ଅକ୍ଟୋବର ମାସ ଏହି ୭ଟି ରାଶି ପାଇଁ ରହିବ ବହୁତ ଖାସ୍, ମହାଲକ୍ଷ୍ମୀଙ୍କ କରିବେ ମାଲାମାଲ୍, ମିଳବ ଧନ ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଅକ୍ଟୋବର ମାସ ଏହି ୭ଟି ରାଶି ପାଇଁ ରହିବ ବହୁତ ଖାସ୍

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ବିଷୟରେ କୁହାଯାଏ ଓ ଏହି ସମସ୍ତ ରାଶିର ଅଲଗା ଅଲଗା ମହତ୍ଵ ଥାଏ। ସବୁ ଲୋକଙ୍କ ରାଶି ମଧ୍ୟ ଅଲଗା ଅଲଗା ହୋଇଥାଏ ଓ ସେମାନଙ୍କର ସ୍ଵଭାବ ମଧ୍ୟ ଅଲଗା ହେବାର ଦେଖାଯାଏ। ଯଦି କୌଣସି ଗ୍ରହ ନକ୍ଷତ୍ରରେ କିଛି ପରିବର୍ତ୍ତନ ଦେଖାଯାଏ ତେବେ ଏହାର ପ୍ରଭାବ ଏହି ୧୨ଟି ରାଶି ଉପରେ ପଡିଥାଏ। କିଛି ରାଶିରେ ଭଲ ପ୍ରଭାବ ପଡେ ଓ କିଛି ରାଶିରେ ମନ୍ଦ ପ୍ରଭାବ ପଡିଥାଏ। ଗ୍ରହର ସ୍ଥିତି ଅନୁଯାଇ ବ୍ୟକ୍ତିର ଜୀବନରେ ସୁଖ-ଦୁଃଖ ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଟୋବର ମାସରେ କିଛି ରାଶି ଅଛି ଯାହା ବିଶେଷ ମହତ୍ତ୍ଵ ଥାଏ। ଏହି ରାଶିରେ ମା’ ଧନଲକ୍ଷ୍ମୀଙ୍କ କୃପା ରହିବ ଓ ବ୍ୟକ୍ତିର ଜୀବନରେ ଧନ ସମ୍ବନ୍ଧିତ ସମସ୍ତ ଦୁଃଖ ଚିନ୍ତା ଦୂର ହୋଇଯିବ। ଆସନ୍ତୁ ଏହି ୭ଟି ରାଶିର ମହତ୍ତ୍ଵ ବିଷୟରେ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା କେଉଁ ରାଶି ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିବ :

ମେଷ

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସରେ ଭଲ-ମନ୍ଦରେ ରହିବ। ଯେଉଁ ବ୍ୟକ୍ତି ବ୍ୟାପାରୀ ସେମାନେ ଧୈର୍ଯ୍ୟ ଧରି ରହିବେ କାରଣ ଏହି ମାସ ଆପଣଙ୍କ ପାଇଁ ଠିକ୍ ନୁହେଁ। କାହାରୀଠାରୁ ଧାର କରନ୍ତୁ ନାହିଁ, ପୁରୁଣା ଉଧାର ନେଇଥିବା ଟଙ୍କା ଚିନ୍ତାରେ ପକାଇବ, ଯେଉଁ ବ୍ୟକ୍ତି ଚାକିରି ଓ ଧନବାନ ସେମାନେ ନିଜର କାର୍ଯ୍ୟକ୍ଷେତ୍ରରେ ସାବଧାନ ରହିବା ଆବଶ୍ୟକ, କାର୍ଯ୍ୟକ୍ଷେତ୍ରରେ ଚିନ୍ତା ଓ କଷ୍ଟର ସାମ୍ନା କରିବାକୁ ପଡିବ, କୌଣସି କଥାକୁ ନେଇ ଚିନ୍ତା ଲାଗି ରହିବ, କାହା ସହିତ ବାଦ-ବିବାଦ ହୋଇପାରେ, ସ୍ଵାସ୍ଥ୍ୟରେ ଅବନ୍ନତି  ହେବାର ସମ୍ଭାବନା ଅଛି।

