ଘରୁ ବାହାରିବା ସମୟରେ ଏହି ପାଞ୍ଚଟି ବିଷୟରେ କେବେହେଲେ ବି କୁହନ୍ତୁ ନାହିଁ ଅପଶବ୍ଦ- ହେଇପାରେ ଦୁର୍ଘଟଣା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯାତ୍ରାକୁ ଯିବା ସମୟରେ ଏହି ପାଞ୍ଚଟି ଅପଶବ୍ଦ କୁହନ୍ତୁ ନାହିଁ 

ଆମ୍ଭର ଜୀବନରେ ଯାତ୍ରା ଏକ ବିଶେଷ ମହତ୍ଵ ଅଟେ। ସର୍ବଦା ବିଶେଷ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିଥାଉ। ସେଥିପାଇଁ କିଏ ଘରୁ ବାହାରକୁ ଯିବା ସମୟରେ ତାଙ୍କୁ ଶୁଭକାମନା ଦିଆଯାଏ, ଯାହା ଯାତ୍ରା ସହିତ ତାହାର ଅଭିପ୍ରାୟ ମଧ୍ୟ ସଫଳ ହେବ। ଶାସ୍ତ୍ରରେ ମଧ୍ୟ ଏହା ଲିଖିତ ଅଛି। ଏହା ମାନି ଚଳିଲେ ଯାତ୍ରାରେ ସୁଖ ଓ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା ଏହି ପାଞ୍ଚଟି  ମହତ୍ଵପୂର୍ଣ୍ଣ କଥା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯାତ୍ରା ପୂର୍ବରୁ କେବେମଧ୍ୟ ଏହା କରିବ ନାହିଁ

ଯାତ୍ରା ପାଇଁ ବାହାରକୁ ଯିବା ପୂର୍ବରୁ କେବେ ମଧ୍ୟ ନଦୀ, ପବନ, ପର୍ବତ, ଅଗ୍ନି, ଧରିତ୍ରୀ ବିଷୟରେ ଅପଶବ୍ଦ କହିବ ନାହିଁ। ଏହା ଈଶ୍ଵରଙ୍କ ଦାନ ଅଟେ, ତାହାକୁ ଥଟା କରିବା ଅନୁଚିତ୍। ପ୍ରକୃତିକ ସମ୍ପତ୍ତିକୁ ମଧ୍ୟ ହାନି ପହଞ୍ଚାଇବ ନାହିଁ। ଏହାର ଅପମାନ ହେଲେ ଧନ, ମନ, ତନ ଓ ଜୀବନର ମଧ୍ୟ ହାନି ହୋଇଥାଏ।

ଆହୁରି ପଢନ୍ତୁ : କେବଳ ମନ୍ଦିରକୁ କୁ ନୁହେଁ , ଏସବୁ ଜାଗାକୁ ମଧ୍ୟ ଖାଲି ପାଦରେ ଯିବା ଆବଶ୍ୟକ – ଅଜଣାରେ ପାପର ଭାଗୀଦାରୀ ହୁଅନ୍ତୁ ନାହିଁ

ଯାତ୍ରା କରିବାର ଶୁଭ ମୁହୂର୍ତ୍ତ ବିଷୟରେ ଜାଣିବା

ଯଦି ଅଚାନକ ଭାବେ ଯାତ୍ରା କରିବାକୁ ପଡେ ତେବେ ଶୁଭ ମୁହୂର୍ତ୍ତ ଦେଖି ଯାତ୍ରା କରନ୍ତୁ। ଏହି ଶୁଭ ମୁହୂର୍ତ୍ତରେ ସାମାନ୍ୟ ନିୟମ ପାଳନ କରିବାକୁ ପଡେ। ଏହା ବିଷୟରେ କୁହାଯାଏ ଯେ, – ଯୋହି ସୁର ଚଲେ ଓବହୀ ପଗ ଦିଜେ, କାହେ କୋ ପୋଥି-ପତ୍ରା ଲିଯେ। ଅର୍ଥାତ୍- ନାକର ଯେଉଁପଟେ ନିଶ୍ଵାସ ଯାଏ ସେହିପଟ ପାଦ ଆଗକୁ ବଢାଇ ଯାତ୍ରା କରିବା ଉଚିତ୍। ଯଦି ଯାତ୍ରା ଶୁଭ ମୁହୂର୍ତ୍ତରେ କରାଯାଇ ନଥାଏ, ତେବେ ସେହି ସମୟରେ ମାଳ, ଶସ୍ତ୍ର, ଘିଅ, ଫଳକୁ ଏକ ଧଳା ବସ୍ତ୍ରରେ ବାନ୍ଧି ଯେଉଁ ଦିଗକୁ ଯିବେ ସେହି ଦିଗରେ ରଖିଦେବେ।

