ଦୈନିକ ରାଶିଫଳ: ୧୯ ଅଗଷ୍ଟ ୨୦୧୮। ଏହି ୨ଟି ରାଶି ପାଇଁ ଆଜି ଦିନଟି ଅତ୍ୟନ୍ତ ସୁଖପ୍ରଦ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୯ ଅଗଷ୍ଟ ୨୦୧୮। ଏହି ୨ଟି ରାଶି ପାଇଁ ଆଜି ଦିନଟି ଅତ୍ୟନ୍ତ ସୁଖପ୍ରଦ।

ମେଷ:–

ବୃତ୍ତିଗତ ଦୃଷ୍ଟିରୁ ଆୟରସ୍ରୋତ ବୃଦ୍ଧିହେବ ଓ ଆର୍ଥିକ ଦିଗରୁ ସୁରକ୍ଷିତ ରହିବେ। ଶର୍ଦ୍ଦି ଓ ପିତ୍ତ ଦୋଷ ରୋଗରୁ ମୁକ୍ତି ମିଳିବ। ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ। ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ଅନୁଭବ କରିବେ। ବିବାଦୀୟ ସଙ୍କଟ ସୃଷ୍ଟି ହୋଇପାରେ। ଅର୍ଥ ସଂପର୍କିତ ଚୁକ୍ତିପତ୍ର ବର୍ଜନ କରନ୍ତୁ। ପରୀକ୍ଷାରେ ଯଥାର୍ଥ ଉତ୍ତର ଲେଖିବା ପାଇଁ ଭୁଲିଯିବେ। ପାରିବାରିକ ସ୍ତରରେ ସ୍ୱାର୍ଥ ପ୍ରବୃତ୍ତିର ଅଧିନ ହୋଇ ସମ୍ପର୍କର ମଧୁର ସ୍ୱାଦରୁ ଦୂରେଇ ଯିବେ। କୃଷିଜିବୀମାନେ ଉତ୍ସାହିତ ରହିଲେ ମଧ୍ୟ ଅନେକ କ୍ଷେତ୍ରରେ ସ୍ୱାଭିମାନ ନଷ୍ଟ ହେବାର ସମ୍ଭାବନା ଅଛି। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:–

ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ମାନସିକ ଅସ୍ଥିରତା ଦୂର ହେବ। ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ବାଦବିବାଦରେ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ। ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ। କୃଷିଜିବୀମାନେ କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇ ହସଖୁସିରେ ସମୟ ବିତାଇବେ। ଆର୍ଥିକ ଦିଗରୁ ସୁବିଧା ସହଯୋଗ ମିଳିବ। ପୈତୃକ ସମ୍ପତ୍ତି ପ୍ରାପ୍ତି ହେବ। ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନ:–

ଯୁବକ ଯୁବତୀମାନେ ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। କୃଷିଜୀବିମାନଙ୍କର ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ।  କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଦାମ୍ପତ୍ୟ ଜୀବନରେ ଅଶାନ୍ତିର ଝଡ଼ ଦୂର ହୋଇଯିବ। ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ। ଶୁଭକାର୍ଯ୍ୟ ସମ୍ପାଦନ କରିବେ। ବିଦ୍ୟାର୍ଥୀମାନେ ପରିଶ୍ରମ କରି ପରିଶ୍ରମର ମୂଲ୍ୟ ପାଇବେ। ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

<<Vastu>>> | <<< Jataka Bichara >>>

କର୍କଟ:–

ପାରିବାରିକ କ୍ଷେତ୍ରରେ ନିଜର କ୍ରୋଧକୁ ଦମନକଲେ ହସଖୁସିର ବାତାବରଣ ଦେଖାଦେବ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।  ରାଜନୀତିରେ ପ୍ରଶଂସିତ ହେବେ।  ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ସନ୍ତାନଙ୍କ ସୁଫଳ ଆଶାରେ ଉଲ୍ଲସିତ ହେବେ। ଧାର୍ମିକ କ୍ଷେତ୍ରରେ ନିୟୋଜିତ ହୋଇ ଅର୍ଥ ବ୍ୟୟ କରିବେ। ପ୍ରତିକାର-ଅସହାୟକୁ ଖାଇବାକୁ ଦିଅନ୍ତୁ ।

