ଜୀବନରେ ସମସ୍ତ ସମସ୍ୟାକୁ ଦୂର କରି ପାରିବ ଏହି ବାସ୍ତୁ ଟିପ୍ସ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନରେ ସମସ୍ତ ସମସ୍ୟାକୁ ଦୂର କରି ପାରିବ ଏହି ବାସ୍ତୁ ଟିପ୍ସ।

ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ତ ନିଶ୍ଚିନ୍ତ ଅଛି। କାହାର ପାରିବାରିକ ଜୀବନରେ ସୁଖ ଶାନ୍ତି ନାହିଁ ତ କାହାର ଧନର ଅଭାବକୁ ନେଇ ଚିନ୍ତା। କିନ୍ତୁ ବହୁତ ଥର ଏମିତି ବି ହୁଏ ଯେବେ ସବୁ କିଛି ଠିକ ଥାଏ କିନ୍ତୁ ସୁଖ ଶାନ୍ତି ନ ଥାଏ। ଯଦି ଅପାଣଙ୍କ ଜୀବନରେ ମଧ୍ୟ ଏହି ଭଳି କିଛି ସମସ୍ୟା ଅଛି ତେବେ ତାହା ବାସ୍ତୁ ଦୋଷରୁ ହେଉଅଛି ବୋଲି ଜାଣିବେ। ବାସ୍ତୁ ଦୋଷ ଖଣ୍ଡନ ପାଇଁ କିଛି ଛୋଟ ଛୋଟ ଉପାୟ କରି ଏହି ସବୁ ସମସ୍ୟାରୁ ମୁକ୍ତି ମିଳିପାରିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତେବେ ଆସନ୍ତୁ ଜାଣିବା ଆମ ନୀତିଦିନ ଜୀବନରୁ କିଛି ଏଭଳି ଟିପ୍ସ ଯାହା ଆପଣଙ୍କ ସମସ୍ୟାକୁ ଦୂର କରି ସୁଖ ଓ ସମୃଦ୍ଧି ଆଣିଦବ।

ସାକାରାତ୍ମକ ଊର୍ଜା ପାଇଁ

ଦୌଡୁଥିବା ଧଳା ଘୋଡାର ଏକ ଚିତ୍ର ଘରର କୌଣସି କାନ୍ଥରେ ଲଗେଇ ଦିଅନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘୋଡା ଶକ୍ତି ଓ ଊର୍ଜାର ପ୍ରତୀକ। ଧଳା ଘୋଡା ସାକାରାତ୍ମକ ଊର୍ଜାର ପ୍ରତୀକ ହୋଇଥିବାରୁ ସେହି ଚିତ୍ର ଲଗାଇବା ଦ୍ଵାରା ପରିବାରକୁ ସାକାରାତ୍ମକ ଊର୍ଜା ମିଳିଥାଏ।

ଲାଗିରହିଥିବା ବିଷାଦରୁ ମୁକ୍ତି ପାଇଁ

ଯଦି ଆପଣ ପକ୍ଷୀ ପାଳିବାକୁ ଭଲପାଆନ୍ତି ତେବେ ଘରର ଦକ୍ଷିଣ ଭାଗର କୋଣରେ ପକ୍ଷୀଥିବା ଗୋଟିଏ ପିଞ୍ଜରା ଟାଙ୍ଗିଦିଅନ୍ତୁ। ପକ୍ଷୀମାନଙ୍କର ସ୍ଵରରେ ଘରେଥିବା ବିଷାଦ ଦୂର ହୋଇଯିବ।

