ଜାଣନ୍ତୁ “N” ନାମର ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ଵ, ସ୍ଵଭାବ, ବ୍ୟବହାର ଓ ସେମାନଙ୍କ ସମ୍ବନ୍ଧରେ କିଛି ଖାସ୍ କଥା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣନ୍ତୁ କେମିତି ହେଇଥାନ୍ତି N ନାମର ବ୍ୟକ୍ତି

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ନାମର ପ୍ରଥମ ଅକ୍ଷରର ବହୁତ ମହତ୍ୱ ଅଛି ଏବଂ ପ୍ରଥମ ଅକ୍ଷର ଅନେକ ବ୍ୟକ୍ତିଙ୍କର ଭବିଷ୍ୟତ ଓ ଭାଗ୍ୟ ପରିବର୍ତ୍ତନ ଆଣିବାର ଜ୍ୟୋତିଷ ଶାସ୍ତ୍ରରେ ଦେଖିବାକୁ ମିଳିଥାଏ। ପ୍ରାୟ ବ୍ୟକ୍ତି ନିଜ ନାମରୁ ଭାଗ୍ୟ ଓ ଭବିଷ୍ୟତ ଜାଣିବା ପାଇଁ ଚେଷ୍ଟା କରନ୍ତି । ଏମିତିକି ସମାଜରେ ଅନେକ କ୍ଷାତିସମ୍ପନ୍ନ ଲୋକଙ୍କର “N” ଅକ୍ଷରରେ ଆରମ୍ଭ ହୋଇଥିବା ନାମଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେମିତି କି ନରେନ୍ଦ୍ର ମୋଦି, ନେପୋଲିୟନ୍‌, ନାଶିରୁଦ୍ଦିନ୍‌ ଶାହ, ନବାଯୁଦ୍ଦିନ୍‌ ସିଦ୍ଦିକୀ ଆଦିଙ୍କ ନିଜ ନାମର ପ୍ରଥମ ଅକ୍ଷରରେ ହିଁ ବିଶେଷ ଭାବେ ପରିଚିତ ହୋଇ ଛନ୍ତି । ଆପଣ ନିଜ ନାମର ପ୍ରଥମ ଅକ୍ଷର ଅନୁସାରେ ନିଜର ବ୍ୟକ୍ତିତ୍ୱ ଜାଣିବାକୁ ଚାହୁଁଥିଲେ “N” ନାମର ବ୍ୟକ୍ତି ଓ ବ୍ୟକ୍ତିତ୍ୱ ବିଷୟରେ ନିମ୍ନରେ ଆଲୋଚନା କରାଯାଉଛି । ଆପଣଙ୍କ ନାମର ପ୍ରଥମ ଅକ୍ଷର ଯଦି “N” ହୋଇଥାଏ, ତେବେ ନିଜର ବ୍ୟକ୍ତିତ୍ୱ ବିଷୟରେ ନିଶ୍ଚୟ ଜାଣନ୍ତୁ ।

ସ୍ୱଭାବ :

ଯେଉଁମାନଙ୍କର ନାମ “N” ଅକ୍ଷରରୁ ଆରମ୍ଭ ହେଉଥିବ, ସେମାନଙ୍କ ସ୍ୱଭାବ ଆନନ୍ଦ ଦାୟକ, ନିଜର ମନ ମୁତାବକ କାମ କରିବା ପାଇଁ ପସନ୍ଦ କରନ୍ତି, ଅନ୍ ୟମାନଙ୍କୁ ଅତ୍ୟନ୍ତ ସ୍ନେହ ଶ୍ରଦ୍ଧା ସମ୍ମାନ ଦେଇ ଥାନ୍ତି, ନିଜର ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇଥାନ୍ତି, ପ୍ରେମ ଭଲପାଇବା ଭରପୁର ଥାଏ, ପାରିବାରିକ ଜୀବନରେ କିଛିଟା ସମସ୍ୟା ଦେଖା ଦେଇଥାଏ । କିନ୍ତୁ ସାଧନା କ୍ଷେତ୍ରରେ ସିଦ୍ଧିଲାଭ କରି ଶ୍ରେଷ୍ଠତ୍ୱ ପ୍ରାପ୍ତି ହୋଇ ଥାଏ ।