ବୃଷ

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସ ବହୁତ ଭଲ ରହିବ। ବୃଷରାଶିର ବ୍ୟକ୍ତି ଉପରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ରହିବ, ଭାବିଥିବା କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ, ଅଚାନକ ଭାବରେ ଆକସ୍ମିକ ଧନ ଲାଭ ପ୍ରାପ୍ତ ହୋଇପାରେ, ଆପଣଙ୍କ ଚିନ୍ତାଶକ୍ତିରେ ମଧ୍ୟ ପରିବର୍ତ୍ତନ ଦେଖାଦେବ, ସନ୍ତାନଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ, ପରିଶ୍ରମତା ପୂର୍ବକ କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ମିଳିବ, ମିତ୍ର ଓ ଭାଇଙ୍କ ଠାରୁ ସହଯୋଗ ମିଳିବ ଓ ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।

ମିଥୁନ

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସ ଉତ୍ତମ ରହିବ। ମିଥୁନରାଶି ବ୍ୟକ୍ତିର ବ୍ୟାପାରରେ ଅଚାନକ ଭାବରେ ଧନ ଲାଭ ହେବାର ଯୋଗ ଆସିବ। ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ ଓ ମହତ୍ଵପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ଅଟକିଥିବା ଧନ ମିଳିବ। ସଫଳତା ପ୍ରାପ୍ତି ହେବାର ମଉକା ମିଳିବ, ମଧୁର କଥା କହି ସମସ୍ତ କାର୍ଯ୍ୟ କରିବାରେ ସଫଳ ହେବେ, ସମସ୍ତ ଚିନ୍ତା ଦୂର ହେବ ଓ ମାତା ଲକ୍ଷ୍ମୀଙ୍କ କୃପା ଲାଗି ରହିବ।

କର୍କଟ

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସରେ ଧୈର୍ଯ୍ୟ ଧରି ରହିବାକୁ ହେବ। କାର୍ଯ୍ୟସ୍ଥଳ ବାତାବରଣରେ କ୍ଷତି ହେତୁ ମୁଣ୍ଡ ଖରାପ ହେବ, ଯେଉଁ ବ୍ୟକ୍ତି ପ୍ରେମ ପ୍ରସଙ୍ଗରେ ଲିପ୍ତ ସେମାନେ ତାଙ୍କ ସାଥୀଠାରୁ ଦୂରେଇ ଯିବାର ସମ୍ଭାବନା, ବିରକ୍ତି ସ୍ଵଭାବ ପ୍ରକାଶ ପାଇବ, ମହତ୍ଵପୂର୍ଣ୍ଣ ନିର୍ନାୟ ନେଇ ନିଜର କାର୍ଯ୍ୟ କ୍ଷେତ୍ରରେ କେତେ ସମସ୍ୟାର ସାମ୍ନା କରିବେ, ଭାବିଥିବା କାର୍ଯ୍ୟ ପୂର୍ଣ ହେବ ନାହିଁ ଓ ସ୍ଵାସ୍ଥ୍ୟରେ ଅବନ୍ନତି  ହେବା

ସିଂହ

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସ ଉତ୍ତମ ରହିବ। ସିଂହ ରାଶି ବ୍ୟକ୍ତିର ଆତ୍ମବିଶ୍ଵାସରେ ବୃଦ୍ଧି ହେବ, ଲୋକମାନଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ। ଆପଣଙ୍କ ଚିନ୍ତାଧାରା ଲୋକଙ୍କୁ ବହୁତ ପସନ୍ଦ ହେବ ଓ କହିଥିବା କଥାରେ ଲୋକମାନଙ୍କୁ ଫାଇଦା ମଧ୍ୟ ହେବ। କୌଣସି ଖୁସି ଖବର ଶୁଣିବାର ସମ୍ଭବାନା ଅଛି। ପ୍ରେମ ସମ୍ବନ୍ଧରେ ସମୟ ବହୁତ ଭଲ ରହିବ। ଆପଣଙ୍କ ଜୀବନସାଥୀ ତୁମର ଭାବନାକୁ ବୁଝିପାରିବେ ଓ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ।

