ଚାଣକ୍ୟ ନୀତି ଅନୁସାରେ ଜାଣନ୍ତୁ, କେଉଁଭଳି ଲୋକଙ୍କଠାରୁ ଦୂରେଇ ରୁହନ୍ତି ସମସ୍ତେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଚାଣକ୍ୟ ନୀତି ଅନୁସାରେ ଯେଉଁ ଲୋକମାନଙ୍କର ମାଗିବାର ଖରାପ ଅଭ୍ୟାସ ଥାଏ, ସେମାନଙ୍କୁ ବହୁତ ନିନ୍ଦିତ ବୋଲି ମନାଯାଏ। ଚାଣକ୍ୟ କହିଛନ୍ତି ଯେ କିଛି ନ ବୁଝି-ବିଚାରୀ କାହାଠାରୁ କୌଣସି ଜିନିଷ ମାଗିବ ନାହିଁ । ସାଙ୍ଗ ବା ବାନ୍ଧୁ ହେଉ ନା କାହିଁକି, ଏହିପରି ଆଦତ ବ୍ୟକ୍ତିଙ୍କୁ ଅନ୍ୟ ଲୋକମାନେ ଚିଡନ୍ତି ଏବଂ କଥାବାର୍ତ୍ତା କରିଲେ ମଧ୍ୟ ରାଗିଯାନ୍ତି । ଏହିପରି ବ୍ୟକ୍ତିଙ୍କୁ ସମସ୍ତେ ଅପମାନିତ କରିବା ପାଇଁ ଆଗେଇ ଯାଆନ୍ତି । ଚାଣକ୍ୟ ନୀତିରେ ଏହିପରି ବ୍ୟକ୍ତିଙ୍କୁ ଅତି ସହଜରେ ଦୂର କରି ଦିଅନ୍ତି ଓ କଣ୍ଟା ବା ସୂତା ଠାରୁ ମଧ୍ୟ ହାଲୁକା ବୋଲି କୁହାଯାଇଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚାଣକ୍ୟ ନୀତି ଶ୍ଳୋକ

         ତୃଣଂ ଲଘୁ ତୃଣାତ୍ତୁଲଂ ତୁଳାଦପି ଚ ଯାଚକଃ।

ବାୟୁନା କିଂ ନ ନୀତୋସୌ ମାମ ୟୋଂ ଯାଚୟିଷ୍ୟତି॥

ମାଗୁଥିବା ବ୍ୟକ୍ତିଙ୍କୁ ସମସ୍ତେ ଡରନ୍ତି । ନିଜର ସମ୍ବନ୍ଧିତ  ଓ ମିତ୍ରମାନେ ମଧ୍ୟ ତାଙ୍କଠାରୁ ଦୂରେଇ ଯାଆନ୍ତି । ଅଭାବଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦୂରେଇ ଯାଆନ୍ତି । ଚାଣକ୍ୟ କହିଛନ୍ତି ଯେ ଏମାନେ ସବୁଠାରୁ ହାଲୁକା କଣ୍ଟା ଅଟନ୍ତି, ଅର୍ଥାତ ଯେ କୌଣସି ଜିନିଷ ମାଗିବା ବ୍ୟକ୍ତି । ପବନ ହେଲେ ଏହି କଣ୍ଟା ବା ସୂତାକୁ ମଧ୍ୟ ଉଡେଇ ଦିଏ । କିନ୍ତୁ ମାଗୁଥିବା ବ୍ୟକ୍ତିକୁ ଉଡେଇ ପାରେ ନାହିଁ । ଏହିପରି ମାଗୁଥିବା ବ୍ୟକ୍ତିକୁ ଅପମାନିତ କରି ଚାଣକ୍ୟ କହିଛନ୍ତି ଯେ ପବନ ମଧ୍ୟ ତାହା ଦେଖି ତାର ମୋଡ ବୁଲେଇ ଦିଏ, କାରଣ ସେହି ବ୍ୟକ୍ତି କିଛି କାଳେ ମାଗିଦେବ । ଏହିପରି ମାଗୁଥିବା ବ୍ୟକ୍ତି ସବୁଆଡେ ଅପମାନିତ ହୋଇଥାନ୍ତି।

ତେବେ ମହାଜ୍ଞାନୀ ଚାଣକ୍ୟଙ୍କ ଦ୍ଵାରା କୁହା ଯାଇଥିବା ଏହି କଥା ପ୍ରକୃତରେ ସତ ଅଟେ। କାହିଁକି ନା ଯେଉଁ ଲୋକ ମାଗି ମାଗି ଚଳେ ତାକୁ କେହି ବି ଭଲ ପାଆନ୍ତି ନାହିଁ । ସମସ୍ତେ ତାଙ୍କୁ ଅପମାନିତ କରିଥାନ୍ତି । ତେବେ ଯଦି ଆପଣଙ୍କର ବି ଏହି ଭଳି କିଛି ଖରାପ ଅଭ୍ଯାସ ଅଛି ଆଜି ହିଁ ଛାଡି ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!