ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି ସବୁ କାମ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି ସବୁ କାମ।

ଶାସ୍ତ୍ରରେ ସନ୍ଧ୍ୟା ସମୟର ବିଶେଷ ମହତ୍ଵ ବର୍ଣ୍ଣନା କରାଯାଇଛି। କୁହାଯାଏ କି ସନ୍ଧ୍ଯା ସମୟରେ କିଛି କଥାକୁ ଧ୍ୟାନରେ ରଖିଲେ ମହାଲକ୍ଷ୍ମୀ ସହିତ ଅନ୍ୟ ଦେବା ଦେବୀ ମାନେ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଏପରି କିଛି କାମ ଅଛି ଯାହା ସନ୍ଧ୍ଯା ସମୟରେ କରିବା ଅନୁଚିତ, ଯାହା ଦ୍ଵାରା କି ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି। ଲକ୍ଷ୍ମୀ କୃପା ନଥିଲେ ଦାରିଦ୍ର୍ୟତା ଭୋଗ କରିବାକୁ ପଡି ଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଜାଣନ୍ତୁ ୭ଟି ସେହିଭଳି କାମ ଯାହା ସନ୍ଧ୍ଯା ସମୟରେ କରିବା ଅନୁଚିତ।

୧। ତୁଳସୀ ଚଉରା ପାଖେ ଦୀପ ଜଳେଇବେ କିନ୍ତୁ ଜଳ ଅର୍ପଣ କରିବେ ନାହିଁ:-

ନିତ୍ୟ ସନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳେ ଦୀପ ଜଳାଇବା ଉଚିତ। ଏହା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ସଦା ବିଦ୍ୟମାନ କରେ। ତୁଳସୀରେ ଜଳ ଚଢାଇବା ପାଇଁ ପ୍ରାତଃ ସମୟ ଉତ୍ତମ ଅଟେ। ସନ୍ଧ୍ୟା ସମୟରେ ତୁଳସୀରେ ପାଣି ଦେବ ନାହିଁ କି ତୁଳସୀ ପତ୍ର ଛିଡାଇବ ନାହିଁ। ସନ୍ଧ୍ୟାରେ ତୁଳସୀକୁ ଛୁଇଁବା କଥା ବି ନୁହେଁ।

୨। ସନ୍ଧ୍ୟାରେ ଝାଡୁ ଲଗାଇବେ ନାହିଁ:-

ଧ୍ୟାନ ରଖିବେ କି କେବେବି ସନ୍ଧ୍ୟା ସମୟରେ ଘରେ ଝାଡୁ ଲଗାଇବେ ନାହିଁ। ଏହା ଦ୍ଵାରା ଘରୁ ସକାରାତ୍ମକ ଊର୍ଜା ବାହାରକୁ ଚାଲି ଯାଏ ଏବଂ ଘରେ ଦାରିଦ୍ର୍ୟତା ଦେଖା ଦିଏ। ସନ୍ଧ୍ୟା ପୂର୍ବରୁ ଝାଡୁ କରିବା ଉଚିତ।

୩। ସ୍ତ୍ରୀଙ୍କର ଅପମାନ କରନ୍ତୁ ନାହିଁ:-

ସନ୍ଧ୍ୟା ସମୟରେ କେବେ ବି କୌଣସି ବି ପରିସ୍ଥିତିରେ କେଉଁ ସ୍ତ୍ରୀର ଅପମାନ କରନ୍ତୁ ନାହିଁ। ଘରେ ହେଉ କି ବାହାରେ ସ୍ତ୍ରୀ ମାନଙ୍କ ସହ ସର୍ବଦା ଭଲ ବ୍ୟବହାର କରନ୍ତୁ। ସ୍ତ୍ରୀଙ୍କ ଅପମାନ କରିବା ପାପ ଅଟେ, ଏବଂ ଯେଉଁ ମାନେ ଏହା କରନ୍ତି ସେ କେବେ ବି ଖୁସିରେ ରୁହନ୍ତିନୀ।

