ଆଜି କେମିତି ରହିବ ଆପଣଙ୍କ ଦିନ : ୨୭ ଜାନୁୟାରୀ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୨୭ ଜାନୁୟାରୀ ୨୦୧୮

ମେଷ-

ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ-

କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟରମାନେ ଆନନ୍ଦିତହେବେ। ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ପ୍ରତିକାର- ସୋରିଷତେଲରେ ପରଟା କରି କୁକୁରକୁ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ମିଥୁନ-

ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସୁଖଶାନ୍ତି ହାନିହେବା ସହ ଦାମ୍ପତ୍ୟ ସମସ୍ୟା ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ ଦେଖାଦେଇ ପରେ। ମହିଳାମାନେ ଧନମାନ ଦିଗରୁ ସୁରକ୍ଷିତ ରହିବେ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

କର୍କଟ

ମୂଲ୍ୟବାନ ବା ସୌଖୀନ ପଦାର୍ଥ ସଂଗ୍ରହ ତଥା ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ। ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବେ। ଆର୍ଥିକ ଦିଗରୁ ସୁବିଧା ଜନକ ପରିସ୍ଥିତି ଦେଖାଦେବ।  ମାନସିକ ଏକାଗ୍ରତା ବଜାୟ ରହିବ।

ସିଂହ-

ପାରିବାରିକ ଦ୍ଵନ୍ଦର ଅବସାନ ଘଟିବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। କର୍ମକ୍ଷେତ୍ରରେ ମାନ ମନାନ୍ତର ଦୂର ହେବା ଫଳରେ ପ୍ରଶଂସିତହେବେ। ରାଜନୀତିରେ ସଫଳତା ମିଳିବ। ବ୍ୟବସାୟରେ  ଆଶାତୀତ ଲାଭ ପାଇବେ। ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ। 

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

କନ୍ୟା-

ବ୍ୟବସାୟ ଓ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୃତକାର୍ଯ୍ୟ ହେବେ। ଉଚ୍ଚଆଶା ସଫଳ ହେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ। ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।  

ତୁଳା-

ପ୍ରଗତିର ପାଦକୁ ନିମ୍ନବର୍ଗୀୟ ଲୋକେ ଭିଡି ଧରିବେ। ଏହି ପରିପ୍ରେକ୍ଷୀରେ ଭାବମୂର୍ତ୍ତି ରକ୍ଷା କରି ଚାଲିବା କଠିନ ହୋଇପଡିବ। ନିଜର ଅବହେଳାରୁ ହ୍ରାସ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହେବ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ବିଛା-

ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ପ୍ରତିକାର- ଚଣାଡାଲି ହଳଦିଆ କପଡାରେ ବାନ୍ଧି ମନ୍ଦିରରେ ଦାନ କରନ୍ତୁ। 

ଧନୁ-

ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ ସୁପ୍ରଭାବ ପଡିବ । କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେମଧ୍ୟ ସ୍ଵାଭିମାନକୁ ବଜାୟ ରଖି କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ। ମହିଳାମାନେ ସୁଯୋଗ ପାଇବା ମଧ୍ୟେ ଗଠନମୂଳକ ଚିନ୍ତାଧାରାକୁ ଉଜ୍ଜୀବିତ କରି ଯୋଜନାବଦ୍ଧ ରୀତି ଗ୍ରହଣ କରି ପାରିବେ। ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ମକର-

ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡିବ। ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ। ମହିଳାମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ଅନୁଭବ କରିବେ। ପ୍ରତିକାର- ୧୧ଜଣ ପିଲାଙ୍କୁ ଧଳାମିଠା ଖାଇବାକୁ ଦେବେ। 

କୁମ୍ଭ-

ବ୍ୟବସାୟରେ ଲାଭ-କ୍ଷତି ପ୍ରତି ଭ୍ରୂକ୍ଷେପ କରିବେ ନାହିଁ ଯାହା ଫଳରେ ମନଅଧିକ ପ୍ରଭାବିତ ହେବ। ମହିଳାମାନେ ଆରାମରେ ଆସକ୍ତ ହେବା ଯୋଗେ ଆର୍ଥିକଦିଗ ଦୁର୍ବଳ ରହିବ। କର୍ମ କ୍ଷେତ୍ରରେ କଠିନ ପରିଶ୍ରମ ଯୁକ୍ତ ହେବେ ଓ ନିଜ କ୍ଷେତ୍ରରେ ଭାବମୂର୍ତ୍ତି ସୁରକ୍ଷିତ ରହିବ। ପ୍ରତିକାର- ସୋରିଷତେଲରେ ପରଟା କରି କୁକୁରକୁ ଖାଇବାକୁ ଦିଅନ୍ତୁ। 

ମୀନ:-

ବ୍ୟବସାୟରେ ଦୁଃସ୍ଥିତିର ସମସ୍ୟା ଅନେକାଂଶରେ ହ୍ରାସ ପାଇବ। କିଛି ନୂତନ ଯୋଜନା ମିଶାଇବା ଫଳରେ ବିଶେଷ ଲାଭବାନ୍ ହେବେ। କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ବିକାଶ ହେବ। ପ୍ରତିକାର-ଗ୍ରାମ୍ୟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!