ଏହି ଦିଗରେ ଭୁଲରେ ବି ଘଣ୍ଟା ଲଗାନ୍ତୁ ନାହିଁ
ଘଣ୍ଟା ଆମକୁ ଠିକ୍ ସମୟ ଦେଖାଇଥାଏ। ଯଦି ଏହି ଘଣ୍ଟାକୁ ଭୁଲ ଜାଗାରେ ଲଗାଇ ଦିଆ ଯାଏ ତେବେ ଆପଣଙ୍କ ସମୟ ଖରାପରେ ବି ଚାଲିପାରେ। ସମସ୍ତଙ୍କ ଘରେ ଘଣ୍ଟା ଅଛି, କିନ୍ତୁ ଲୋକମାନେ ଘଣ୍ଟାକୁ ଘରର କାନ୍ଥରେ ଟାଙ୍ଗି ଦିଅନ୍ତି। କିନ୍ତୁ ଘଣ୍ଟାକୁ ମଧ୍ୟ ବାସ୍ତୁ ହିସାବରେ ଲଗାଇବା ଉଚିତ୍। ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟା ଲଗେଇବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସାକାରାତ୍ମକ ଶକ୍ତି ପ୍ରବାହ ହୋଇ ଥାଏ। ଆସନ୍ତୁ ଜାଣିବା ଘଣ୍ଟା ଲଗାଇବା ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ରଖିବା ଉଚିତ୍।
ଘଣ୍ଟାକୁ ଦକ୍ଷିଣ ଦିଗରେ ଲଗାଇବ ନାହିଁ
ଦକ୍ଷିଣ ଦିଗରେ କେବେ ମଧ୍ୟ ଘଣ୍ଟା ଲଗାଇବ ନାହିଁ। ବାସ୍ତୁ ଅନୁସାରେ ଦକ୍ଷିଣ ଦିଗରେ ଘଣ୍ଟା ଅଶୁଭ ହୋଇଥାଏ କାରଣ ଦକ୍ଷିଣ ଦିଗରେ କେବଳ ମୃତାହ ଲୋକଙ୍କର ଫଟୋ ବା ଛବି ଲଗାଯାଏ। ବାସ୍ତୁ ଅନୁସାରେ ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଘଣ୍ଟା ଲଗାଇବ। କୁହାଯାଏ କି ଏହି ୩ ଦିଗ ସାକାରତ୍ମକ ଊର୍ଜାର ଦିଗ ହୋଇଥାଏ।
ଆହୁରି ପଢନ୍ତୁ: ଯଦି ଆପଣଙ୍କ ହାତର ପାପୁଲିରେ ‘Y’ ଚିହ୍ନ ହେଉଛି, ତେବେ ଜାଣନ୍ତୁ ଏହାର ରହସ୍ୟ
କବାଟ ଉପରେ ଘଣ୍ଟା ଲଗାଇବ ନାହିଁ
ବାସ୍ତୁ ଅନୁସାରେ ଘଣ୍ଟାକୁ କବାଟ ଉପରେ ଲଗାଇବ ନାହିଁ। ଏହା ଅଶୁଭ ମନାଯାଏ। ଘରର କବାଟ ଉପରେ ଘଣ୍ଟା ଲଗାଇଲେ ପରିବାରର ସବୁବେଳେ ଅଶାନ୍ତି ଦେଖାଦେଇ ଥାଏ। ଘରର କବାଟ ଦେଇ ଯିବା ସମୟରେ ନକରାତ୍ମକ ଏନର୍ଜି ପ୍ରବାହିତ ହୋଇଥାଏ, ଯାହାକି ଘରେ ଚିନ୍ତାର ପରିବେଶ ସୃଷ୍ଟି ହୁଏ।
ବନ୍ଦ ହୋଇ ଯାଇଥିବା ଘଣ୍ଟା ଘରେ ରଖନ୍ତୁ ନାହିଁ
ଯେଉଁ ଘଣ୍ଟା ବନ୍ଦ ହୋଇଥାଏ ତାକୁ ଘରେ କେବେ ମଧ୍ୟ ରଖିବ ନାହିଁ। କାନ୍ଥ ଘଣ୍ଟା, ହାତ ଘଣ୍ଟା ବା ଟେବୁଲ ଘଣ୍ଟା ହେଉ ଏହାକୁ ଘରେ ରଖିଲେ ଅଶୁଭ ହୁଏ। ବାସ୍ତୁ ଅନୁସାରେ ବନ୍ଦ ହୋଇଥିବା ଘଣ୍ଟା ଆପଣଙ୍କ ଜୀବନର ସମୟକୁ ମଧ୍ୟ ବନ୍ଦ କରିଦିଏ ଏବଂ ସବୁ କାମକୁ ମଧ୍ୟ ଅଟକାଇ ଦିଏ। ଯଦି ଆପଣଙ୍କ ଘରେ ସେମିତି କିଛି ଘଣ୍ଟା ଅଛି ତେବେ ତାକୁ ତୁରନ୍ତୁ ସଜାଡି ଦିଅନ୍ତୁ ନତୁବା ତାକୁ ଖୋଲିକି ଫିଙ୍ଗି ଦିଅନ୍ତୁ।
ଆହୁରି ପଢନ୍ତୁ: ଯଦି ଆପଣଙ୍କ ନାମରେ ଏକରୁ ଅଧିକ ଥର ଏହି ସବୁ ଅକ୍ଷର Repeat ହୋଇଛି ତେବେ ନିଶ୍ଚୟ ପଢନ୍ତୁ ଏହି ପୋଷ୍ଟ।
ଘଣ୍ଟାର ସମୟକୁ ଆଗକୁ ବା ପଛକୁ ରଖିବା କଥା ନୁହେଁ
ଯେ କୌଣସି ଘଣ୍ଟାକୁ ତାହାର ବାସ୍ତବିକ ସମୟରେ ରଖିବା ଜରୁରୀ ଅଟେ। ଘଣ୍ଟାର ସମୟକୁ ଆଗକୁ ବା ପଛକୁ କରିବ ନାହିଁ। ବାସ୍ତୁ ଅନୁସାରେ ଘଣ୍ଟା ବାସ୍ତବିକ ସମୟଠାରୁ ପଛୁଆ ଚାଲେ, ତେବେ ବ୍ୟକ୍ତିକୁ ନିଜର ଜୀବନରେ କଠିନ ପରିଶ୍ରମ କରିବାକୁ ପଡିଥାଏ। ସେଥିପାଇଁ ଘଣ୍ଟାକୁ ଠିକ୍ ସମୟରେ ରଖିବା ଜରୁରୀ ଅଟେ।