଳେ ଓ ବହୁତ ଦେଶ-ବିଦେଶ ଯାତ୍ରା ମଧ୍ୟ କରିଥାଏ। ଏହି ଲୋକ ନିଜେ ବ୍ୟାପାର କରନ୍ତି ଓ ଏହି ବ୍ୟାପାର ଶାଖା ବିଦେଶରେ ମଧ୍ୟ ଚାଲୁ ରହେ। ଏହି ଲୋକ ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି କରିଥାନ୍ତି।
ସମୟ ସହିତ ବ୍ୟକ୍ତି ଶାରୀରିକ ରୂପରେ ଦୁର୍ବଳ ହୋଇଯାଏ :
ଯଦି ହାତର ପାପୁଲିରେ ଏକ ଜୀବନ ରେଖାର ଚିହ୍ନରୁ ଆଉ ଏକ ରେଖା ବାହାରି ‘Y’ ଚିହ୍ନ ପରି ଦେଖାଯାଏ, ତେବେ ଏହା ଅଶୁଭ ହୋଇଥାଏ। ଏହା ବ୍ୟକ୍ତିର ଅଶୁଭତାର ସଂକେତ ଦିଏ। କୁହାଯାଇଛି କି ଏହି ଚିହ୍ନ ବ୍ୟକ୍ତିର ଜୀବନ ହ୍ରାସ କରିଥାଏ। ଏହି ରେଖା ଜୀବନ ରେଖାକୁ କଟିଥାଏ, ତେବେ ସେହି ସମୟ ଠାରୁ ବ୍ୟକ୍ତିର ଜୀବନ ଶକ୍ତି ଦୁର୍ବଳ ହେବାକୁ ଲାଗେ। ଏହା ସମୟ ସହିତ ଧୀରେ ଧୀରେ ବୃଦ୍ଧି ପାଏ।
ଏହିପରି ଲୋକଙ୍କୁ ବିଭିନ୍ନ ରୋଗ ହୋଇପାରେ :
ଜୀବନଶକ୍ତି ହ୍ରାସର ତାତ୍ପର୍ଯ୍ୟ ବ୍ୟକ୍ତି ଦୁର୍ବଳ ହୋଇ ପଡନ୍ତି ଓ ବିଭିନ୍ନ ପ୍ରକାର ରୋଗ ଦେଖାଦିଏ। ଶାରୀରରେ ଶକ୍ତି ଧୀରେ ଧୀରେ କମିଯାଏ। ସେହି ବ୍ୟକ୍ତିକୁ ଜୀବନ ଏକ ବୋଝ ପରି ମନେ ହୁଏ। ଜୀବନରେ ଏତେ କଷ୍ଟ ଆସେ ଯେ ମାନସିକ ରୋଗ ମଧ୍ୟ ଦେଖାଦିଏ। ଏହିପରି ଲୋକଙ୍କୁ ପକ୍ଷାଘାତ ରୋଗ ହେବାର ସମ୍ଭାବନା ଥାଏ।