ବ୍ୟବସାୟ କ୍ଷେତ୍ରରେ ଆୟ ଊତ୍ତମ ହେବ। ଆଜି କେମିତି ରହିବ ଆପଣଙ୍କ ଦିନ : ୨୪ ଜାନୁୟାରୀ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୨୪ ଜାନୁୟାରୀ ୨୦୧୮

ମେଷ:-

ଦୂର ଯାତ୍ରାରେ ସଫଳତା ପ୍ରାପ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ।  କ୍ଳାନ୍ତି ଓ ଅବସନ୍ନତା ଜନିତ ଆଳସ୍ୟଭାବ ଦେଖାଦେଲେବି ସେପରି ବିଶେଷ ରୋଗର ଲକ୍ଷଣ ଦେଖା ଦେବ ନାହିଁ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। ପ୍ରତିକାର:- ବୁଲାକୁକୁରକୁ ଖାଦ୍ୟ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ତୀର୍ଥାଟନ ଯୋଗ ଥିବାରୁ ଯାତ୍ରା କାଳରେ ଯନ୍ତ୍ରଣା ଭୋଗିବେ। କର୍ମ କ୍ଷେତ୍ରରେ ପରିବର୍ତ୍ତନ ଆସିବା ଫଳରେ ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ପରିବେଶ ସମ୍ମାନଜନକ ରହିବ। ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରରେ ଲୁଚକାଳି ଖେଳଭଳି ଦେଖା ଦେବ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ମିଥୁନ:-

ବ୍ୟବସାୟ  କ୍ଷେତ୍ରରେ ଅତ୍ୟନ୍ତ ଶୁଭ ଦାୟକ ହେବ। କର୍ମକ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ । ପାରିବାରିକ  ଜୀବନ ସୁଖରେ କଟିବ। ପ୍ରତିକାର- ହରିଡାଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

କର୍କଟ:-

କର୍ମ ସ୍ଥଳରେ ନିଜେ କଠିନ ପରିଶ୍ରମକରି ପତିଆରା ରକ୍ଷା କରିବେ । ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବେ। ନୃତ୍ୟଗୀତ ତଥା ମନୋରଞ୍ଜନରେ ମଜ୍ଜି ରହିବେ। ମହିଳାମାନେ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପ୍ରତିକାର- ଲିମ୍ବଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ସିଂହ:-

କର୍ମକ୍ଷେତ୍ରରେ ସମ୍ମାନ ପ୍ରତିଷ୍ଠା ପାଇବେ ଓ ସୁଖରେ ଦିନ କଟିବ। ପ୍ରଚୁର ଖଟଣି ଖଟି ନିଜର ଭାବ ମୂର୍ତ୍ତିକୁ ବଜାୟ ରଖିବେ। ବନ୍ଦ କରିଦେଉଥିବା ବେପାର ପୁଣି ଚାଲୁ ହେବ। ମହିଳା ମାନଙ୍କର ସାଧାରଣ ବାଧାବିଘ୍ନ ବଡ ଧରଣର ମନେ ହେବ। ପ୍ରତିକାର-ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।

କନ୍ୟା:-

ଚାକିରିରେ ଫଳ ମଧ୍ୟମ ଅସ୍ଥିରତା ସମ୍ପୂର୍ଣ ଦୂର ହେବ ନାହିଁ। ନିକଟକୁ ସ୍ଥାନାନ୍ତର ହୋଇ କର୍ମର ସାଧାରଣ ପରିବର୍ତ୍ତନ ଘଟିପାରେ। କଠିନ ପରିଶ୍ରମର ବାଧ୍ୟ-ବାଧକତାରୁ ସ୍ଵାସ୍ଥ୍ୟପୀଡା ତଥା ଅଏସ୍ –ଆରାମ ହାନି ପ୍ରତି ଉପେକ୍ଷା କରିହେବ ନାହିଁ । ପ୍ରତିକାର- ରାଶି ୫୦ ଗ୍ରାମ୍ ଓ ଗୁଡ ୨୦୦ ଗ୍ରାମ୍ କଳାକପଡାରେ ବାନ୍ଧି ମନ୍ଦିରରେ ଦାନ କରନ୍ତୁ।