ସିଂହ:–

ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ଦୂର ହେବ। କୌଣସି ତିର୍ଥସ୍ଥାନକୁ ଗମନ କରିବା ପାଇଁ ଇଛୁକ ହେବେ। ନିଜର ର୍ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ। କୃଷିଜୀବିମାନଙ୍କର ସାମାଜିକ ପତିଆରା ଅମଳିନ ରହିବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି କରିଲେ ଭଲ ହେବ ନଚେତ୍‌ ବିପଦରେ ପଡ଼ିବେ। ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଠିକ୍‌ ଫଳ ପାଇବେ ନାହିଁ। ପାରିବାରିକକ୍ଷେତ୍ରରେ ଅସନ୍ତୋଷ ଦେଖାଦେବ। ମହିଳାମାନେ ପିଲାମାନଙ୍କ କାର୍ଯ୍ୟପ୍ରତି ଦୃଷ୍ଟିରଖି ମନ ବିଷାଦଗ୍ରସ୍ତ ହେବ। ଚକ୍ଷୁପୀଡାପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର-କୁକୁରକୁ ଖାଇବାକୁ ଦିଅନ୍ତୁ।

କନ୍ୟା:–

ସନ୍ତାନ-ସନ୍ତତିଙ୍କ ତରଫରୁ ଚିନ୍ତା ଦୂର ହେବ ଓ ଶୁଭସମାଚାର ଶୁଣିବାକୁ ମିଳିବ। କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବେ। ଆୟ ଉପାର୍ଜନ ଉତ୍ତମ ଧରଣର ହେବ। ପ୍ରତିଯୋଗୀ ପରୀକ୍ଷା, ବିଭାଗୀୟ ପରୀକ୍ଷା ଓ ସାକ୍ଷାତ୍କାରରେ ମନରେ ସନ୍ତୋଷ ଦେଖାଦେବ। କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂର୍ତ୍ତି ନିମନ୍ତେ ସାମାନ୍ୟ ପରିଶ୍ରମ କରିବାକୁ ପଡ଼ିବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ମହିଳାମାନେ ବିଭିନ୍ନ ଦିଗରୁ ଲାଭବାନ୍ ହେବେ। କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ। ପ୍ରତିକାର-ଛୋଟପିଲାକୁ ଚକୋଲେଟ୍‌ ଦିଅନ୍ତୁ ।

ତୁଳା:–

ପାରିବାରିକକ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ନିର୍ମାଣ ମୂଳକ ଯୋଜନାରେ ଆଗେଇବେ। ବାଦବିବାଦ, ମାଲିମକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା, ଖେଳ, କୁଦ, ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବା ଫଳରେ ପ୍ରଶଂସିତ ହେବେ।  ରାଜନୀତିରେ କୃତକାର୍ଯ୍ୟ ହେବେ।  ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ।  ବୃତ୍ତିଗତ ଦୃଷ୍ଟିରୁ ସବୁଦିଗରୁ ସୁରକ୍ଷିତ ରହିବ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ।  ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ପ୍ରତିକାର-ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବିଛା:–

ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦ ଅନୁଭବ କରିବେ।  ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ।  ବ୍ୟବସାୟରେ  ଉଧାର ଦେଇ ଫେରି ପାଇବା ସହଜ ହେବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ।  ବିଦେଶ ଯାତ୍ରାରେ ଲାଭ ପାଇବେ।  ମହିଳାମାନେ ପତୀବ୍ରତା ଓ ବନ୍ଧୁମାନଙ୍କ ହିତୈଷିଣୀ ହେବେ ଓ ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ପ୍ରତିକାର-କାହାରିଠାରୁ ମାଗଣା ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ଧନୁ:–

ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବ। ମହିଳାମାନେ ସନ୍ତାନ-ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। କର୍ମ ମୁଖରତା ଯୋଗେ ବିଚ୍ଛିନ୍ନ ହୋଇ ପଡ଼ିବା ଅସମ୍ଭବ ନୁହେଁ। ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ କୃତକାର୍ଯ୍ୟ ହେଲେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଅନ୍ୟମନସ୍କ ରହିବେ। କୃଷିଜୀବିମାନଙ୍କର ଅସନ୍ତୋଷ ଜନକ ପରିସ୍ଥିତି ସୃଷ୍ଟି ହେବ ଓ ଅଯଥା ସମୟ ନଷ୍ଟହେବ। ପାରିବାରିକ ସ୍ଥିତିରେ ସୁଦୃଢ ହେବ। ମାନସିକ ଦୁଶ୍ଚିନ୍ତା ଦୂର ହେବ। ଧର୍ମକ୍ଷେତ୍ରରେ ଲିପ୍ତ ରହିବେ। ଋଣରୁ ମୁକ୍ତି ହେବାପାଇଁ ଯୋଜନା କରିବେ। ଶତ୍ରୁବାଧା ଦୂରେଇ ଯିବ। ପ୍ରତିକାର-ଘରୁ ବାହାରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

ଆହୁରି ପଢନ୍ତୁ: ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ ପୂର୍ବ ଜନ୍ମରେ କଣ ଥିଲେ?

