କାହିଁକି ଜରୁରୀ ଅଟେ ପିତୃପକ୍ଷ ଶ୍ରାଦ୍ଧ କରିବା? ଏହି 6ଟି ନିୟମ କୁ ଧ୍ୟାନରେ ରଖି ଯଦି ଶ୍ରାଦ୍ଧ କରନ୍ତି ତେବେ …

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପିତୃ ପୁରୁଷଙ୍କୁ ପୂଜା କରିବା ଦ୍ଵାରା ସମସ୍ତ ଦେବତା ତୃପ୍ତ ହୋଇଥାନ୍ତି। ଯମସ୍ମୃତି ଓ ଶ୍ରାଦ୍ଧ ପ୍ରକାଶରେ କୁହାଯାଇଛି-

ଆୟୁଃ ପୁତ୍ରାନ୍ ଯଶଃ ସ୍ଵର୍ଗ କୀର୍ତ୍ତି ପୃଷ୍ଟିଂ ବଳଂ ଶ୍ରୀୟମ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପଶୁନ ସୌଖ୍ୟଂ ଧନଂ ଧାନ୍ୟଂ ପ୍ରାପ୍ନୁ ୟାତ୍ ପିତୃ ପୂଜନାତ୍।।

ଶ୍ରାଦ୍ଧ କରିବା ଦ୍ଵାରା ମନୁଷ୍ୟର ଆୟୁ ବୃଦ୍ଧି ହୋଇଥାଏ।

ପିତୃଗଣ ମନୁଷ୍ୟକୁ ବଂଶ ବିସ୍ତାର କରିବାର ଆଶୀର୍ବାଦ ଦେଇଥାନ୍ତି ଯାହା ଫଳରେ ପୁତ୍ର ପ୍ରାପ୍ତି ହୁଏ। ପରିବାରରେ ଧନ ଧାନ୍ୟ ଗୋ ସମ୍ପତ୍ତି  ପୂର୍ଣ୍ଣ ହୋଇଥାଏ।

ଏହି ସମୟରେ ଶ୍ରାଦ୍ଧ କଲେ ଶରୀରରେ ବଳ ପୌରୁଷ ବୃଦ୍ଧି ହୋଇଥାଏ ଓ ଯଶ କୀର୍ତ୍ତି ସହ ଶରୀର ସୁସ୍ଥ ବା ପୁଷ୍ଟି ହୋଇଥାଏ।

ପିତୃ ଋଣ କିୟଦ ମାତ୍ରାରେ ଶ୍ରଦ୍ଧା ପୂର୍ବକ ପରିଶୋଧ କଲେ ସ୍ୱାସ୍ଥ୍ୟ, ବଳ, ଶ୍ରେୟ, ଧନ ଧାନ୍ୟ ଆଦି ସମସ୍ତ ସୁଖ ସ୍ଵର୍ଗ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ।

ଶ୍ରଦ୍ଧା ପୂର୍ବକ ଶ୍ରାଦ୍ଧ କରିବା ଦ୍ଵାରା ପରିବାରରେ କୌଣସି କ୍ଲେଶ ଜାତ ହୁଏ ନାହିଁ। ସମସ୍ତ ପ୍ରାଣୀ ତୃପ୍ତ ହୋଇଥାନ୍ତି।