କନ୍ୟା

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସରେ ମଧ୍ୟମ ରହିବ। ମାନସିକ କଷ୍ଟ ସାମ୍ନା କରିବାକୁ ହେବ, ମାତା-ପିତାଙ୍କର ପୁରା ସହଯୋଗ ମିଳିବ, ଘର ପରିବାରରେ ଖୁସି ବାତାବରଣ ଲାଗି ରହିବ, କିନ୍ତୁ ନିଜର କାର୍ଯ୍ୟ ସମୟରେ ପୂରଣ କରନ୍ତୁ, ଯଦି ଆପଣ ପୁଞ୍ଜି ନିବେଶ କରୁଥାନ୍ତି ତେବେ ଭାବି-ଚିନ୍ତି କରନ୍ତୁ, ଆର୍ଥିକ ସମ୍ବନ୍ଧିତ ଯେ କୌଣସି କାର୍ଯ୍ୟ ମାମଲାରେ ସାବଧାନ ଅବଲମ୍ବନ କରିବା ଆବଶ୍ୟକ, ସ୍ୱାସ୍ଥ୍ୟରେ ସୁଧାର ଆସିବ, ପୁରାତନ ରୋଗର କଷ୍ଟ ମଧ୍ୟ ଦୂର ହୋଇପାରେ।

ତୁଳା

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସ ବହୁତ ଫାଇଦା ମିଳିବ। ତୁଳା ରାଶି ବ୍ୟକ୍ତିର ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଲାଗି ରହିବ, କାର୍ଯ୍ୟସ୍ଥଳର ବାତାବରଣ ଆପଣଙ୍କ ପକ୍ଷରେ ରହିବ, ଚେଷ୍ଟା କରିଥିବା କାର୍ଯ୍ୟ ସଫଳ ହେବ, ବ୍ୟକ୍ତିମାନଙ୍କୁ ସହାୟତା କରିବା ପାଇଁ ସର୍ବଦା ଆଗକୁ ରହିବେ, ନୂଆ ଯୋଜନାରେ ସଫଳ ହେବେ, କାମ କାର୍ଯ୍ୟରେ ସୁଧାର ଆସିବ, ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ, ଯେଉଁ ବ୍ୟକ୍ତିର ବିବାହ ହୋଇ ନାହିଁ ସେମାନଙ୍କୁ ବିବାହର ପ୍ରସ୍ତାବ ମିଳିପାରେ, ଜୀବନସାଥୀର ପୁରା ସହଯୋଗ ମିଳିବ, ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ ଓ ମାତା ପିତାଙ୍କର ସେବା ମଧ୍ୟ କରିବେ।

ଆସନ୍ତୁ ଆଉ ୫ଟି ରାଶି ବିଷୟରେ ସମୟ କିପରି କଟିବ ଜାଣିବା :

ବିଛା

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସରେ ଅଧିକ ପରିଶ୍ରମ କରିବା ଆବଶ୍ୟକ, ନିଜର କାର୍ଯ୍ୟକ୍ଷେତ୍ରରେ କେତେ ସମସ୍ୟାର ସାମ୍ନା କରିବାକୁ ପଡିବ, କାମ କାର୍ଯ୍ୟରେ ଟେଂସନ ଲାଗି ରହିବ, ଯଦି ଯାତ୍ରା କରିବାକୁ ଯାଉଛନ୍ତି ତେବେ ସାବଧାନ ରହିବାକୁ ହେବ, କାରଣ ଜିନିଷ ଚୋରୀ ଓ ଦୁର୍ଘଟଣା ହେବାର ସମ୍ଭାବନା ଅଛି, ଏହା ସହିତ ଖର୍ଚ୍ଚ ମଧ୍ୟ ହେବ, ଅଫିସରେ କିଛି ବ୍ୟକ୍ତି ଆପଣଙ୍କ କାର୍ଯ୍ୟକୁ ନୋଟିସ୍ କରିପାରନ୍ତି, ଆସନ୍ତା ସମୟକୁ ଗମ୍ଭୀରତା ସହିତ ବିଚାର କରିବେ ଓ ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ।