ମକର:–

ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। କୃଷିଜୀବିମାନେ ସାମାଜିକ ପତିଆରା ଅମଳିନ ରହିବା ସହ କିଛି ଅର୍ଥ ଧାର୍ମିକ କ୍ଷେତ୍ରରେ ଦାନ କରିବାକୁ ବାଧ୍ୟ ହେବେ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ମାନସିକ ବିଷାଦ, ଦାମ୍ପତ୍ୟକଳହ, ଭୟ ଆଶଙ୍କା ଦୂରେଇ ଯିବ। ପାରିବାରିକକ୍ଷେତ୍ରରେ ସ୍ନେହ ସଦ୍ଭାବ ବିରାଜମାନ କରିବ। ମହିଳାମାନଙ୍କ ମାନସିକ ସ୍ଥିତି ଭଲ ରହିବ ଓ ଧୈର୍ଯ୍ୟ ସହନ ଶୀଳତା କାଏମ ରହିବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ପ୍ରତିକାର-ଅସହାୟକୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ:–

ଦାମ୍ପତ୍ୟ କଳହ ଦୂର ହେବ। ମନ ଓ ଶରୀର ସାମାନ୍ୟ ଭଲ ରହିବ। ଛାତ୍ର ଛାତ୍ରୀମାନଙ୍କର ପଢ଼ାପଡ଼ିରେ ମନ ଲାଗିବା ହେତୁ ସଠିକ୍‌ ଉତ୍ତର ଲେଖିପାରିବେ । କୃଷିଜୀବିମାନେ ତିର୍ଥସ୍ଥାନକୁ ଯାତ୍ରା କରି ଉଦରପୀଡ଼ା, ରକ୍ତଚାପ ରୋଗରୁ ମୁକ୍ତି ପାଇବେ। ଘରୋଇ କର୍ମଚାରୀଙ୍କ ନିଜଲୋକମାନେ ସାହାଯ୍ୟ ସହଯୋଗ କରିବେ। ପାରିବାରିକକ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ଦୂରେଇଯାଇ ସହନ ଶୀଳତା କାଏମ ରହିବ। ମହିଳାମାନେ ପିଲାମାନଙ୍କ ସମସ୍ୟା ବିଷୟରେ ଚିନ୍ତା କରି ଖୁସି ରହିବେ। ଯୁବକ ଯୁବତୀମାନଙ୍କର ଆୟ ଉପାର୍ଜନରେ ବାଧା ସୃଷ୍ଟି ହେବନାହିଁ। ପ୍ରେମିକ ପ୍ରେମିକା ମାନଙ୍କର  ମନରେକ୍ଷୋଭ ହତାଶାଭାବ ଦୂରହେବ। ପ୍ରତିକାର-ଭୋକିଲା ଲୋକକୁ ଖାଇବାକୁ ଦିଅନ୍ତୁ ।

ମୀନ:–

ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ। ଅଯଥା ବାକ୍ବିତଣ୍ଡା ବା ବାଦ ବିବାଦରୁ ଦୂରତା ରକ୍ଷାକରନ୍ତୁ। କୃଷିଜୀବିମାନେ ଧାର୍ମିକ କାର୍ଯ୍ୟରେ ଲିପ୍ତ ଥିବାରୁ ସମସ୍ତ କ୍ଷେତ୍ରରେ ରକ୍ଷା ପାଇବେ। ପାରିବାରିକକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସନ୍ତାନ-ସନ୍ତତିଙ୍କ ଦିଗରୁ ସୁସମ୍ବାଦ ପାଇ ଆନନ୍ଦିତ ହେବେ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଅନିଶ୍ଚିତ ଆୟ ଉପାର୍ଜ୍ଜନ କରିବେ ଓ ଅଭାବ ଅନାଟନ ଦୂରେଇ ଯିବ। ମହିଳାମାନେ ଶାରୀରିକ ସୁସ୍ଥତା ଅନୁଭବ କରିବେ। ଘରୋଇ କର୍ମଚାରୀମାନେ ବିବାଦୀୟ ଦୁଃସ୍ଥିତିରେ ଜଡ଼ିତ ହୋଇପାରନ୍ତି। ପ୍ରତିକାର-ବିଦ୍ୟାର୍ଥୀକୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!