ଆହୁରି ପଢନ୍ତୁ: ସିନ୍ଦୁର ଦ୍ଵାରା ମିଳିଥାଏ ଏହି ସବୁ ଉପକାର।

୪। କ୍ରୋଧ କରନ୍ତୁ ନାହିଁ:-

ଯେଉଁ ଲୋକ ବହୁତ କ୍ରୋଧ କରନ୍ତି ସେ ନିଜ ସ୍ୱାସ୍ଥ୍ୟ ତ ଖରାପ କରନ୍ତି ହିଁ ତା ସହ ଅନ୍ୟ ମାନଙ୍କୁ ମଧ୍ୟ କଷ୍ଟ ଦେଇ ଥାନ୍ତି। ବେଳେବେଳେ କ୍ରୋଧରେ ଏଭଳି କିଛି କଥା କୁହା ଯାଏ ଯାହା କି ପରେ ବହୁତ ଚିନ୍ତାର କାରଣ ମଧ୍ୟ ହୁଏ। ତେଣୁ ନିଜର କ୍ରୋଧକୁ ନିୟନ୍ତ୍ରଣ ରେ ରଖିବା ଉଚିତ। କ୍ରୋଧ କଲେ ଘରେ ଅଶାନ୍ତି ସୃଷ୍ଟି ହୁଏ। ସନ୍ଧ୍ୟାରେ ମା’ଲକ୍ଷ୍ମୀ ପୃଥିବୀର ଭ୍ରମଣ କରନ୍ତି, ଯଦି ଏହି ସମୟରେ ଘରେ ଅଶାନ୍ତି ଥିବ ତେବେ ତାଙ୍କ କୃପା ପ୍ରାପ୍ତ ହେବ ନାହିଁ।

୫। ଶୋଇବେ ନାହିଁ:-

ସନ୍ଧ୍ୟାରେ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ। ଯେଉଁ ବ୍ୟକ୍ତି ସର୍ବଦା ସନ୍ଧ୍ୟା ସମୟରେ ହିଁ ଶୁଅନ୍ତି ସେମାନଙ୍କର ମେଦ ବୃଦ୍ଧି ହୋଇଥାଏ। ରୋଗୀ, ବୃଦ୍ଧ ବା ଗର୍ଭବତୀ ନାରୀ ମାନେ ସନ୍ଧ୍ୟା ସମୟରେ ଶୋଇ ପାରନ୍ତି। ସୁସ୍ଥ ବ୍ୟକିଙ୍କର ସନ୍ଧ୍ୟାରେ ଶୋଇବା ଅନୁଚିତ। ଯେଉଁ ଘରେ ଲୋକ ସନ୍ଧ୍ୟା ସମୟରେ ଶୁଅନ୍ତି ସେହି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।

୬। ପ୍ରେମ-ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ:-

ସନ୍ଧ୍ୟା ସମୟରେ ପତି-ପତ୍ନୀ ସଂବନ୍ଧ ରଖିବା ଅନୁଚିତ। ଏହି କାମ ପାଇଁ ରାତ୍ରି ସମୟ ହିଁ ସର୍ବ ଶ୍ରେଷ୍ଠ। ସନ୍ଧ୍ୟା ସମୟରେ ଘରର ପରିବେଶ ଧାର୍ମିକ ଓ ପବିତ୍ର ରଖିବା ଆବଶ୍ୟକ। ଶାରୀରିକ ସମ୍ବନ୍ଧ ଦ୍ଵାରା ଶରୀରର ପବିତ୍ରତା ନଷ୍ଟ ହୋଇଯାଏ ସେଥିପାଇଁ ସନ୍ଧ୍ୟା ସମୟରେ ଏହି କାମରୁ ଦୂରେଇ ରୁହନ୍ତୁ।

ଆହୁରି ପଢନ୍ତୁ: ଜାଣନ୍ତୁ ହିନ୍ଦୁ ପରମ୍ପରା ସହ ଜଡିତ କିଛି ବୈଜ୍ଞାନିକ ତତ୍ତ୍ଵ।

୭। ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ:-

କେତେ ଲୋକଙ୍କର ଅଭ୍ୟାସ ଯେ ସେମାନେ ସନ୍ଧ୍ୟା ସମୟରେ ନଶା ଦ୍ରବ୍ୟ ସେବନ କରନ୍ତି, ଏହା ଏକ ଖରାପ ଅଭ୍ୟାସ। ଏହା କେବେବି ଶରୀର ପାଈଁ ଭଲ ନୁହେଁ ଏବଂ ଏହା ଦ୍ଵାରା ଘରର ଶାନ୍ତି ମଧ୍ୟ ନଷ୍ଟ ହୁଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!