ସନ୍ତାନ ପ୍ରାପ୍ତିର କୁଣ୍ଡଳୀ ସହ କଣ ସମ୍ବନ୍ଧ ଅଛି ଓ ସେଥିପାଇଁ ଆପଣ କି ଉପାୟ କରିବେ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସନ୍ତାନ ପ୍ରାପ୍ତିର କୁଣ୍ଡଳୀ ସହ କଣ ସମ୍ବନ୍ଧ ଅଛି ଓ ସେଥିପାଇଁ ଆପଣ କି ଉପାୟ କରିବେ।

କୁଣ୍ଡଳୀର ପଞ୍ଚମ, ନବମ ଓ ଏକାଦଶ ଭାବ ସନ୍ତାନ ସହ ଜଡିତ। ଏହା ବ୍ୟତୀତ ସପ୍ତମ ଭାବ ମଧ୍ୟ ସନ୍ତାନ ପ୍ରାପ୍ତିର ଯୋଗ ଦର୍ଶାଇଥାଏ। ଏହି ଭାବର ସ୍ଥିତି ଖରାପ ହେଲେ ସନ୍ତାନ ହେବାରେ ସମସ୍ୟା ଦେଖା ଦେଇଥାଏ। ଏତଦ ବ୍ୟତୀତ ବୃହସ୍ପତି ମଧ୍ୟ ସନ୍ତାନ କାରକ ଗ୍ରହ ହୋଇଥିବାରୁ ତାଙ୍କର ସ୍ଥିତିକୁ ନେଇ ବିଚାର କରିବା ଆବଶ୍ୟକ ଅଟେ। ଏହି ସବୁ ଗ୍ରହ ମାନଙ୍କ ସ୍ଥିତିକୁ ନେଇ ସନ୍ତାନ ବିଷୟରେ କିଛି ଜଣାପଡିଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏଥିପାଇଁ ସ୍ଵାମୀ ସ୍ତ୍ରୀ ଉଭୟଙ୍କ କୁଣ୍ଡଳୀ ଦେଖିବା ଆବଶ୍ୟକ ଅଟେ। ସନ୍ତାନ ପ୍ରାପ୍ତି ପାଇଁ ଭଗବାନ କୃଷ୍ଣଙ୍କ ଉପାସନା ଅତି ଲାଭଦାୟକ ଅଟେ। ଛୋଟ ଛୋଟ ସରଲ ଉପାୟ ଦ୍ଵାରା ସନ୍ତାନ ପ୍ରାପ୍ତି ସହଜରେ ହୋଇଥାଏ।

ଯଦି ବିବାହର କିଛି ବର୍ଷ ବିତିଯାଇଛି କିନ୍ତୁ ୫ବର୍ଷରୁ ଅଧିକ ହୋଇନାହିଁ ତେବେ ସନ୍ତାନ ପ୍ରାପ୍ତି ପାଇଁ ଏହି ଉପାୟ କରନ୍ତୁ-

ଜଳରେ କିଛି ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ସବୁଦିନ ସକାଳେ ଅର୍ପଣ କରନ୍ତୁ।

ସ୍ଵାମୀ ସ୍ତ୍ରୀ ଦୁଇଜଣ ପ୍ରତ୍ୟକ ଦିନ ସକାଳେ “କ୍ଲୀଂ କୃଷ୍ଣ କ୍ଲୀଂ” ମନ୍ତ୍ର ୧୦୮ ଥର ଜପ କରନ୍ତୁ।

ଦୁଇଜଣ ଯାକ ଏକାଦଶୀ ବ୍ରତ କରନ୍ତୁ ଓ ସେହିଦିନ କେବଳ ଜଳ ଆହାର କରି ରୁହନ୍ତୁ।

ଯଦି ବିବାହ ୫ବର୍ଷରୁ ଅଧିକ ହୋଇଯାଇଛି କିନ୍ତୁ ସନ୍ତାନ ହେଉନାହିଁ ତେବେ ଏହି ଉପାୟ କରନ୍ତୁ।

ନିତ୍ୟ ସକାଳେ ସୂର୍ଯ୍ୟଙ୍କୁ ହଳଦୀ କୁମକୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ।

