ସରସ୍ଵତୀ ପୂଜା 2020 : ନିଜ ରାଶି ଅନୁସାରେ କେମିତି କରିବେ ମାଙ୍କୁ ଆରାଧନା ? ନିଶ୍ଚୟ ପଢନ୍ତୁ ଦାରିଦ୍ର ନାଶନ ସିଦ୍ଧ ମନ୍ତ୍ର!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଆଶା କରୁଥିଲେ ନିମ୍ନୋକ୍ତ ମନ୍ତ୍ରକୁ ସରସ୍ଵତୀ ପୂଜାଦିନ ଧଳାବସ୍ତ୍ର ପରିଧାନ କରି ସନ୍ଧ୍ୟା ସମୟରେ ଧଳାଚନ୍ଦନ ମାଳରେ ୧୦୮୦ଥର ଜପକଲେ ସମସ୍ତ ପ୍ରକାରର ସମସ୍ୟା ଦୂରହୋଇ ସୁଖଶାନ୍ତି ପ୍ରାପ୍ତିହେବ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସମସ୍ୟା ସମାଧାନ ପାଇଁ କରନ୍ତୁ ସିଦ୍ଧମନ୍ତ୍ର  ଜପ

ସିଦ୍ଧମନ୍ତ୍ର –

ଓଁ ବୀଣାବାଦିନୀ ବିଦ୍ମହେ ଜ୍ଞାନଦାୟିନୀ ଚ ଧିମହି,

ତନ୍ନୋ ଶାରଦୈ ପ୍ରାଚୋଦୟାତ୍।

ବସନ୍ତ ପଞ୍ଚମୀ : ନିଜ ରାଶି ଅନୁସାରେ କରନ୍ତୁ ମାଙ୍କୁ ଆରାଧନା

ଋତୁ ଅନୁସାରେ ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ। ମସ୍ତିଷ୍କ ଉପରେ ଋତୁର ସିଧା ପ୍ରଭାବ ପଡିଥାଏ। ବସନ୍ତ ପଞ୍ଚମୀରେ ଋତୁ ପରିବର୍ତ୍ତନ ଜଣାପଡିଥାଏ। ବସନ୍ତ ପଞ୍ଚମୀକୁ ଆମେ ମା ସରସ୍ଵତୀଙ୍କ ଜନ୍ମ ଦିନ ରୂପେ ପାଳନ କରିଥାଉ। ମା ସରସ୍ଵତୀଙ୍କ ଆଶୀର୍ବାଦ ପ୍ରାପ୍ତ କରି ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଆଶା କରୁଥିଲେ ନିଜ ରାଶି ଅନୁସାରେ ଆରାଧନା କରିବା ଉଚିତ୍।

ନିମ୍ନୋକ୍ତ ମନ୍ତ୍ରକୁ ସରସ୍ଵତୀ ପୂଜା ଠାରୁ ମାଘପୂର୍ଣ୍ଣିମା ପର୍ଜ୍ୟନ୍ତ ପ୍ରତେକ ଦିନ ସକାଳେ ସନ୍ଧ୍ୟାରେ ୨୭ଥର ଚନ୍ଦନ ମାଳରେ ଜପକଲେ ସୌଭାଗ୍ୟ ପ୍ରାପ୍ତିହେବ।  