ତୁଳା:-

ବ୍ୟବସାୟ କ୍ଷେତ୍ରରେ ଆୟ ଊତ୍ତମ ହେବ। ମାଲିମୋକଦ୍ଦମାରେ ଓ ରାଜନୀତିରେ ଶତ୍ରୁ ବା ବିରୋଧୀମାନେ ତଳମୁହାଁ ହେବେ। ପାରିବାରିକ ଓ ଦାମ୍ପତ୍ୟସୁଖରେ ମଜଗୁଲ ରହିବେ। ମାନସିକ ସ୍ଥିରତା ବଜାୟ ରହିବ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବିଛା:-

ଆଶା ଆକାଂକ୍ଷା ପୂର୍ତ୍ତି ଘଟିବା ଯୋଗେ ଶାନ୍ତିର ନିଃଶ୍ଵାସ ମାରି ପାରିବେ। ଅନେକ ଦିଗରୁ ମନୋବଳ ପାଇ ପ୍ରତିକୂଳତତ୍ତ୍ଵ ସହ ମୁକାବିଲା କରିବାର ସାମର୍ଥ୍ୟ ବୃଦ୍ଧି ପାଇବ। ପ୍ରତିଯୋଗୀତା କ୍ଷେତ୍ରକୁ ମୁହାଁଇଲେ ବାଧାବିଘ୍ନକୁ ପଛରେ ପକାଇ ଅଗ୍ରଗତିର ବେଗ ବଢିଯିବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଧନୁ:-

ସତର୍କ ରହିଲେ ଆର୍ଥିକ ଭରସାମ୍ୟ ରକ୍ଷାକରୀ ପାରିବେ। ହାତଖାଲି ହେବା ବେଳକୁ ଦୈବୀ ସହାୟତା ତଥା କର୍ମଯୋଗ ଦ୍ଵାରା ଖାଲି ହାତ ପୁଣି ଭରି ହୋଇଯିବ। ହାତେମାପି ଚାଖଣ୍ଡେ ନ ଚାଲିଲେ ସମସ୍ୟା ଜାଲରେ ଛନ୍ଦି ହୋଇଯିବେ। ପ୍ରତିକାର- ମୁଗଡାଲି ମନ୍ଦିରରେ ଦାନ କରନ୍ତୁ।

ମକର:-

ରାଜନୀତି କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠାର ଦ୍ଵାର ସାହାଣମେଲା ହେବ। ମାଲି-ମୋକଦ୍ଦମାରେ ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ। ବ୍ୟବସାୟ କ୍ଷେତ୍ରରେ କରିଥିବା ସଂଘର୍ଷର ଫଳସ୍ୱରୂପ ଆଶାତୀତ ଲାଭ ପାଇବେ । ପ୍ରତିକାର- କୋଳଥ ଓ ଗୁଡ କଳା କପଡାରେ ବାନ୍ଧି ମନ୍ଦିରରେ ଦାନ କରନ୍ତୁ।

କୁମ୍ଭ:-

ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ବଦଳିର ଭୟ ନଥାଇ ପଦୋନ୍ନତିର ସମ୍ଭାବନା ରହିଛି। ଉପରିସ୍ଥ ଅଧିକାରୀଙ୍କ କୃପା ଦୃଷ୍ଟିରେ ରହିପାରିବେ। ନିମ୍ନବର୍ଗର  ସହକର୍ମୀ କେହି ଉଦ୍ଦେଶ୍ୟ ପ୍ରଣୋଦିତ ହାନି ପହଞ୍ଚାଇବାର ଉଦ୍ୟମ କରି ଅପଦସ୍ତ ହେବେ। ପ୍ରତିକାର- ତୁଳସୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ:-

କର୍ମ କ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ। ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ବ୍ୟବସାୟ କ୍ଷେତ୍ରରେ କୃଷିଜାତ ଦ୍ରବ୍ୟ ବ୍ୟବସାୟରେ ଦ୍ଵିଗୁଣା ଲାଭ ପାଇବେ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ପ୍ରତିକାର- ଗୋଟାବିରି ୩୦୦ଗ୍ରାମ୍ ଗରିବ ଲୋକକୁ ଦାନ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!