ସ୍ଵାମୀ ସ୍ତ୍ରୀ ଦୁଇଜଣ ପ୍ରତ୍ୟକ ଦିନ ସକାଳେ “ଓଁ କ୍ଲୀଂ କୃଷ୍ଣାୟ ନମଃ” ମନ୍ତ୍ର ୧୦୮ ଥର ଜପ କରନ୍ତୁ।

ତୁଳସୀ ଚଉରା ପାଖେ ସବୁଦିନ ସନ୍ଧ୍ୟାରେ ଘିଅ ଦୀପ ଜଳାନ୍ତୁ।

ଯଦି ନିଜର ଶରୀରରେ ଥିବା କିଛି ଅସୁବିଧା କାରଣରୁ ସନ୍ତାନ ହେଉ ନାହିଁ ତେବେ ଏହି ଉପାୟ କରନ୍ତୁ-

ପତି ପତ୍ନୀ ଉଭୟ ଏକାଦଶୀ ବ୍ରତ କରନ୍ତୁ ଓ କେବଳ ଜଳପାନ କରି ରୁହନ୍ତୁ।

ସବୁଦିନ ସକାଳେ “ଓଁ ହୌଂ ଜୂଂ ସ” ମନ୍ତ୍ର ୧୦୮ ଥର ଜପ କରନ୍ତୁ।

ସବୁଦିନ ସକାଳେ ନିତ୍ୟକର୍ମ ସାରି ତୁଲସୀ ପତ୍ର ଓ ମଞ୍ଜି ଖାଆନ୍ତୁ।

ଯଦି କୁଣ୍ଡଳୀରେ କିଛି ଦୋଷ ଅଛି ତେବେ ଏହି ଉପାୟ କରନ୍ତୁ-

ଯେଉଁ ଗ୍ରହ ଦ୍ଵାରା ପୀଡିତ ଅଛନ୍ତି ତାର ପ୍ରତିକାର କରନ୍ତୁ।

ସ୍ଵାମୀ ସ୍ତ୍ରୀ ନିୟମିତ ଭାବରେ ହରିବଂଶ ପୁରାଣ ପଢନ୍ତୁ।

ନିଜ ଶୟନ କକ୍ଷରେ ବାଲ୍ୟ କୃଷ୍ଣଙ୍କର ଫୋଟୋ ଲଗାନ୍ତୁ।

ଯଦି ଗୁରୁ-ଚଣ୍ଡାଳ ଯୋଗ ପାଇଁ ବା ବୃହସ୍ପତିଙ୍କ ପାଇଁ ସନ୍ତାନ ହେଉନ ନାହିଁ ତେବେ ଏହି ଉପାୟ କରନ୍ତୁ-

ଯେଉଁ ବ୍ୟକ୍ତିର ଗୁରୁଚଣ୍ଡାଳ ଯୋଗ ଚାଲିଛି ସେ ଗୁରୁବାର ଦିନ ଉପବାସ କରିବା ଆବଶ୍ୟକ।

ସେ ସର୍ବଦା ସକାଳୁ ବିଷ୍ଣୁ ସହସ୍ରନାମ ପାଠ କରିବା ଉଚିତ।

ସବୁ ସୋମବାର ଦିନ ଶିବାଭିଷେକ କରିବା ଆବଶ୍ୟକ।

ଅନ୍ୟ କୌଣସି କାରଣରୁ ହେଉଥିଲେ ଏହି ଉପାୟ କରନ୍ତୁ-

ପତି ପତ୍ନୀ ସବୁଦିନ ପ୍ରାତଃରୁ ଉଠି ସନ୍ତାନ ଗୋପାଳ ଙ୍କର ମନ୍ତ୍ର ୧୦୮ ଥର ଜପ କରିବା ଆବଶ୍ୟକ।

ଜଳ ଆହାର ପୂର୍ବକ ଦୁଇଜଣ ଯାକ ଏକାଦଶୀ ବ୍ରତ ଆଚରଣ କରିବା ଆବଶ୍ୟକ।

ବହୁତ ଗୁଡିଏ ଫୁଲ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!