ଯାତ୍ରା ପୂର୍ବରୁ କରନ୍ତୁ ଯୋଗିନୀ ବିଚାର

ଯାତ୍ରା କରିବା ପୂର୍ବରୁ ଯୋଗିନୀ ବିଚାର ମଧ୍ୟ କରିବା ଉଚିତ୍। ଯୋଗିନୀର ଅଲଗା ଅଲାଗା ତିଥିର ଭିନ୍ନ-ଭିନ୍ନ ଦିଗରେ ବାସ ହୋଇଥାଏ। ଏହା ପ୍ରତିପଦରେ ପୂର୍ବଦିଗ, ଦ୍ଵିତୀୟାରେ ଉତ୍ତର, ତୃତୀୟାରେ ଆଗ୍ନେୟକୋଣ, ପଞ୍ଚମୀରେ ଦକ୍ଷିଣ, ଷଷ୍ଠୀରେ ପଶ୍ଚିମ ଓ ସପ୍ତମୀରେ ଐଶାନ୍ୟ କୋଣରେ ବାସ ହୋଇଥାଏ। ପୁଣି ନବମୀ ଠାରୁ ଏହି ପ୍ରକାର ଯୋଗିନୀ ବାସ ଦେଖାଯାଏ।

ଆହୁରି ପଢନ୍ତୁ : ଚାଣକ୍ୟଙ୍କ ଅନୁସାରେ ଏହି ତିନୋଟି ଲୋକଙ୍କୁ କେବେ ସାହାଯ୍ୟ କରିବବା କଥା ନୁହେଁ , ଯଦି କରନ୍ତି ତେବେ ନିଜେ ଦୁଖ ଭୋଗିବେ।

ଯାତ୍ରା ପୂର୍ବରୁ କରନ୍ତୁ ଏହାର ତ୍ୟାଗ

ଶାସ୍ତ୍ର ଅନୁସାରେ ଯାତ୍ରା କରିବାର ତିନି ଦିନ ପୂର୍ବରୁ କ୍ଷୀର ଓ ତେଲ, ପାଞ୍ଚ ଦିନ ପୂର୍ବରୁ ହଜାମତ, ସାତ ଦିନ ପୂର୍ବରୁ ମୈଥୁନ ତ୍ୟାଗ କରିବା ଉଚିତ୍। ଯଦି ଏତିକି କରିପାରନ୍ତି ନାହିଁ, ତେବେ କିଛି ନା କିଛି ତ୍ୟାଜ୍ୟ ବସ୍ତୁକୁ ଅବଶ୍ୟ ଛାଡିଦେବା ଉଚିତ୍। ଉପଯୁକ୍ତ ବସ୍ତୁ ବା ମନର ସବୁଠାରୁ ପ୍ରିୟ ବସ୍ତୁକୁ ମଧ୍ୟ ଛାଡିବା ଉଚିତ୍। ଏହା ଯାତ୍ରାର ଉତ୍ତମ ସମୟରେ ଏମିତି ଜଣାଯାଇଥାଏ।

ସକାଳେ  ପୂର୍ବକୁ – ଗୋଧୂଳି ସମୟରେ ପଶ୍ଚିମକୁ, ଅର୍ଦ୍ଧରାତ୍ରରେ ଉତ୍ତରକୁ ଓ ମଧ୍ୟାହ୍ନକାଳରେ ଦକ୍ଷିଣକୁ ଯାତ୍ରା କରିବ ନାହିଁ।

ଯଦି ନିହାତି ଆବଶ୍ୟକ ଥାଏ ତେବେ 3 ଥର ନାରାୟଣ ଉଚ୍ଚାରଣ କରି ବାହାରନ୍ତୁ –

ଘରୁ ବାହାରିବା ସମୟରେ କିଛି ଅପଶବ୍ଦର ଶୁଣିବା ମଧ୍ୟ ବର୍ଜିତ ଅଟେ। ଯେମିତି କି – ଜୋତା, ଚପଲ, କାଠ, ଯେକୌଣସି ଗାଳି-ଗୁଲଜ ବା ଝଗଡା ଝାଣ୍ଟି, ତାଲା, ରାବଣ, ପଥର, ନାହିଁ, ମରିବା, ଡୁବିବା, ଫୋପାଡିବା, ଛାଡିକରି ଆସିବା ଆଦି କେତେ ନକରାତ୍ମକ ଶବ୍ଦ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!