ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ… ନିଶ୍ଚିନ୍ତ ପଢନ୍ତୁ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

କାଳିଦାସକୃତ ସରସ୍ଵତୀଙ୍କ ବନ୍ଦନା

କଜ୍ଵଳ ପୂରିତ ଲୋଚନଧାରେ,

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସ୍ତନଯୁଗ ଶୋଭିତ ମୁକୁତାହାରେ।

ବୀଣାପୁସ୍ତକ ରଞ୍ଜିତ ହସ୍ତେ,

ଭଗବତୀ ଭାରତୀଦେବୀ ନମସ୍ତେ ।। 

ଅଇଲେ ସରସ୍ଵତୀ ନିର୍ମଳମନେ,

ରତ୍ନବିଭୂଷିତ କୁଣ୍ଡଳ କର୍ଣ୍ଣେ।

ଗଳାରେ ଗଜମୋତି ମୁକୁତାହାର,

ଦିଅ ମା’ ସରସ୍ଵତୀ ବିଦ୍ୟା ଭଣ୍ଡାର।।  

ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

ଦେବୀ ସରସ୍ଵତୀ ହିନ୍ଦୁ ଧର୍ମର ପ୍ରମୁଖ ଦେବୀ ଅଟନ୍ତି। ଯାହାଙ୍କୁ କି ଜ୍ଞାନ ଏବଂ ବିଦ୍ୟାର ଦେବୀ ବୋଲି କୁହାଯାଇଥାଏ। ବାଗ୍ ଦେବୀ, ଭାରତୀ, ସାରଦା ଆଦି ନାମରେ ପୂଜା ପାଉଥିବା ଏହି ଦେବୀଙ୍କ ବିଷୟରେ ଏହା କୁହା ଯାଏ କି, ସେ ମୂର୍ଖ ବ୍ୟକ୍ତିଙ୍କୁ ମଧ୍ୟ ବିଦ୍ୱାନ କରିଦେଇ ପାରନ୍ତି।

ମା ସରସ୍ବତୀଙ୍କ ଏହି ୧୨ଟି ନାମ ର ଉଚ୍ଚାରଣ ଶୁଭ ଦାୟକ। ଯଦି ଆପଣ ମା ସରସ୍ଵତୀଙ୍କର ମନ୍ତ୍ର, ଶ୍ଳୋକ ଆଦି ଜାଣି ନାହାନ୍ତି ତେବେ ମଧ୍ୟ ଆପଣଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ। ଦେବୀ ସରସ୍ଵତୀଙ୍କ ଏହି ୧୨ ଟି ନାମକୁ ମାତ୍ର ୧୧ଥର ଜପ କରନ୍ତୁ, ପରୀକ୍ଷାରେ ସଫଳତା, ଯଶ, ବିଦ୍ୟା, ପରାକ୍ରମ ଏବଂ ବୁଦ୍ଧି ପାଇଁ କେବଳ ଏହି ୧୨ ଟି ନାମ ହିଁ ଯଥେଷ୍ଟ।

ଆସନ୍ତୁ ଜାଣିବା ସେହି ୧୨ ଟି ନାମ

୧- ଭାରତୀ ୨- ସରସ୍ଵତୀ ୩- ଶାରଦା ୪- ହଂସ ବାହିନୀ ୫- ଜଗତୀ ୬- ବାଗିଶ୍ୱରୀ ୭- କୁମୁଦି  ୮- ବ୍ରହ୍ମଚାରିଣୀ ୯- ବୁଦ୍ଧିଦାତ୍ରି ୧୦- ବରଦାୟିନି  ୧୧- ଚନ୍ଦ୍ରକାନ୍ତି  ୧୨- ଭୁବନେଶ୍ଵରୀ

ଏହି ସବୁ ନାମକୁ ସ୍ମରଣ କରିବା ମାତ୍ରେ ମନୁଷ୍ୟ ଜୀବନର ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିପାରିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!