ଧନୁ

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସରେ ଅଧିକ ପରିଶ୍ରମ କରିବାକୁ ହେବ। କାର୍ଯ୍ୟଭାର ଅଧିକ ହେବାରୁ ମାନସିକଚିନ୍ତାର ସାମ୍ନା କରିବେ, ସମାଜରେ ଆପଣଙ୍କ ମାନ-ସମ୍ମାନ ବଢିବ, ଅଟକିଥିବା ଟଙ୍କା ମିଳିବ, ଯେଉଁ ବ୍ୟକ୍ତି ବ୍ୟାପାରୀ ସେମାନଙ୍କୁ ମଧ୍ୟମ ଲାଭ ମିଳିବ,  ନିଜର ଆୟ ଅନୁସାରେ ବ୍ୟୟ ମଧ୍ୟ କରନ୍ତୁ, ଘର ପରିବାରଙ୍କ ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବାକୁ ଯାଇପାରନ୍ତି।

ମକର

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସ ବହୁତ ଫାଇଦା ମିଳିବ। ମକର ରାଶି ବ୍ୟକ୍ତିର ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଲାଗି ରହିବ। ବ୍ୟାପାରରେ ବିସ୍ତାର ହୋଇପାରେ, ନିଜର  ବୁଦ୍ଧିମତା ହେତୁ ସହଯୋଗ ମିଳିବ, ନୂଆ ଗୃହ କ୍ରୟ କରିପାରିବେ, ବିଜନେସରେ ବହୁତ ଫାଇଦା ମିଳିବ ଓ ଏଗ୍ରୀମେଣ୍ଟରେ ଲାଭ ମିଳିବ, ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ଅଚାନକ କୌଣସି ଯାତ୍ରା କରିବେ।

କୁମ୍ଭ

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସ ସପକ୍ଷରେ ରହିବ। କୁମ୍ଭ ରାଶି ବ୍ୟକ୍ତିର ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଲାଗି ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁ ବ୍ୟକ୍ତି ଚାକିରି ଓ ଧନବାନ ସେମାନଙ୍କର ଆୟରେ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପଦୋନ୍ନତି ହେବାର ସମ୍ଭାବନା ଅଛି। ନୂତନ ଲୋକଙ୍କ ସହିତ ମିଲନ ହେବ ଓ ସମସ୍ତ କାର୍ଯ୍ୟ ପୂରଣ କରିବାରେ ସଫଳ ରହିବେ।

ମୀନ

ରାଶିର ବ୍ୟକ୍ତି ପାଇଁ ଅକ୍ଟୋବର ମାସରେ ଫାଇଦା ମିଳିବ। ମୀନ ରାଶି ବ୍ୟକ୍ତିର ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଲାଗି ରହିବ। ଯେଉଁ ବ୍ୟକ୍ତି ଚାକିରି ଓ ଧନବାନ ସେମାନଙ୍କର ଟ୍ରାନ୍ସଫର ହେବ, ଉଚ୍ଚ ପଦରେ ନିଯୁକ୍ତ ହେବେ, ସମସ୍ତ ଚିନ୍ତା ଦୂର ହେବ, ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ପୂରଣ କରିପାରିବେ, ସାଙ୍ଗସାଥୀ ମାନଙ୍କରେ ସହଯୋଗ ମିଳିବା ହେତୁ ବ୍ୟପାରରେ ବହୁତ ଶୀଘ୍ର ଆଗକୁ ବଢିପାରିବେ ଓ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!