କର୍ମ କ୍ଷେତ୍ରରେ ଉନ୍ନତି ପାଇଁ

କର୍ମ କ୍ଷେତ୍ରରେ ବି ଯଦି ଅପାଣଙ୍କ ମନ ଲାଗୁ ନାହିଁ ତେବେ ଆପଣ କାମ କରୁଥିବା Laptop ବା କମ୍ପୁଟରର ସ୍କ୍ରୀନରେ ଦୌଡୁଥିବା ଘୋଡାର ଫୋଟୋ ଲଗାନ୍ତୁ। ଏହା ଦ୍ଵାରା ଆପଣଙ୍କ ମନ କାମରେ ଲାଗିବା ସହ ଆପଣ ବହୁତ ଊର୍ଜାବାନ ଅନୁଭବ କରିବେ। ଏବଂ କର୍ମରେ ଉନ୍ନତି ହେବ।

ସର୍ବଦା ମନ ଦୁଃଖ ରହୁଥିଲେ

ଯଦି ଆପଣଙ୍କ ମନ ସବୁବେଳେ ଉଦାସ ରହୁଛି ତେବେ ଆପଣ ନିଜ ସ୍କୁଲ ଓ କଲେଜରେ ପାଇଥିବା ସମସ୍ତ ପୁରସ୍କାର ଓ ସାର୍ଟିଫିକେଟକୁ ଘରର ଦକ୍ଷିଣ ଭାଗରେ ଥିବା ଥାକରେ ରଖି ଦିଅନ୍ତୁ। ଆପଣଙ୍କ ଡ୍ରଇଂରୁମର ଦକ୍ଷିଣ ଭାଗରେ ଏହି ପୁରସ୍କାରସବୁ ରଖିବା ପାଇଁ ଆପଣ ସେଲ୍ଫ ମଧ୍ୟ ବନେଇପାରିବେ।

ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ

ଗୃହରେ ସର୍ବଦା ସୁଖ ଶାନ୍ତି ସମୃଦ୍ଧି ପାଇଁ ନିଜ ବଗିଚାର ଦକ୍ଷିଣ ଭାଗରେ ନାଲିରଙ୍ଗର ଫୁଲ ଗଛ ଲଗାନ୍ତୁ। ଯଦି ଘରେ କୌଣସି ବଗିଚା ନାହିଁ ତେବେ ଘର ଭିତରେ ମଧ୍ୟ ନାଲି ଓ ହଳଦୀ ରଙ୍ଗର ଗଛ ଲଗେଇପାରିବେ। କେବଳ ହଳଦୀ ରଙ୍ଗର ଗଛ ଲଗେଇବେ ନାହିଁ।

ଘରର ପରିବେଶରେ ହସଖୁସିର ବାତାବରଣ ପାଇଁ

ଯଦି ଆପଣଙ୍କ ଘରେ ସମସ୍ତେ ବହୁତ ଚୁପଚାପ ବା ନୀରବ ରହୁଛନ୍ତି, କେହି କାହା ସହ ବେସୀ କଥା ହେଉ ନାହାନ୍ତି, ଏମିତିକି ଛୁଆମାନେ ମଧ୍ୟ ବେସୀ ଏକ୍ଟିଭ ରହୁ ନାହାନ୍ତି ତେବେ ଘରେ ନାଲି ରଙ୍ଗର ଚିତ୍ର ଲଗାନ୍ତୁ। ନାଲି ରଙ୍ଗର ଫୋଟୋ ନଥିଲେ ଫ୍ରେମକୁ ନାଲିରଙ୍ଗ କରିପାରିବେ। ଏହାକୁ ଘରର ଦକ୍ଷିଣ ଭାଗରେ ରଖିବେ। ନିଜ ଶୟନ କକ୍ଷରେ ରଙ୍ଗ ବେରଙ୍ଗର ମହମବତି ଲଗାନ୍ତୁ, ଏହାର ଝିଲିମିଲି ଆଲୋକ ମନରେ ଏକ ଶାନ୍ତି ଆଣି ଦେଇଥାଏ। ଯାହା ଆପଙ୍କ ଜୀବନକୁ ମଧ୍ୟ ରଙ୍ଗୀନ କରିଦିଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!