ଆହୁରି ପଢନ୍ତୁ: ଏହି ୩ଟି ରାଶିର ଝିଅମାନେ ସବୁ ପରିସ୍ଥିତିରେ ପୁଅମାନଙ୍କ ଠାରୁ ଆଗରେ ରହିଥାନ୍ତି – ଦେଖନ୍ତୁ କେଉଁ କେଉଁ ରାଶି

ଏମାନେ ପ୍ରାୟତଃ ଅପ୍ରିୟ ସତ୍ୟକଥା କହିବା ଦ୍ୱାରା ଅନେକ ଶତୃମଧ୍ୟ ସୃଷ୍ଟି ହୋଇ ଥାନ୍ତି । କୌଣସି ସମସ୍ୟାକୁ ଦୀର୍ଘସୂତ୍ରୀ ନକରି ଯଥାଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଅଳ୍ପ ପରିଶ୍ରମରେ ଅନେକ କିଛି ହାସଲ କରିବା ପାଇଁ ଚେଷ୍ଟିତ ରୁହନ୍ତି । କିଛି ଲୋକଙ୍କ ମନରେ ଧାରଣା ହୁଏ ଯେ, ଏମାନେ ସ୍ୱାର୍ଥପର, ଅହଂକାରୀ ଓ ଗର୍ବୀ ବୋଲି, କିନ୍ତୁ ଏମାନେ ବୁଝିବିଚାରୀ ଭଲଭାବରେ ପରୀକ୍ଷା ନିରୀକ୍ଷା କରି କାହାସହିତ ବନ୍ଧୁତା ଓ କାହାସହିତ ଶତୃତା ଆଚରଣ କରିବେ ଠିକ୍‌ ସିଦ୍ଧାନ୍ତ ନେଇଥାନ୍ତି ।

ପ୍ରାୟ ସମୟ ଏମାନେ ଶାନ୍ତ ରହିଥାନ୍ତି । ଯଦି କୌଣସି ବ୍ୟକ୍ତି ଏମାନଙ୍କର ଅନିଷ୍ଟ କରେ ତାହେଲେ ଏମାନଙ୍କର ଉଗ୍ରରୂପ ଦର୍ଶନ କରିବାକୁ ପଡେ । ଖୁବ୍‌ ଶୀଘ୍ର ଲଢ଼େଇ ଝଗଡ଼ା କରିବା ପାଇଁ ଆଗଭର ହୋଇ ଯାଆନ୍ତି ।

ପ୍ରେମ:

“N” ନାମଧାରୀ ବ୍ୟକ୍ତି ଦେଖିବାକୁ ବିଶେଷ ଆକର୍ଷିତ ହୋଇଥାନ୍ତି । ଯାହାଦ୍ୱାରା ସ୍ତ୍ରୀ ବା ପୁରୁଷ ପରସ୍ପର ରୋମାଣ୍ଟିକ୍‌ ଜୀବନ ଉପଭୋଗ କରିବାକୁ ପସନ୍ଦ ମନେ କରନ୍ତି । ଏମାନଙ୍କର ଜୀବନସାଥୀଙ୍କ ସହ ଅତ୍ୟନ୍ତ ପ୍ରେମଭାବ ରହିଥାଏ । ବିଶେଷତଃ ପ୍ରେମସମ୍ପର୍କ ଓ ବନ୍ଧୁତ୍ୱର ଲାଭ କ୍ଷତିର ମଧ୍ୟ ହିସାବ ଦେଖିଥାନ୍ତି । କାହିଁକି ନା ଏମାନେ ପ୍ରଥମେ ଦେଖନ୍ତି ଯେ ଯାହା ସହିତ ସମ୍ପର୍କ ହେବ ସେ ମୋଦ୍ୱାରା କେତେ ଉପକୃତ ହେବ ତାର ହିସାବ ନିକାଶ କରିଥାନ୍ତି ।

କ୍ୟାରିୟର୍‌:

“N” ନାମଧାରୀ ବ୍ୟକ୍ତିମାନେ ଅତ୍ୟନ୍ତ ମହତ୍ୱାକାଂକ୍ଷୀ, କେଉଁକାର୍ଯ୍ୟ ଭଲ ହେବ ଓ କେଉଁକାର୍ଯ୍ୟ ମନ୍ଦ ହେବ ଏହା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ଏମାନଙ୍କୁ ପ୍ରତ୍ୟେକ ପ୍ରଫେଶନ ବା କର୍ମ ପସନ୍ଦ ହୋଇଥାଏ । ପାରିପାଶ୍ଵିକ ବ୍ୟକ୍ତିମାନଙ୍କୁ ଏମାନେ ପରଫେକ୍ଟ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇ ଥାନ୍ତି । ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ପ୍ରାପ୍ତ କରି ଥାନ୍ତି । ସେଥିପାଇଁ ଜୀବନକାଳ ଭିତରେ କେବେମଧ୍ୟ ଅଭାବ ଅନାଟନ ଦେଖାଦିଏ ନାହିଁ । ବାଛ ବିଚାର ମନଭାବ ଥିବାରୁ ଗୋଟିଏ ନିର୍ଦ୍ଦିଷ୍ଟ କର୍ମ ଓ ବ୍ୟବସାୟରେ ଦୀର୍ଘଦିନ ପର୍ଯ୍ୟନ୍ତ ରହି ପାରନ୍ତି ନାହିଁ । ବାରମ୍ବାର କର୍ମ ଓ ବ୍ୟବସାୟ ପରିବର୍ତ୍ତନ କରିବାକୁ ପଡେ ।

ଯଦି କୌଣସି “N” ନାମଧାରୀ ସ୍ତ୍ରୀ ବା ପୁରୁଷ ହୋଇଥାନ୍ତି, ତେବେ ଆପଣଙ୍କ ରାଶି ବିଛା ଓ ନକ୍ଷତ୍ର ଅନୁରାଧା ହେବ । ରାଶ୍ୟାଧିପତି ମଙ୍ଗଳ ଓ ନକ୍ଷତ୍ରାଧିପତି ଶନି ହୋଇଥିବାରୁ ବିଶେଷ କରି ଶନି ଓ ମଙ୍ଗଳଙ୍କ ଦ୍ୱାରା ପ୍ରଭାବିତ ହେବେ । ଏହି ଗ୍ରହମାନେ ଯେତେବେଳ ଗୋଚରରେ ଶୁଭ ହେବେ ସେହି ସମୟରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ବୟସ ଅନୁପାତରେ ସମୟାନୁସାରେ ଗ୍ରହମାନେ ଯଦି ଶୁଭ ହୁଅନ୍ତି ବା ରାଶିର ଶୁଭ ସମୟ ଭୋଗ ହେଉଥାଏ ତେବେ ନିଶ୍ଚିତ ଏହି ନାମଧାରୀ ବ୍ୟକ୍ତି ରାଜଯୋଗ ଭୋଗ କରନ୍ତି ।

ଆହୁରି ପଢନ୍ତୁ: ବୁଧ ଚଳିଲେ ଚିତ୍ରା ନକ୍ଷତ୍ର ତୁଳାରାଶିକୁ – ଏହି ୬ ଟି ରାଶିର ବ୍ୟକ୍ତିଙ୍କୁ ମିଳବ ବିଶେଷ ଶୁଭଫଳ – ଦେଖନ୍ତୁ ଆପଣଙ୍କ ରାଶି ଥାଇପାରେ

ପ୍ରତିକାର ସ୍ୱରୂପ:

୧- ମଙ୍ଗଳବାର ଓ ଶନିବାରରେ ବ୍ରତ ପାଳନ କରିବେ । ଆମିଷ ଭକ୍ଷଣ କରିବେ ନାହିଁ ।

୨- ଶନିବାର ଓ ମଙ୍ଗଳବାରରେ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରି ଦର୍ଶନ କରିବେ ।

୩- ଶନିମନ୍ଦିର, ହନୁମାନ ମନ୍ଦିର କିମ୍ବା କାଳୀ ମନ୍ଦିରରେ ଶନିବାର ଦିନ ରାଶି ତେଲର ଦୀପଟିଏ ଜାଳିବେ । ଯଦି କିଛି ବାଧା ବିଘ୍ନ ସୃଷ୍ଟି ହେଉ ଥାଏ, ତେବେ ତାହା ଖଣ୍ଡନ ହୋଇ ଉପରୋକ୍ତ ଫଳର ଅଧିକାରୀ ହୋଇ ପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!