ମେଷ- 

ଓଁ ଶ୍ରୀଂ ହ୍ରୀଂ ସରସ୍ଵତୈ ନମଃ।

ବୃଷ-

ଓଁ ଶ୍ରୀଂ ବାଗ୍ ବାଦିନେୟୈ ନମଃ।

ମିଥୁନ-

ଓଁ ଶ୍ରୀଂ ହ୍ରୀଂ ଭାରତୈ ନମଃ।

କର୍କଟ-

ଓଁ ଶ୍ରୀଂ ସାରଦୈ ନମଃ।

ସିଂହ-

ଓଁ ହ୍ରୀଂ ବିଦ୍ୟାଧିଷ୍ଠାତୃଦେବୈ ନମଃ।

କନ୍ୟା-

ଓଁ ଐଂ ହ୍ରୀଂ ବାଗ୍ ବାଦିନୈ ନମଃ।

ତୁଳା-

ଓଁ ଶ୍ରୀଂ ହ୍ରୀଂ ଗ୍ରନ୍ଥବୀଜ ସ୍ଵରୂପାୟୈ ନମଃ।

ବିଛା-

ଓଁ ଐଂ ହ୍ରୀଂ ସର୍ବକଣ୍ଠ ବାସିନ୍ୟେ ନମଃ।  

ଧନୁ-

ଓଁ ଶ୍ରୀଂ ହ୍ରୀଂ ବ୍ରାହ୍ମେୟୈ ନମଃ।

ମକର-

ଓଁ ଐଂ ହ୍ରୀଂ ହଂସବାହନ୍ୟୈ ନମଃ। 

କୁମ୍ଭ-

ଓଁ ହ୍ରୀଂ ଜିହ୍ଵାଗ୍ର ବାସିନ୍ୟୈ ନମଃ।  

ମୀନ-

ଓଁ ହ୍ରୀଂ ଶ୍ରୀଂ ସର୍ବଶାସ୍ତ୍ର ବାସିନୈ ନମଃ।

ବିଶେଷ-

ବସନ୍ତ ପଞ୍ଚମୀରେ ମନ୍ତ୍ର ଜପ କରିବା ଦ୍ଵାରା ଶହେଗୁଣ ଫଳ ପ୍ରାପ୍ତି ହେବ।

ଦାରିଦ୍ର ନାଶନ ସିଦ୍ଧ ମନ୍ତ୍ର।

ଯେଉଁବ୍ୟକ୍ତି ବ୍ରହ୍ମଚର୍ଯ୍ୟ ପାଳନ କରି, ବ୍ରତଯୁକ୍ତ ତଥା ମୌନୀ ହୋଇ, ନିରାମିଷ ଭୋଜନ କରି ପଞ୍ଚମୀ ଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ସରସ୍ଵତୀଙ୍କ ନିମ୍ନୋକ୍ତ ମନ୍ତ୍ରକୁ ଚନ୍ଦନ ମାଳରେ ପ୍ରତେହ ଦୁଇଥର ପାଠ କରେ ତାର ମନବାଞ୍ଛା ପୂର୍ଣ୍ଣ ହୁଏ, ପ୍ରଚୁର ଧନ ଲାଭ ହୁଏ।

ବୁଦ୍ଧିମାନ ବ୍ୟକ୍ତି କୃଷ୍ଣ ତଥା ଶୁକ୍ଲପକ୍ଷ ପଞ୍ଚମୀ ଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ନିୟମାନୁସାରେ ସରସ୍ଵତୀଙ୍କୁ ଧ୍ୟାନ କରି ଏହି ମନ୍ତ୍ର କୁ ଅବିଚ୍ଛିନ୍ନ ଭାବେ ପାଠ କଲେ ସର୍ବପାପରୁ ମୁକ୍ତ, ସବୁ ଲୋକରେ ଯଶପ୍ରାପ୍ତ, ବାଞ୍ଛିତଫଳ ପ୍ରାପ୍ତି ହେବ। ଏଥିରେ ସନ୍ଦେହ ନାହିଁ। ସରସ୍ଵତୀଙ୍କର ଏହି ପବିତ୍ର ଅମୃତମୟୀ ମନ୍ତ୍ର ବ୍ରହ୍ମା କହିଛନ୍ତି। ଏହା ଯତ୍ନ ପୂର୍ବକ ନିତ୍ୟ ପାଠ କରିବା ବିଧେୟ।

 “ଓଁ  ଐଂ ହ୍ରୀଂ କ୍ରୀଂ ହୁଂ ମହାନୀଳ ସରସ୍ଵତୈ ନମଃ”।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!