ଶ୍ରାଦ୍ଧ ପ୍ରକାର ନିର୍ଣ୍ଣୟ

ଶ୍ରାଦ୍ଧକାଳ ବ୍ୟବସ୍ଥାରେ ସଂକ୍ଷେପରେ ନିମ୍ନଲିଖିତ ବିଷୟମାନ କୁହାଯିବ । ପ୍ରଥମେ ଶ୍ରାଦ୍ଧ ଉତ୍ପତ୍ତିର ବାକ୍ୟ, ତାପରେ ଶ୍ରାଦ୍ଧର ଲକ୍ଷଣ, ଶ୍ରାଦ୍ଧର ସଂଖ୍ୟା, ଶ୍ରାଦ୍ଧମାନଙ୍କର ଏକତ୍ର ମିଳନରେ ବଳାବଳ, ଏକାଦଶାହ ଶ୍ରାଦ୍ଧ, ସେହି ପ୍ରସଙ୍ଗରେ ବୃଷୋତ୍ସର୍ଗ, ମାସିକ ଶ୍ରାଦ୍ଧ, ଅଧିବାସବିହତି ଶ୍ରାଦ୍ଧ, ତ୍ରିପକ୍ଷୀ ଶ୍ରାଦ୍ଧ, ତହିଁରେ ପାକ ପରିତ୍ୟାଗ, ପରି ଦୁଇ ପ୍ରକାର ଷାଣ୍ମାସିକ ଶ୍ରାଦ୍ଧ ସପିଣ୍ଡୀକରଣ, ଅପୁତ୍ର ସପିଣ୍ଡନ, ମୃତ ସଂବତ୍ସର ଅଶୌଚ ଏକୋଦ୍ଦିଷ୍ଟ ବିଧାନ, ବୈଶ୍ୱଦେବ ବିଧି, ଶ୍ରାଦ୍ଧ ଉପଯୋଗୀ ଅନ୍ନ ନିବେଦନ, ବାର୍ଷିକ ଶ୍ରାଦ୍ଧ, ଆମଶ୍ରାଦ୍ଧ, ସାଘମୃତ କ୍ରିୟା, କାମ୍ୟ ଶ୍ରାଦ୍ଧ, ଦୀପଦାନ, ନାନ୍ଦୀମୁଖୀ ଶ୍ରାଦ୍ଧ, ଅମାବାସ୍ୟା ଶ୍ରାଦ୍ଧ, ଦୁଇ ପ୍ରକାର ଇଷ୍ଟି ଅଷ୍ଟକା ଶ୍ରାଦ୍ଧ, ଯୁଗାଦି ଶ୍ରାଦ୍ଧ ଏବଂ ଏହି ଶ୍ରାଦ୍ଧମାନଙ୍କର ଅସମ୍ଭବ କର୍ତ୍ତବ୍ୟ ନିରୂପଣ ।

ଶ୍ରାଦ୍ଧକାଳ ନିର୍ଣ୍ଣୟ

ସନାତନ ଧର୍ମାନୁସାରେ ନିଜରୋଜଗାରର ଏକ ଦଶାଶଂ ଧନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦାନ କରିବା ଉଚିତ୍। ଯେଉଁମାନେ ଶ୍ରାଦ୍ଧକାଳରେ ଶ୍ରାଦ୍ଧ କରନ୍ତି ନାହିଁ, ସେମାନେ ପିତୃ ପୁରୁଷଙ୍କର ଅଭିଶାପ ଗ୍ରସ୍ଥହୁଅନ୍ତି- ଏଥିରେ ସନ୍ଦେହ ନାହିଁ। ପୂର୍ବଜନ୍ମରେ କରିଥିବା ପାପ ଏହିଜନ୍ମରେ ପ୍ରାରବ୍ଧ ରୂପେ ଭୋଗ କରିବାକୁ ପଡୁଛି। ଯେଉଁମାନେ ବନରେ ଗୁରୁଙ୍କ ନିକଟରେ ଦ୍ରୋହ କରିଥିଲେ ଓ ଗୋବଧପାପରେ ଲିପ୍ତ ହୋଇଥିଲେ ସେମାନେ କେବଳ ପିତୃଭକ୍ତି ଦ୍ୱାରା ପାପମୁକ୍ତ ହୋଇ ସଦ୍ ଗତି ଲାଭ କରିଛନ୍ତି।

