ଦୈନିକ ରାଶିଫଳ: ୭ ମାର୍ଚ୍ଚ ୨୦୧୮
ମେଷ:-
ଯେତେ ଅଧିକ ପରିଶ୍ରମ କରିବ ସେତେ ଅଧିକ ଲାଭ ହେବ। ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ମାନସିକ ଶାନ୍ତି ମିଳିବ। ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଶତୃ ଚାହିଁଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ପ୍ରତିକାର:- ତୁଲସୀ ମୂଳରେ ପାଣିଦେଇ ମାଟି ମୁଣ୍ଡରେ ଲଗାନ୍ତୁ।
ବୃଷ:-
ବ୍ୟାପାର ଓ କାରବାରରେ ସୁଧାର ଆସିବ। ଟଙ୍କାର ଆବଶ୍ୟକତା ପୂରଣହେବ। ବକ୍ତବ୍ୟପ୍ରଭାବ ଫଳରେ ପରାକ୍ରମ ବୃଦ୍ଧି ପାଇବ। ଅଫିସର ଓ ଉଚ୍ଚାଧିକାରୀ କାମରେ ପ୍ରସନ୍ନ ରହିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ଭବିଷ୍ୟତକୁ ଧ୍ୟାନରେ ରଖି ଖର୍ଚ୍ଚର ଚିଠା ପ୍ରସ୍ତୁତ କରିବେ। ପ୍ରତିକାର-କୌଣସି କନ୍ୟାକୁ ଧଳାମିଠା ଖାଇବାକୁ ଦେବେ।
Jyotirbid Dr. Pramod Satapathy
Jantra Jyotisha
For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366
ମିଥୁନ:-
ଧାର୍ମିକ କ୍ଷେତ୍ରରେ ଲୋକମାନେ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ। ଉଚ୍ଚ ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ଭାଇମାନଙ୍କ ଠାରୁ ଲାଭ ମିଳିବ। ଗୃହରେ ଶୁଭ କାର୍ଯ୍ୟ ମଧ୍ୟ ହୋଇପାରେ। ଧନ ଲାଭ ସହିତ ଜିମ୍ମେଦାରୀ ବଢିଯିବ। ବାହନ ଆଦି କ୍ରୟ କରିପାରିବେ। ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।
କର୍କଟ:-
ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ସହଯୋଗ ମିଳିବ। ନୂଆ କାମ ନୂଆ ପ୍ରେରଣା ଦେବ। ସମସ୍ତ କ୍ଷେତ୍ରରେ ଜୟ-ଜୟକାର ହେବ। ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ। ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବ। ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ।
<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>
ସିଂହ:-
ପତ୍ନୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ଓ ଆର୍ଥିକସ୍ଥିତିରେ ସୁଧାର ଆସିବ। ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ। ଶୁଭ ବା ମଙ୍ଗଳ କାମ କରିପାରିବେ। ଶତୃ ଓ ବିରୋଧୀମାନେ ପରାସ୍ତ ହେବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ପ୍ରତିକାର-ଉପହାର ସ୍ୱରୂପ ଲାଲରଙ୍ଗର ବସ୍ତୁ ଗ୍ରହଣ କରନ୍ତୁ ନାହିଁ।
କନ୍ୟା:-
ପତ୍ନୀଙ୍କ ଠାରୁ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ମିଳିବ। ବ୍ୟବସାୟରେ ସଫଳତା ପୂର୍ବକ ଆକସ୍ମିକ ଲାଭ ମିଳିପାରେ। ସମସ୍ତ ପରିସ୍ଥିତି ସୁଧୁରି ଯାଇ ନୂତନ କାମରେ ମଧ୍ୟ ଉନ୍ନତି ହେବ। ସରକାରୀ କ୍ଷେତ୍ରରେ ବହୁତ ଦିନରୁ ପଡିରହିଥିବା କାମ ଜଣେ ପ୍ରଭାବଶାଳି ବ୍ୟକ୍ତିଙ୍କ ସାହାଯ୍ୟରେ ସମ୍ପନ୍ନ ହେବ। ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।
ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।
ତୁଳା:-
ରାଜନୀତି କ୍ଷେତ୍ରରେ ଉତ୍ସାହବର୍ଦ୍ଧକ ସମାଚାର ପ୍ରାପ୍ତି ହେବ। ବହୁତ ଦିନର ଚିନ୍ତା ସମାପ୍ତ ହେବ। ମାତା-ପିତା ଓ ଗୁରୁଜନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ ଓ ମନ ଖୁସି ରହିବ। ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।
ବିଛା:-
ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ଦୌଡ-ଧୂପରେ ସୁଖ ଅନୁଭବ କରିବେ। ସମସ୍ତ ଚିନ୍ତା ଦୂର ହେବା ଫଳରେ ମାନସିକ ଶାନ୍ତି ପାଇବେ।ସାମାନ୍ୟ ପରିଶ୍ରମ କଲେ ଅଧିକ ଧନ ପ୍ରାପ୍ତି ହେବ। ଭାଇଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇଯିବ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।
ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।
ଧନୁ:-
ସ୍ଵାସ୍ଥ୍ୟରେ ସୁଧାର ଆସିବା ଫଳରେ ପୁରାତନ ରୋଗରୁ ଉପସମ ମିଳିବ। ଅଚାନକ ଭାବରେ ଦୂରଯାତ୍ରା କରିବେ। କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ।ଚାକିରି କରିଥିବା ବ୍ୟକ୍ତିମାନେ ବହୁତ ଲାଭ ଉଠାଇପାରିବେ। ପତ୍ନୀ, ସନ୍ତାନ ଓ ପରିବାର ସହଆଜି ସମୟ ବିତେଇବେ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।
ମକର:-
ସାମଞ୍ଜସ୍ୟ ଓ ସମନ୍ଵୟ ଦ୍ଵାରା କାମ ହାସଲ କରିପାରିବେ। ସବୁଥିରେ ସଫଳତା ମିଳିବ। ପରିବାରରେ ସୁଖ-ଶାନ୍ତି ବଜାୟ ରହିବ।ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ।ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।
Jyotirbid Dr. Pramod Satapathy
Jantra Jyotisha
For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366
କୁମ୍ଭ:-
କୌଣସି ମହିଳାଙ୍କ ସାହାଯ୍ୟ ଦ୍ଵାରା ଉନ୍ନତି କରିବେ। ମାତା-ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଆତ୍ମକେନ୍ଦ୍ରିତ ହୋଇଯିବେ। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ପରିଣାମ ମଧ୍ୟ ସାମ୍ନାକୁ ଆସିବ। ପ୍ରତିକାର- ସୋରିଷତେଲର ପରଟା କୁକୁରକୁ ଖାଇବାକୁ ଦିଅନ୍ତୁ।
ମୀନ:-
ଶତୃ ଓ ବିରୋଧୀମାନେ କୌଣସି କ୍ଷତି କରିପାରନ୍ତି। ବାଣିଜ୍ୟ ବ୍ୟାପାର କାମପାଇଁ ବାହାରକୁ ଯିବାକୁ ପଡିପାରେ। କୌଣସି ମହିଳାଙ୍କ ସାହାଯ୍ୟରେ ବିଗିଡିଥିବା କାର୍ଯ୍ୟ ସୁଧାରୀ ପାରିବେ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖର୍ଚ୍ଚାନ୍ତ ହୋଇପାରନ୍ତି। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।