ବୁଧ ଚଳିଲେ ଚିତ୍ରା ନକ୍ଷତ୍ର ତୁଳାରାଶିକୁ – ଏହି ୬ ଟି ରାଶିର ବ୍ୟକ୍ତିଙ୍କୁ ମିଳବ ବିଶେଷ ଶୁଭଫଳ – ଦେଖନ୍ତୁ ଆପଣଙ୍କ ରାଶି ଥାଇପାରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୁଧ ଚଳିଲେ ଚିତ୍ରା ନକ୍ଷତ୍ର ତୁଳାରାଶିକୁ

ବୁଧ ଅକ୍ଟୋବର ୬ ତାରିଖରେ ଚିତ୍ରା ନକ୍ଷତ୍ର ତୁଳା ରାଶିକୁ ଚଳିବେ ଏହି ୬ ଟି ରାଶିର ବ୍ୟକ୍ତି ବିଶେଷ ଲାଭବାନ୍ ହେବେ ରାଶିଠାରୁ ୨, ୬, ୯, ୧୦, ୧୧, ୧୨ ହେଉଥିଲେ ଶୁଭ। କିନ୍ତୁ ଚଳନ ସମୟରେ ଚନ୍ଦ୍ର ଶୁଭଥିଲେ ଅତ୍ୟନ୍ତଶୁଭ ଚନ୍ଦ୍ର ଅଶୁଭ ଥିଲେ ମଧ୍ୟମ ଶୁଭଫଳ ଦେବେ। ଏହି ଦୃଷ୍ଟିରୁ ସିଂହ ରାଶିରେ ଚନ୍ଦ୍ରଥିବା ସମୟରେ ତୁଳା ରାଶିକୁ ବୁଧ ଚଳୁଥିବାରୁ ବୃଷ, ମିଥୁନ, ସିଂହ, ତୁଳା, ବିଛା, କୁମ୍ଭ, ମୀନ ରାଶିର ବ୍ୟକ୍ତିମାନେ ବିଶେଷ ଶୁଭଫଳ ପାଇବା କଥା। କିନ୍ତୁ କନ୍ୟାର ଦ୍ଵିତୀୟ, ବୃଷର ଷଷ୍ଠ, କୁମ୍ଭର ନବମ, ମକରର ଦଶମ, ଧନୁର ଏକାଦଶ ଓ ବିଛାର ଦ୍ଵାଦଶ ଭାବ ହେଉଥିବାରୁ ବୃଷ ଓ କୁମ୍ଭ ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଶୁଭଫଳ ପାଇବେ। ଅନ୍ୟ ରାଶିମାନେ ମଧ୍ୟମ ଫଳ ଭୋଗ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଖାଇବା ପିଇବାରେ ଅବହେଳା କରିବାରୁ ପେଟ ଖରାପ ହେବ।

ବୃଷ:-

ଅନେକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। କର୍ମକ୍ଷେତ୍ରରେ ନିମ୍ନବର୍ଗଙ୍କ ଯୋଗେ ଆର୍ଥିକସ୍ଥିତିର ପରିବର୍ତ୍ତନ କରି ଋଣ ପରିଶୋଧ କରିବାର ସୁଯୋଗ ପାଇବେ।

ମିଥୁନ:-

କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ।

କର୍କଟ:-

କର୍ମକ୍ଷେତ୍ରରେ ଶାନ୍ତି ଲଭିବେ। ପରିବାରରେ ସ୍ଵାସ୍ଥ୍ୟ ସମସ୍ୟା ଦୂର ହେବ। ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ।

ସିଂହ:-

ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସୁବିଧାରେ ହୋଇଯିବ। ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ। ସ୍ଥଗିତଥିବା କର୍ମଟି ପୂରଣ ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ।

କନ୍ୟା:-

ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ବନ୍ଦ ହୋଇଥିବା ବେପାର ପୁଣି ଚାଲୁ କରି ପାରିବେ। ଆୟ ଊତ୍ତମ ହେବାରୁ ଋଣ ପରିଶୋଧ କରିବାକୁ ଚେଷ୍ଟା କରିବେ।

ତୁଳା:-

ବାକ୍ୟ ସଂଯମତା ଯୋଗେ ନୂତନ ବନ୍ଧୁ ସୃଷ୍ଟି ହେବେ। ସହଜ ସରଲରେ ଋଣପ୍ରାପ୍ତି ଓ ଋଣ ପରିଶୋଧ କରିବାର ସୁବିଧା ସୁଯୋଗ ପାଇବେ।

ବିଛା:-

କର୍ମକ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହେବାର ଭୟ ନାହିଁ।

ଧନୁ:-

କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ। ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ମଳିମୋକଦ୍ଦମାରେ ସଫଳତା, ଆୟ ବୃଦ୍ଧି ହେତୁ ଆର୍ଥିକସ୍ଥିତି ସୁଦୃଢ ହେବ।

ମକର:-

ଅର୍ଥାଗମ ଦିଗ ଖୋଲା ରହିବ। କର୍ମକ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ। ରାଜନୀତି କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିବେ।

କୁମ୍ଭ:-

ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ, ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଯ୍ୟ  ପ୍ରାପ୍ତି ହେବ। ବ୍ୟବସାୟରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରି ପ୍ରଗତିର ବେଗ ତ୍ଵରାନ୍ୱିତ ହେବ।

ମୀନ:-

ଆର୍ଥିକ, ପାରିବାରିକ, କର୍ମ ଓ ବ୍ୟବସାୟ କ୍ଷେତ୍ରରେ ସ୍ଥିତି ସୁଦୃଢ ହେବ। ଶତୃପକ୍ଷ ଗୋଡ ଟାଣିବାର ପ୍ରଚେଷ୍ଠା କରିପାରନ୍ତି। ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ଦେଖାଦେଇପାରେ।

ପ୍ରତିକାର ସ୍ୱରୂପ:-

୧- ବୁଧବାର ଦିନ ବୃଦ୍ଧଦାରକ ମୂଳ ଉତ୍ତର ଦିଗରୁ ନିମନ୍ତ୍ରଣ କରି ଆଣି ସବୁଜ ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣ ବାହୁରେ ଓ ମହିଳାମାନେ ବାମ ବାହୁରେ ବାନ୍ଧନ୍ତୁ।

୨- ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

୩- ବୁଧବାର ଦିନ କିନ୍ନରକୁ ଶଙ୍ଖା, ସିନ୍ଦୂର ବା ସଧବା ସାମଗ୍ରୀ ଦାନ କରିଲେ ଅତ୍ୟନ୍ତ ଶୁଭ ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!