ବସନ୍ତ ପଞ୍ଚମୀ କେଉଁ କାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଆସନ୍ତୁ ଜାଣିବା ଏହି ୮ଟି କଥା।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବସନ୍ତ ପଞ୍ଚମୀ ବିଦ୍ୟା, ଜ୍ଞାନ ଏବଂ ବୁଦ୍ଧି ର ଦେବୀ ମା ସରସ୍ଵତୀଙ୍କ ଆରାଧନା, ଉପାସନା ଓ ପୂଜାର ପର୍ବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହିଦିନଟି କଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଜାଣିବା ୮ଟି କାରଣ।

  • ୧- ବସନ୍ତ ପଞ୍ଚମୀରେ ଛୋଟଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଶିକ୍ଷା ଦିକ୍ଷା ଆରମ୍ଭ କରିବା ଅତ୍ୟନ୍ତ ଶୁଭ।
  • ୨- ଏହି ଦିନ ଛୋଟ ଛୁଆଙ୍କ ଜିଭରେ ମହୁରେ ଓଁ ଲେଖିବା ଦ୍ଵାରା ସେମାନେ ଜ୍ଞାନବାନ୍ ହୁଅନ୍ତି ବା ଶିକ୍ଷା ଜଲଦି ଶିଖନ୍ତି।
  • ୩- ଛୋଟ ପିଲାଙ୍କୁ ଉଚ୍ଚାରଣ ଶିଖାଇବା ପାଇଁ ମଧ୍ୟ ଏହି ଦିନଟିକୁ ଶୁଭ ମାନନ୍ତି।
  • ୪- ଶିଶୁଙ୍କୁ ୭ମାସ ଚାଲିଥିଲେ ଶ୍ରୀ ପଞ୍ଚମୀ ଦିନ ଅନ୍ନପ୍ରାସନ୍ନ କରାଯାଏ। ଅନ୍ନପ୍ରାସନ୍ନ ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ।
  • ୫- ବସନ୍ତ ଋତୁକୁ ପ୍ରେମର ଋତୁ ବୋଲି ମଧ୍ୟ ଧରାଯାଇଏ ଏବଂ କାମଦେବଙ୍କ କୃପାରୁ ଏହି ଋତୁରେ ପରିବାର ବଢେଇବା ପାଇଁ ମହତ୍ୱପୂର୍ଣ୍ଣ ଅଟେ।

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

  • ୬- ବସନ୍ତ ପଞ୍ଚମୀ ଦିନଟି ବିବାହ ବନ୍ଧନ ପାଇଁ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାଏ। ଅବିବାହିତ ଯୁବକ ଯୁବତୀ ମାନେ ଏହି ଦିନ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ଧନ, ଜନ, ଗୋପଲକ୍ଷ୍ମୀ ପ୍ରାପ୍ତିକରି ଦୀର୍ଘ ଜୀବନ ଲାଭ କରିଥାନ୍ତି।
  • ୭- ଗୃହାରମ୍ଭ, ଗୃହପ୍ରବେଶ ଠାରୁ ଯେ କୌଣସି ନୂତନ କାର୍ଯ୍ୟର ଆରମ୍ଭ ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ବୋଲି ଜ୍ୟୋତିଷଶାସ୍ତ୍ରର ମତ।
  • ୮- ବସନ୍ତ ପଞ୍ଚମୀ ଦିନ ହଳଦିଆ ବସ୍ତ୍ରପିନ୍ଧି କେଶର ଚନ୍ଦନ ଧାରଣ କରି ଗୁଡି ଉଡାଇଲେ ବର୍ଷକ ମଧ୍ୟରେ ବାୟୁରୋଗ ପାଖ ମାଡ଼େନାହିଁ।

ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!