ଏହିଜନ୍ମରେ କରିଥିବା ପାପ ପରଜନ୍ମରେ ପ୍ରାରବ୍ଧ ରୂପେ ଭୋଗ କରିବାକୁ ପଡେ। ଅଗ୍ନିରେ ଆହୁତି ଦେବାଦ୍ୱାରା ଦେବଲୋକସ୍ଥିତ ପିତୃଗଣ ତୃପ୍ତ ହୁଅନ୍ତି, ବ୍ରାହ୍ମଣ ଭୋଜନ ଦ୍ୱାରା ପିତୃଲୋକ ସ୍ଥିତ ପିତୃଗଣ ତୃପ୍ତ ହୁଅନ୍ତି ଏବଂ ଭୂମିରେ ପ୍ରଦତ୍ତ ହେବା ତିନିଗୋଟି ପିଣ୍ଡ ଦ୍ୱାରା ନରକସ୍ଥ ପିତୃଗଣ ତୃପ୍ତ ହୁଅନ୍ତି। ପିତୃଲୋକମାନଙ୍କ ଉଦ୍ଦେଶ୍ୟରେ ଯଥାକାଳରେ ଯେଉଁ ଦ୍ରବ୍ୟତ୍ୟାଗ କରାଯାଏ ତାହାକୁ ହିଁ ଶ୍ରାଦ୍ଧ କୁହାଯାଏ, ଶ୍ରଦ୍ଧାରେ ତାହା ପ୍ରଦତ୍ତ ହୁଏ ବୋଲି ତାହାର ନାମ ଶ୍ରାଦ୍ଧ।

ଗ୍ରହଣ ଭିନ୍ନ ଅନ୍ୟ ରାତ୍ରିରେ ଶ୍ରାଦ୍ଧ କରିବ ନାହିଁ । ସୁର୍ଜ୍ୟୋଦୟ ମୁହୂର୍ତ୍ତରେ ବା ଦୁଇ ସନ୍ଧ୍ୟାରେ ଶ୍ରାଦ୍ଧ କରିବ ନାହିଁ । କିନ୍ତୁ ନୈମିତ୍ତିକ ଶ୍ରାଦ୍ଧରେ କାଳର ବ୍ୟବସ୍ଥା ନଥାଏ । ତେଣୁ ଗ୍ରହଣଭିନ୍ନ ଅନ୍ୟ ରାତ୍ରିରେ ନୈମିତ୍ତିକ ଶ୍ରାଦ୍ଧ କରାଯାଇ ପାରେ, କେବଳ ଅପସ୍ତମ୍ବଙ୍କ ମତ ଅନୁସାରେ ମାଧବାଚାର୍ଯ୍ୟ କହିଛନ୍ତି ଯେ ରାତ୍ରିର ପୂର୍ବରୁ ଆରମ୍ଭ ହୋଇଥିବା ଶ୍ରାଦ୍ଧର କିୟଂଦଶ ଯେବେ ଦେଶୋପଦ୍ରବ ହେତୁରୁ ରାତିକି ରହିଯାଇଥାଏ ତେବେ ତାହା ରାତିରେ କରିବ ।

ଆଶ୍ୱିନକୃଷ୍ଣ ତ୍ରୟୋଦଶୀ ଓ ମହାଳୟା ଶ୍ରାଦ୍ଧ।

ଆପଣଜାଣିଛନ୍ତି? ଅପରପକ୍ଷରେ କେଉଁଦ୍ରବ୍ୟକୁ ଦାନକଲେ ମହାଦାନ ହେବ?

୧- ଗାଈ, ୨-ଭୂମି, ୩- ତିଳ, ୪- ସୁବର୍ଣ୍ଣ, ୫-ରୂପା, ୬- ବସ୍ତ୍ର, ୭- ଗୁଡ, ୮- ଲୁଣ, ୯-ଘିଅ, ୧୦-ଚାଉଳ ଶାସ୍ତ୍ରରେ ଏହିଦଶ ଦାନକୁ ମହାଦାନ କୁହାଯାଇଛି। ଅପର ପକ୍ଷରେ ଯଦି ଏହି ମହାଦାନ ଦେଇପାରିବେ ତେବେ ପିତୃପୁରୁଷଙ୍କ ଅଭିଶାପରୁ ମୁକ୍ତିପାଇବାସହ ଆଶୀର୍ବାଦ ପ୍ରାପ୍ତିହୋଇ ଧନ ଜନ ଗୋପ ଲକ୍ଷ୍ମୀ ଓ ବଂଶ ବୃଦ୍ଧି ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!