ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ ପୂର୍ବ ଜନ୍ମରେ କଣ ଥିଲେ? ତେବେ ଏହାକୁ ନିଶ୍ଚିନ୍ତ ପଢନ୍ତୁ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ ପୂର୍ବ ଜନ୍ମରେ କଣ ଥିଲେ? ତେବେ ଏହାକୁ ନିଶ୍ଚିନ୍ତ ପଢନ୍ତୁ।

ଜନ୍ମ କୁଣ୍ଡଳୀରୁ ଜଣେ ବ୍ୟକ୍ତି ବିଷୟରେ ସବୁ କିଛି ଜଣା ପଡିଥାଏ। ତାହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟ ସବୁ କିଛି ତାର କୁଣ୍ଡଳୀରୁ ଜଣା ପଡେ। ମନୁଷ୍ୟର କେବଳ ଶରୀର ନଷ୍ଟ ହୁଏ କିନ୍ତୁ ଆତ୍ମା ଅମର ଅଟେ ବୋଲି ଏହା ମାନ୍ୟତା ଅଛି। ଆତ୍ମା ଗୋଟେ ଶରୀରକୁ ତ୍ୟାଗ କରି ଅନ୍ୟ ଶରୀରରେ ପ୍ରବେଶ କରେ ଯାହାକୁ ପୁନର୍ଜନ୍ମ ବୋଲି କୁହାଯାଏ। ବହୁତ ଲୋକ ଏହା ଜାଣିବାକୁ ଇଛୁକ ଥାନ୍ତି ଯେ ସେମାନେ ପୂର୍ବ ଜନ୍ମରେ କଣ ଥିଲେ। ଆଜିର ସମୟରେ ଏହି ବିଷୟରେ କେବଳ ନିଜ ଜନ୍ମ କୁଣ୍ଡଳୀରୁ ବା ଗ୍ରନ୍ଥର ସହାୟତାରୁ ହିଁ ମିଳିପାରିବ। ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି କହିବୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କୁଣ୍ଡଳୀର ସମସ୍ତ ଭାବରୁ ଜାଣନ୍ତୁ ପୂର୍ବ ଜନ୍ମ ବିଷୟରେ

ଯଦି କୁଣ୍ଡଳୀର ଏକାଦଶ ଭାବରେ ରବି, ପଞ୍ଚମରେ ଗୁରୁ ତଥା ଦ୍ବାଦଶରେ ଯଦି ଶୁକ୍ର ଥିବେ ତେବେ ସେହି ବ୍ୟକ୍ତି ପୂର୍ବଜନ୍ମରେ ଜଣେ ଧର୍ମାତ୍ମା ଥିଲେ ବା ସମସ୍ତଙ୍କୁ ସାହାଯ୍ୟ କରିବା ତାଙ୍କର ସ୍ଵଭାବ ଥିଲା ବୋଲି ଜାଣିବେ।

ଚନ୍ଦ୍ର ଯଦି ଲଗ୍ନରେ ଓ ଉଚ୍ଚ ରାଶିରେ ଅବସ୍ଥାନ କରିଥାନ୍ତି ତେବେ ବ୍ୟକ୍ତି ପୂର୍ବ ଜନ୍ମରେ ବହୁତ ବୁଦ୍ଧିମାନ ଓ ଏକ ଭଲ ବ୍ୟବସାୟୀ ଥିଲେ ବୋଲି ଜାଣିବେ।

ଯଦି ଆପଣଙ୍କ କୁଣ୍ଡଳୀରେ ଚାରୋଟି ବା ଅଧିକ ଗ୍ରହ ନୀଚ୍ଚ ରାଶିରେ ଥିବେ ତେବେ ସେହି ବ୍ୟକ୍ତି ଆତ୍ମହତ୍ୟା କରିଥିବେ ବୋଲି ଜାଣିବେ।

ଯଦି ରବି କୁଣ୍ଡଳୀର ଷଷ୍ଠ, ଅଷ୍ଟମ କିମ୍ବା ଦ୍ଵାଦଶ ଭାବରେ ଥାଏ ବା ତୁଳା ରାଶିରେ ଥାଏ ତେବେ ବ୍ୟକ୍ତି ପୂର୍ବ ଜନ୍ମରେ ବେଇମାନ ଜୀବନ ବିତେଇ ଥାଏ।

କୁଣ୍ଡଳୀର ଲଗ୍ନ କିମ୍ବା ସପ୍ତମ ଭାବରେ ଶୁକ୍ର ଥିଲେ ବ୍ୟକ୍ତି ପୂର୍ବ ଜନ୍ମରେ ରାଜା ଥିଲେ ବା ସମସ୍ତ ସୁଖ ସୁବିଧାରେ ନିଜ ଜୀବନ ଅତିବାହିତ କରିଥିଲେ ବୋଲି ଜାଣିବେ।

ଯଦି କୁଣ୍ଡଳୀରେ ଗୁରୁ ଉଚ୍ଚରେ ଥାଇ ଲଗ୍ନକୁ ଦ୍ରୁଷ୍ଟି ଦେଉଥାନ୍ତି ତେବେ ବ୍ୟକ୍ତି ପୂର୍ବ ଜନ୍ମରେ ଧର୍ମାତ୍ମା, ସଦ୍ଗୁଣ ସମ୍ପର୍ଣ୍ଣ, ସାଧୁ ବା ତପସ୍ଵୀ ହୋଇଥାନ୍ତି।

ଯଦି କେହି ବ୍ୟକ୍ତି ସନ୍ୟାସୀ ହୋଇଥାଏ ତେବେ ତାର କୁଣ୍ଡଳୀରେ ଗୁରୁ ଶୁଭ ଗ୍ରହ ମାନକ ଦ୍ରୁଷ୍ଟିରେ, ପଞ୍ଚମ ଏବଂ ନବମ ଭାବରେ ଥିବେ।

ଲଗ୍ନ, ଏକାଦଶ, ସପ୍ତମ ବା ଚତୁର୍ଥରେ ଶନି ଏହା ଇଙ୍ଗିତ କରେ ଯେ ସେହି ବ୍ୟକ୍ତି ପୂର୍ବ ଜନ୍ମରେ ବହୁତ ପାପ କର୍ମରେ ଲିପ୍ତ ରହିଥାଏ।

ସପ୍ତମ, ଷଷ୍ଠ ବା ଦଶମ ଭାବରେ ଯଦି ମଙ୍ଗଳଙ୍କ ଉପସ୍ଥିତି ଥାଏ ତେବେ ସେହି ବ୍ୟକ୍ତି ପୂର୍ବଜନ୍ମରେ କ୍ରୋଧୀ ସ୍ଵଭାବର ହୋଇଥାଏ ଏବଂ ବହୁତ ଲୋକ ସେଥିପାଇଁ ହଇରାଣ ମଧ୍ୟ ହୋଇଥାନ୍ତି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!