ବାସ୍ତୁ ଆମ ଜୀବନରେ ବହୁତ ମହତ୍ଵ ପୂର୍ଣ୍ଣ ଅଟେ । ଜୀବନରେ ସମସ୍ତେ ଚାହାନ୍ତି ଭଲ ରୋଜଗାର କରିବାକୁ କିନ୍ତୁ ଏହା ସମସ୍ତଙ୍କ ଭାଗ୍ୟରେ ନଥାଏ । ଏମିତି କିଛି ଲୋକ ଅଛନ୍ତି ଯାହା ରୋଜଗାର କରନ୍ତି ତାଙ୍କୁ ଅଣ୍ଟେ ନାହିଁ । କିଛି ଲୋକ ବହୁତ ସଫଳ ହୋଇ ମଧ୍ୟ ଧନ ସମ୍ବନ୍ଧିତ ସମସ୍ୟାରେ ସବୁବେଳେ ବୁଡି ରହନ୍ତି । କେବେ ଆପଣ ଭାବିଛନ୍ତି ଏହା କାହିଁକି ହୋଇଥାଏ? ତେବେ ଜାଣିନୀୟନ୍ତୁ, ଏହା ଆପଣଙ୍କ ଘରେ ଥିବା ବାସ୍ତୁ ଜନିତ ସମସ୍ୟାରୁ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇଁ କିଛି ଏମିତି ଟିପ୍ସ ଦେବାକୁ ଯାଉଛୁ ଯାହା କରିଲେ ଆପଣ ବହୁତ ଖୁସିରେ ରହି ପାରିବେ ।
ଜ୍ୟୋତିଷ ଶାସ୍ତ୍ରରେ ବାସ୍ତୁକୁ ବିଶେଷ ମହତ୍ତ୍ଵ ଦିଆ ଯାଇଛି । ଯଦି ଘରେ ବାସ୍ତୁର ସ୍ଥିତି ଭଲ ଅଛି, ତେବେ ଏଥିରୁ ସୁଖ ଓ ସମୃଦ୍ଧି ଆସିଥାଏ । ରୋଜଗାର ଓ ସେଭିଙ୍ଗ ବଢିଥାଏ । ସେଇଠି ଯଦି ଘରେ ବାସ୍ତୁ ଦୋଷ ଥାଏ ସବୁ ପ୍ରକାରର ସମସ୍ୟା ଦେଖାଦିଏ । ବାସ୍ତୁ ଶାସ୍ତ୍ରରେ ଦିଗର କିଛି ଉପାୟ କରିବା ଦ୍ଵାରା ଆମେ ଧନ ଓ ଚାକିରିରେ ଆସୁଥିବା ସମସ୍ତ ପ୍ରକାରର ସମସ୍ୟା କୁ ଦୂର କରି ପାରିବା । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।
ଧନ ଓ ଚାକିରି ପାଇଁ ଉପାୟ
– ଦକ୍ଷିଣପୂର୍ବ ରେ ଅଗ୍ନିତତ୍ତ୍ଵର ସ୍ଥାପନା କରନ୍ତୁ ସେ ରୋଷେଇଘରେ, ଗିଜର, ଚୁଲି କିମ୍ବା ଅଗ୍ନି ତାପର ବ୍ୟବସ୍ଥା ହେଉ ବା ସବୁଠୁ ଭଲ ହେବ ଲାଲ ବଲ ଜଳାଇବା ।
– ଦକ୍ଷିଣପଶ୍ଚିମ ରେ ହଳଦିଆ ମାଟିର ଫୁଲଦାନି ରଖନ୍ତୁ । ଏଥିରୁ ସେଭିଙ୍ଗ ବଢିବ ଓ ନୂଆ ସମ୍ପତ୍ତି ମିଳିବାର ସମ୍ଭାବନା ହେବ ।
– ଯଦି ପ୍ରାଇଭେଟ ସେକ୍ଟରରେ ଚାକିରି ଚାଲିଯାଇଛି ବା ଚାକିରି ମିଳୁ ନାହିଁ ତେବେ ଉତ୍ତର ଦିଗରେ ନୀଳ ରଙ୍ଗର ବୋତଲରେ ମନି ପ୍ଳାଣ୍ଟ ଲଗାନ୍ତୁ ଓ ଚମତ୍କାର ଦେଖନ୍ତୁ ।
– ଠିକ ଉତ୍ତରରେ ଘର ଭିତରେ କୁବେରଙ୍କୁ ସ୍ଥାପନ କରନ୍ତୁ କିନ୍ତୁ ଧ୍ୟାନ ରଖିବେ ଏହାର ପୂଜା କରିବେ ନାହିଁ କାରଣ ଅର୍ଦ୍ଧଦେବତାଙ୍କ ପୂଜା କରାଯାଏ ନାହିଁ ।
– ପଶ୍ଚିମ ବା ଦକ୍ଷିଣପୂର୍ବ ରେ ମହାଲକ୍ଷ୍ମୀଙ୍କୁ ସ୍ଥାପନ କରନ୍ତୁ କିନ୍ତୁ ଧ୍ୟାନ ରଖିବେ ତାଙ୍କ ଚିତ୍ରରେ ଚାରିଟି ହାତୀ ଥିବା ଆବଶ୍ୟକ ।